ସାଲିଆସାହିରେ ୩ ଦେଶୀ ମଦ କାରଖାନା ଠାବ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଚିକିଟି ମଦ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ କମିଶନରେଟ ପୁଲିସ । ରାଜଧାନୀ ସାଲିଆସାହିରେ ୩ ଦେଶୀ ମଦ କାରଖାନା ଠାବ କରିଛି କମିଶନରେଟ ପୋଲିସ । ମଦ କାରଖାନା ଠାବ ହେବାପରେ କମିଶନରେଟ ପୋଲିସ ପକ୍ଷରୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଛି । ଦେଶୀ ମଦ ତିଆରି ହୋଇ ବିକ୍ରି ହେଉଥିବାବେଳେ ଏହାକୁ ରୋକିବାକୁ ଅଣ୍ଟା ଭିଡିଛି ପୁଲିସ। ଶନିବାର ପୁଲିସ ପକ୍ଷରୁ ସାଲିଆସାହିରେ ଚଢ଼ାଉ କରାଯିବା ବେଳେ ୩ଟି […]

ସାଲିଆସାହିରେ ୩ ଦେଶୀ ମଦ କାରଖାନା ଠାବ
ସାଲିଆସାହିରେ ୩ ଦେଶୀ ମଦ କାରଖାନା ଠାବ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଚିକିଟି ମଦ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ କମିଶନରେଟ ପୁଲିସ । ରାଜଧାନୀ ସାଲିଆସାହିରେ ୩ ଦେଶୀ ମଦ କାରଖାନା ଠାବ କରିଛି କମିଶନରେଟ ପୋଲିସ । ମଦ କାରଖାନା ଠାବ ହେବାପରେ କମିଶନରେଟ ପୋଲିସ ପକ୍ଷରୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଛି । ଦେଶୀ ମଦ ତିଆରି ହୋଇ ବିକ୍ରି ହେଉଥିବାବେଳେ ଏହାକୁ ରୋକିବାକୁ ଅଣ୍ଟା ଭିଡିଛି ପୁଲିସ।

ଶନିବାର ପୁଲିସ ପକ୍ଷରୁ ସାଲିଆସାହିରେ ଚଢ଼ାଉ କରାଯିବା ବେଳେ ୩ଟି ଦେଶୀ ମଦ କାରଖାନା ଠାବ ହୋଇଛି। ସେଠାରୁ ବିପୁଳ ପରିମାଣରେ ଦେଶୀ ମଦ, ପୋଚ ଏବଂ ମଦ ତିଆରି ପାଇଁ ବ୍ୟବହାର କରାଯାଉଥିବା ସରଞ୍ଜାମଗୁଡ଼ିକୁ ଜବତ କରାଯାଇଛି। ଚଢ଼ାଉ ସମୟରେ ବହୁ ସଂଖ୍ୟକ ଡ୍ରମରେ ଦେଶୀ ମଦ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଏଠାରୁ ରାଜଧାନୀର ବିଭିନ୍ନ ଅଞ୍ଚଳକୁ ଦେଶୀ ମଦ ଚାଲାଣ କରାଯାଉଥିବା ଏବେ ସାମ୍ନାକୁ ଆସିଛି। ସବୁଠାରୁ ବଡ଼ କଥା ହେଉଛି ଏହି ଦେଶୀ ମଦ କାରଖାନାରେ ରେଡ୍ ବେଳେ ଘର ଭିତରୁ ମିଳିଥିଲା ସିକ୍ରେଟ ଚାମ୍ବର । ଘର କାନ୍ଥ ଖୋଳି ଅଣ୍ଡରଗ୍ରାଉଣ୍ଡ କରାଯାଇଥିଲା । ଆଉ ତାରି ଭିତରେ ଚାଲିଥିଲା ଦେଶୀ ମଦ କାରବାର । ସିକ୍ରେଟ ଚାମ୍ବର ଭିତରେ ଥିଲା ସବୁ ପ୍ରକାର ସୁବିଧା । ୱାଇଫାଇ କନେକ୍ସନ, ଡିସ୍, କଲର ଟିଭି ଭଳି ଅନେକ ପ୍ରକାର ମନୋରଞ୍ଜନ ସାଧନ ମଧ୍ୟ ଉପଲବ୍ଧ ଥିଲା । କମିଶନରେଟ ପୋଲିସ ପକ୍ଷରୁ ଏ ଗୁଡିକୁ ଜବତ କରାଯିବା ସହ ମଦ ଭାଟି ଉପରେ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଛି ।