ମଣିପୁରରେ ସେନା ଅଫିସରଙ୍କୁ ଘରୁ ଅପହରଣ କରିନେଲେ ଦୁର୍ବୃତ୍ତ
ନୂଆଦିଲ୍ଲୀ : ମଣିପୁରର ଥୌବାଲରୁ ଭାରତୀୟ ସେନାର ଜଣେ ଜେସିଓ (ଜୁନିଅର କମିସନଡ ଅଫିସର)ଙ୍କୁ ଘରୁ ଅପହରଣ କରିନିଆଯାଇଛି। ଜେସିଓ କୋନସମ ଖେଡ଼ା ସିଂହଙ୍କ ଚରଙ୍ଗପାଟ ମମଙ୍ଗ ଲେଇକାଇ ସ୍ଥିତ ବାସଭବନରୁ କିଛି ଦୁର୍ବୃତ୍ତ ଆଜି ତାଙ୍କୁ ଅପହରଣ କରିନେଇଛନ୍ତି। ଦୁର୍ବୃତ୍ତମାନେ ଖେଡ଼ା ସିଂହଙ୍କୁ ଏକ ଗାଡ଼ିରେ ବସାଇ ତାଙ୍କୁ ସେଠାରୁ ନେଇଯାଇଥିଲେ। ଅଧିକାରୀଙ୍କ ଅନୁଯାୟୀ ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ ଖେଡ଼ା ସିଂହଙ୍କ ଅପହରଣକାରୀ ତାଙ୍କଠାରୁ ଏବଂ ତାଙ୍କ ପରିବାରଠାରୁ ଟଙ୍କା ଦାବି କରିବାପାଇଁ ଏଭଳି […]

ନୂଆଦିଲ୍ଲୀ : ମଣିପୁରର ଥୌବାଲରୁ ଭାରତୀୟ ସେନାର ଜଣେ ଜେସିଓ (ଜୁନିଅର କମିସନଡ ଅଫିସର)ଙ୍କୁ ଘରୁ ଅପହରଣ କରିନିଆଯାଇଛି। ଜେସିଓ କୋନସମ ଖେଡ଼ା ସିଂହଙ୍କ ଚରଙ୍ଗପାଟ ମମଙ୍ଗ ଲେଇକାଇ ସ୍ଥିତ ବାସଭବନରୁ କିଛି ଦୁର୍ବୃତ୍ତ ଆଜି ତାଙ୍କୁ ଅପହରଣ କରିନେଇଛନ୍ତି। ଦୁର୍ବୃତ୍ତମାନେ ଖେଡ଼ା ସିଂହଙ୍କୁ ଏକ ଗାଡ଼ିରେ ବସାଇ ତାଙ୍କୁ ସେଠାରୁ ନେଇଯାଇଥିଲେ। ଅଧିକାରୀଙ୍କ ଅନୁଯାୟୀ ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ ଖେଡ଼ା ସିଂହଙ୍କ ଅପହରଣକାରୀ ତାଙ୍କଠାରୁ ଏବଂ ତାଙ୍କ ପରିବାରଠାରୁ ଟଙ୍କା ଦାବି କରିବାପାଇଁ ଏଭଳି କରିଛନ୍ତି। ପୂର୍ବରୁ ମଧ୍ୟ ସେମାନେ ଏଭଳି ଧମକ ଦେଇଥିଲେ। ଜେସିଓ ଖେଡ଼ା ସିଂହଙ୍କୁ ଉଦ୍ଧାର କରିବାପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଜାତୀୟ ରାଜପଥ ୧୦୨ରେ ସମସ୍ତ ଗାଡ଼ି ଅଟକାଇ ଚେକ୍ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ସେନା ଅଫିସର ତାଙ୍କ ଘରେ ଥିବାବେଳେ ତାଙ୍କୁ ଅପହରଣ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ଫେବ୍ରୁଆରି ୨୭ ତାରିଖରେ ଅନ୍ୟ ଜଣେ ମଣିପୁର ପୁଲିସଙ୍କୁ ତାଙ୍କ ଘରୁ ଅପହରଣ କରାଯାଇଥିଲା। ପ୍ରାୟ ୨୦୦ ଅସ୍ତ୍ରଧାରୀ ପୁଲିସ ତାଙ୍କ ଘରେ ପଶି ତାଙ୍କୁ ଉଠାଇ ନେଇଥିଲେ।