ମଣିପୁରରେ ପ୍ରବଳ ବର୍ଷା ଯୋଗୁଁ ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ

ଇମ୍ଫାଲ: ଗତ ୫ ଦିନ ଧରି ମଣିପୁରରେ ଲଗାଣ ବର୍ଷା ଯୋଗୁଁ ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୩,୮୨୦ ଘର କ୍ଷତିଗ୍ରସ୍ତ ହୋଇଛି ବୋଲି ରାଜ୍ୟ ରିଲିଫ୍ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏକ ରିପୋର୍ଟରେ କୁହାଯାଇଛି। ପ୍ରାୟ ୧୨୫୧ ଜଣ ପ୍ରଭାବିତ ଲୋକ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିଛନ୍ତି। ଜୁଲାଇ ପହିଲାରୁ ଲଗାଣ ବର୍ଷା ଯୋଗୁଁ ମଣିପୁରର […]

ମଣିପୁରରେ ପ୍ରବଳ ବର୍ଷା ଯୋଗୁଁ ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ

ଇମ୍ଫାଲ: ଗତ ୫ ଦିନ ଧରି ମଣିପୁରରେ ଲଗାଣ ବର୍ଷା ଯୋଗୁଁ ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୩,୮୨୦ ଘର କ୍ଷତିଗ୍ରସ୍ତ ହୋଇଛି ବୋଲି ରାଜ୍ୟ ରିଲିଫ୍ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏକ ରିପୋର୍ଟରେ କୁହାଯାଇଛି। ପ୍ରାୟ ୧୨୫୧ ଜଣ ପ୍ରଭାବିତ ଲୋକ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିଛନ୍ତି। ଜୁଲାଇ ପହିଲାରୁ ଲଗାଣ ବର୍ଷା ଯୋଗୁଁ ମଣିପୁରର ଇରିଲ, ଇମ୍ଫାଲ, କଙ୍ଗବା ଓ ନମ୍ବୋଲ ନଦୀ ଫୁଲିବା ସହ ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, କାଙ୍ଗପୋକପି, ସେନାପତି, ଥୋବଲ ଏବଂ ବିଷ୍ଣୁପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।