ଆୟୁର୍ବେଦିକ୍‌ ବିଜ୍ଞାନ ଗବେଷଣା କ୍ଷେତ୍ରରେ ସଫଳତା

ଭୁବନେଶ୍ୱର, ୧।୯(ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ଆୟୁର୍ବେଦିକ୍‌ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଏକ ଅପୂର୍ବ ସଫଳତା ମିଳିଛି। ଏପରିକି ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ଆୟୁର୍ବେଦୀୟ ବିଜ୍ଞାନ ଅନୁସନ୍ଧାନ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟକୁ ଏହି ସଫଳତା ମିଳିଥିବାବେଳେ ଆୟୁର୍ବେଦିକ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ୨ଜଣ ଛାତ୍ରୀଛାତ୍ରଙ୍କୁ ନଗଦ ୫୦,୦୦୦ ଟଙ୍କା ଲେଖାଏଁ ସମୁଦାୟ ୧ […] The post ଆୟୁର୍ବେଦିକ୍‌ ବିଜ୍ଞାନ ଗବେଷଣା କ୍ଷେତ୍ରରେ ସଫଳତା appeared first on Dharitri Odia News.

ଆୟୁର୍ବେଦିକ୍‌ ବିଜ୍ଞାନ ଗବେଷଣା କ୍ଷେତ୍ରରେ ସଫଳତା

ଭୁବନେଶ୍ୱର, ୧।୯(ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ଆୟୁର୍ବେଦିକ୍‌ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଏକ ଅପୂର୍ବ ସଫଳତା ମିଳିଛି। ଏପରିକି ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ଆୟୁର୍ବେଦୀୟ ବିଜ୍ଞାନ ଅନୁସନ୍ଧାନ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟକୁ ଏହି ସଫଳତା ମିଳିଥିବାବେଳେ ଆୟୁର୍ବେଦିକ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ୨ଜଣ ଛାତ୍ରୀଛାତ୍ରଙ୍କୁ ନଗଦ ୫୦,୦୦୦ ଟଙ୍କା ଲେଖାଏଁ ସମୁଦାୟ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି।
ଉଲ୍ଲେଖଯୋଗ୍ୟ, ଷ୍ଟୁଡେଣ୍ଟଶିପ୍‌ ପ୍ରୋଗ୍ରାମ ଫର୍‌ ଆୟୁର୍ବେଦ ରିସର୍ଚ୍ଚ କେନ୍‌ ବା ସ୍ପାର୍କ ପକ୍ଷରୁ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଅପରପକ୍ଷରେ କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଶ୍ରୀ ଶ୍ରୀ କଲେଜ ଅଫ୍‌ ଆୟୁର୍ବେଦିକ ସାଇନ୍ସ ଆଣ୍ଡ ରିସର୍ଚ୍ଚ ହସ୍ପିଟାଲର ପ୍ରଥମ ବର୍ଷ ଛାତ୍ରୀ ମିତାଲି ହୃଦାନନ୍ଦ ସେଠୀ ନିଜର ଉତ୍କୃଷ୍ଟ ଗବେଷଣା ସନ୍ଦର୍ଭ ନିମନ୍ତେ ଏହି ବିରଳ ସଫଳତା ହାସଲ କରିଛନ୍ତି। ତାଙ୍କ ଗବେଷଣାର ବିଷୟବସ୍ତୁ ‘ଆନ୍‌ ଅବଜର୍ଭେସନାଲ ଷ୍ଟଡି ଟୁ ଆସେସ୍‌ ଦ କ୍ୱାଲିଟି ଅଫ୍‌ ସ୍ଲିପ୍‌ ଏମଙ୍ଗ୍‌ ଡିଫରେଣ୍ଟ ପ୍ରକୃତି ଇଣ୍ଡିଭିଜୁଆଲ୍‌ ଉଇଥ୍‌ ସ୍ପେଶାଲ ରେଫରେନ୍ସ ଟୁ କ୍ରୋନୋଟାଇପ୍‌ (ବିଭିନ୍ନ ପ୍ରକୃତିର ବିଶେଷକରି କ୍ରୋନୋଟାଇପ୍‌ ବ୍ୟକ୍ତିମାନଙ୍କ ମଧ୍ୟରେ ନିଦର ଗୁଣବତ୍ତା ଆକଳନ ନିମନ୍ତେ ଏକ ଅଧ୍ୟୟନ) ରହିଥିଲା। ସେହିପରି ଅନୁଷ୍ଠାନର ଛାତ୍ର ସୁପ୍ରଭ ମେହେର ମଧ୍ୟ ଏଷ୍ଟାବ୍ଲିଶମେଣ୍ଟ ଅଫ୍‌ ନର୍ସରି ଟୁ ପ୍ରୁଭାଇଡ୍‌ ମେମୋରି-ଏନହାନ୍ସିଂ ପ୍ଲାଣ୍ଟ୍ସ ଫର୍‌ ହାୟର ସେକେଣ୍ଡାରି ସ୍କୁଲ୍ସ ପ୍ରେଜେଣ୍ଟ ଇନ୍‌ ବାରଙ୍ଗ ବ୍ଲକ୍‌, କଟକ, ଓଡ଼ିଶା (କଟକ ଜିଲା ବାରଙ୍ଗ ବ୍ଲକ୍‌ ଅନ୍ତର୍ଗତ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ସ୍ମୃତିବର୍ଦ୍ଧକ ଚାରାଗଛ ରୋପଣ ନିମନ୍ତେ ନର୍ସରି ସ୍ଥାପନ) ବିଷୟରେ ସଫଳ ଗବେଷଣାକରି ଏହି କୃତିତ୍ୱର ଅଧିକାରୀ ହୋଇପାରିଛନ୍ତି। ଏପରିକି ମିତାଲି ‘କ୍ରିୟା ଶରୀର’ ବିଭାଗର ସହକାରୀ ଅଧ୍ୟାପିକା ଡ. ସୋନମ ଅଗ୍ରୱାଲ ଓ ସୁପ୍ରଭ ‘ଦ୍ରବ୍ୟଗୁଣ’ ବିଭାଗର ବିଭାଗୀୟ ମୁଖ୍ୟ ତଥା ଅଧ୍ୟାପକ ଡ. ଗୋପବନ୍ଧୁ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ପାର୍କର ସିସିଆର୍‌ଏଏସ୍‌ ଷ୍ଟୁଡେଣ୍ଟଶିପ୍‌ କାର୍ଯ୍ୟକ୍ରମ ପାଇଁ ଏହି ଗବେଷଣା ସନ୍ଦର୍ଭ ପ୍ରସ୍ତୁତ କରିଥିଲେ ବୋଲି ଶ୍ରୀ ଶ୍ରୀ କଲେଜ ଅଫ୍‌ ଆୟୁର୍ବେଦିକ ସାଇନ୍ସ ଆଣ୍ଡ ରିସର୍ଚ୍ଚ ହସ୍ପିଟାଲର ଡିନ୍‌ ଓ ଚିକିତ୍ସା ଅଧୀକ୍ଷକ ପ୍ରଦୀପ କୁମାର ପଣ୍ଡା ବିସ୍ତୃତ ଭାବେ ଜଣାଇଛନ୍ତି।

The post ଆୟୁର୍ବେଦିକ୍‌ ବିଜ୍ଞାନ ଗବେଷଣା କ୍ଷେତ୍ରରେ ସଫଳତା appeared first on Dharitri Odia News.