‘ସୁଭଦ୍ରା’ ଯୋଜନାରେ ୫୦ ଲକ୍ଷ ପଞ୍ଜିକରଣ

ଭୁବନେଶ୍ୱର : ଆସନ୍ତା ୧୭ତାରିଖରେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ମିଳିବ । ଏଯାଏଁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ଫର୍ମ ପଞ୍ଜୀକରଣ କରିସାରିଲେଣି ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ସେପ୍ଟେମ୍ବର ୧୫ ସୁଦ୍ଧା ଆବେଦନ କରିଥିବା ହିତାଧିକାରୀଙ୍କୁ ପ୍ରଥମ କିସ୍ତି’ ୧୭ତାରିଖରେ ମିଳିବ । ଯେଉଁମାନଙ୍କର ଫର୍ମ ଅନଲାଇନରେ ଦାଖଲ ହୋଇ ଭେରିଫାଇ ହୋଇସାରିଛି ସେମାନଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିବ। ରବିବାର ଠାରୁ ସୁଭଦ୍ରା ସଚେତନତା ପାଇଁ ଆରମ୍ଭ ହେବ […]

‘ସୁଭଦ୍ରା’ ଯୋଜନାରେ ୫୦ ଲକ୍ଷ ପଞ୍ଜିକରଣ
'ସୁଭଦ୍ରା' ଯୋଜନାରେ ୫୦ ଲକ୍ଷ ପଞ୍ଜିକରଣ

ଭୁବନେଶ୍ୱର : ଆସନ୍ତା ୧୭ତାରିଖରେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ମିଳିବ । ଏଯାଏଁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ଫର୍ମ ପଞ୍ଜୀକରଣ କରିସାରିଲେଣି ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ସେପ୍ଟେମ୍ବର ୧୫ ସୁଦ୍ଧା ଆବେଦନ କରିଥିବା ହିତାଧିକାରୀଙ୍କୁ ପ୍ରଥମ କିସ୍ତି’ ୧୭ତାରିଖରେ ମିଳିବ । ଯେଉଁମାନଙ୍କର ଫର୍ମ ଅନଲାଇନରେ ଦାଖଲ ହୋଇ ଭେରିଫାଇ ହୋଇସାରିଛି ସେମାନଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିବ।

ରବିବାର ଠାରୁ ସୁଭଦ୍ରା ସଚେତନତା ପାଇଁ ଆରମ୍ଭ ହେବ ପଦ ଯାତ୍ରା । ରାଜ୍ୟବ୍ୟାପୀ ୧୦ ହଜାର ରାଜସ୍ବ ଗାଁରେ ସୁଭଦ୍ରା ପଦଯାତ୍ରା ହେବ । ପ୍ରତି ପଞ୍ଚାୟତର ଜିପିଏଲଏଫଙ୍କ ନେତୃତ୍ୱରେ ହେବ ପଦଯାତ୍ରା । ଏସଏଚଜି ମା’ମାନେ ମଧ୍ୟ ପଦଯାତ୍ରାରେ ସାମିଲ ହେବେ । ଭୁବନେଶ୍ୱରରେ ଗିରିଦୁର୍ଗା ମନ୍ଦିରରୁ ରମାଦେବୀ ଯାଏଁ ସୁଭଦ୍ରା ପଦଯାତ୍ରା ହେବ ବୋଲି ସୂଚନା ରହିଛି ।

ସୂଚନାଯୋଗ୍ୟ ୪ ସେପ୍ଟେମ୍ୱର ସନ୍ଧ୍ୟାରୁ ସୁଭଦ୍ରା ଯୋଜନା ଫର୍ମ ଦାଖଲ ଆରମ୍ଭ ହୋଇଛି। ସୁଭଦ୍ରା ଯୋଜନା ଫର୍ମ ପୂରଣ ପରେ ଫର୍ମ ସହିତ ଅବେଦନକାରୀଙ୍କୁ କେବଳ ଆଧାର କାର୍ଡର ନକଲ ଦାଖଲ କରିବାକୁ ହେବ। ପୂର୍ବରୁ ମଧ୍ୟ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ, ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ଶେଷ ତାରିଖ ଘୋଷଣା କରାଯାଇ ନାହିଁ। ଯେଉଁମାନେ ୧୭ ତାରିଖ ପରେ ଆବେଦନ କରିବେ। ସେମାନେ ମଧ୍ୟ ସୁଭଦ୍ରା ଯୋଜନାରେ ସମାନ ଅନୁଦାନ ପାଇବେ।