ଉପର ମୁହାଁ ସୁନା ଦର: ଲକ୍ଷେ ମୁହାଁ ଦର, ଛାନିଆ ଗ୍ରାହକ

ନୂଆଦିଲ୍ଲୀ:ଘାଇଁ ଘାଇଁ ହୋଇ ବଢ଼ିଚାଲିଛି ସୁନା ଦର। ନିଇତି ନୂଆ ରେକର୍ଡ କରୁଛି ସୁନା ଦର। ଗତ କିଛି ଦିନ ମଧ୍ୟରେ ବଢୁଥିବା ସୁନାଦର ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।ଆଜି ଖାଣ୍ଟି ସୁନା ୧୦ ଗ୍ରାମକୁ ୯୬ ହଜାର ଏବଂ ୨୨ କ୍ୟାରେଟ୍ ୮୮ ହଜାର ଡେଇଁଛି । ସୁନା ଦରର ଏମିତି ଉପର ମୁହାଁ ଟ୍ରେଣ୍ଡ୍ ଦେଖି ଗ୍ରାହକ ଛାନିଆ।ଗୋଟିଏ ପଟେ ଟ୍ରମ୍ପଙ୍କ ଶୁଳ୍କ ପ୍ରହାର ଜାରି ରହିଥିବା ବେଳେ ଅନ୍ୟପଟେ ଡଲାର ତୁଳନା‌ରେ […]

ଉପର ମୁହାଁ ସୁନା ଦର: ଲକ୍ଷେ ମୁହାଁ ଦର, ଛାନିଆ ଗ୍ରାହକ

ନୂଆଦିଲ୍ଲୀ:ଘାଇଁ ଘାଇଁ ହୋଇ ବଢ଼ିଚାଲିଛି ସୁନା ଦର। ନିଇତି ନୂଆ ରେକର୍ଡ କରୁଛି ସୁନା ଦର। ଗତ କିଛି ଦିନ ମଧ୍ୟରେ ବଢୁଥିବା ସୁନାଦର ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।ଆଜି ଖାଣ୍ଟି ସୁନା ୧୦ ଗ୍ରାମକୁ ୯୬ ହଜାର ଏବଂ ୨୨ କ୍ୟାରେଟ୍ ୮୮ ହଜାର ଡେଇଁଛି । ସୁନା ଦରର ଏମିତି ଉପର ମୁହାଁ ଟ୍ରେଣ୍ଡ୍ ଦେଖି ଗ୍ରାହକ ଛାନିଆ।ଗୋଟିଏ ପଟେ ଟ୍ରମ୍ପଙ୍କ ଶୁଳ୍କ ପ୍ରହାର ଜାରି ରହିଥିବା ବେଳେ ଅନ୍ୟପଟେ ଡଲାର ତୁଳନା‌ରେ ଟଙ୍କା ଦୁର୍ବଳ ହେଉଥିବାରୁ ସୁନା ଆମଦାନି ମହଙ୍ଗା ହୋଇଛି ଫଳରେ ସୁନା ଦର ବଢ଼ି ଚାଲିଛି।ସେହିପରି ରୁପା ଦାମ୍‌ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୧,୦୦୦ ରହିଛି।

ଅନ୍ତର୍ଜାତୀୟ ସ୍ତରରେ, ସ୍ପଟ୍ ସୁନା ଆଉନ୍ସ ପ୍ରତି $୩,୨୩୭.୩୯ ସ୍ତରକୁ ଛୁଇଁଛି। ଏସୀୟ ବଜାରରେ ମଧ୍ୟ ସୁନାର ମୂଲ୍ୟରେ ବୃଦ୍ଧି ଘଟିଥିଲା। ଏସୀୟ ବଜାରରେ, କମେକ୍ସ ସୁନା ଫ୍ୟୁଚର୍ସ ଆଉନ୍ସ ପ୍ରତି $୩,୨୪୯.୧୬ର ରେକର୍ଡ ସ୍ତରକୁ ବୃଦ୍ଧି ପାଇଛି।