ଇନଷ୍ଟାଗ୍ରାମ ବନ୍ଧୁଙ୍କୁ ଭେଟିବାକୁ ଯାଇ ଦୁଷ୍କର୍ମର ଶିକାର ହେଲେ ମହିଳା

ବେଙ୍ଗାଲୁରୁ: ଇନଷ୍ଟାଗ୍ରାମରୁ ବନ୍ଧୁ ହୋଇଥିବା ବ୍ୟକ୍ତିଙ୍କୁ ଭେଟିବାକୁ ଯାଇ ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ସୂଚନା ଅନୁସାରେ, କର୍ଣ୍ଣାଟକର ଜଣେ ମହିଳା ଇନଷ୍ଟାଗ୍ରାମ ଜରିଆରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ସହ ବନ୍ଧୁତା କରିଥିଲେ। କିଛି ଦିନ ପରେ ଉଭୟ ଏକ ସ୍ଥାନରେ ଭେଟିବାକୁ ଯୋଜନା କରିଥିଲେ। ଯୋଜନା ଅନୁସାରେ ମହିଳା ଜଣକ ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ଏହାପରେ ଅଭିଯୁକ୍ତ ଏବଂ ତାଙ୍କର ଜଣେ ବନ୍ଧୁ ମହିଳାଙ୍କୁ ସେଠାରୁ ଏକ ଜଙ୍ଗଲ ଅଞ୍ଚଳକୁ ନେଇ ଯାଇଥିଲେ। ସେଠାରେ […]

ଇନଷ୍ଟାଗ୍ରାମ ବନ୍ଧୁଙ୍କୁ ଭେଟିବାକୁ ଯାଇ ଦୁଷ୍କର୍ମର ଶିକାର ହେଲେ ମହିଳା

ବେଙ୍ଗାଲୁରୁ: ଇନଷ୍ଟାଗ୍ରାମରୁ ବନ୍ଧୁ ହୋଇଥିବା ବ୍ୟକ୍ତିଙ୍କୁ ଭେଟିବାକୁ ଯାଇ ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ସୂଚନା ଅନୁସାରେ, କର୍ଣ୍ଣାଟକର ଜଣେ ମହିଳା ଇନଷ୍ଟାଗ୍ରାମ ଜରିଆରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ସହ ବନ୍ଧୁତା କରିଥିଲେ। କିଛି ଦିନ ପରେ ଉଭୟ ଏକ ସ୍ଥାନରେ ଭେଟିବାକୁ ଯୋଜନା କରିଥିଲେ। ଯୋଜନା ଅନୁସାରେ ମହିଳା ଜଣକ ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ଏହାପରେ ଅଭିଯୁକ୍ତ ଏବଂ ତାଙ୍କର ଜଣେ ବନ୍ଧୁ ମହିଳାଙ୍କୁ ସେଠାରୁ ଏକ ଜଙ୍ଗଲ ଅଞ୍ଚଳକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ବିଅରରେ ନିଶା ମିଶାଇ ଦିଆ ଯାଇଥିବା ଅଭିଯୋଗ ହୋଇଛି। ଏପରିକି ନିଶା ହେବା ପରେ ତାଙ୍କ ସହ ଅସଦାଚରଣ କରାଯାଇଥିଲା। ଅଭିଯୁକ୍ତମାନେ ମହିଳାଙ୍କୁ ଯେତେବେଳେ କାରରେ ତାଙ୍କ ଘର ପାଖରେ ଛାଡିଥିଲେ, କିଛି ସ୍ଥାନୀୟ ଯୁବକ ସେମାନଙ୍କୁ ସନ୍ଦେହ କରିଥିଲେ ଏବଂ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣ ଯୁବକଙ୍କୁ ଗିରଫ କରିବା ସହ ଡାକ୍ତରୀ ମାଇନା ପାଇଁ ମହିଳାଙ୍କୁ ଡାକ୍ତରଖାନାକୁ ପଠାଇଛି। ସେପଟେ ମହିଳାଙ୍କ ପରିବାର ଲୋକେ ଗଣଦୁଷ୍କର୍ମ ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି। ପୁଲିସ କହିଛନ୍ତି ଯେ, ମହିଳାଙ୍କ ଡାକ୍ତରୀ ପରୀକ୍ଷା ରିପୋର୍ଟ ଏବଂ ବୟାନ ଆଧାରରେ ଅଧିକ ତଦନ୍ତ କରାଯିବ।