ଗୁଜରାଟରେ ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୧୭ ମୃତ

ଗା‌ନ୍ଧୀନଗର, ୧/୪ : ଗୁଜୁରାଟର ଦିସାରେ ଥିବା ଏକ ବାଣ କାରଖାନା ଓ ଗୋଦାମରେ ବିସ୍ଫୋରଣ ଘଟି ୧୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଜିଲ୍ଲାପାଳ ମିହିର ପଟେଲଙ୍କ ସୂଚନା ଅନୁଯାୟୀ, ଦୀପକ ଟ୍ରେଡର୍ସରେ ଅଗ୍ନିକାଣ୍ଡ ଘଟିବା ପରେ କାରଖାନାର ସ୍ଲାବ୍ ଭୁଶୁଡ଼ି ପଡ଼ିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ୧୦୮ ଆମ୍ବୁଲାନ୍ସ ଟିମ୍ ସହ ଦିସା ମ୍ୟୁନିସିପାଲିଟିର ଅଗ୍ନିଶମ କର୍ମଚାରୀଘଟଣାସ୍ଥଳରେ ପହଞ୍ଚିଥିଲେ। ପଟେଲ ପ୍ରଥମେ ୬ ଜଣଙ୍କ ମୃତ୍ୟୁ ଖବର ଦେଇଥିଲେ ମଧ୍ୟ ଅଗ୍ନିଶମ […]

ଗୁଜରାଟରେ ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୧୭ ମୃତ

ଗା‌ନ୍ଧୀନଗର, ୧/୪ : ଗୁଜୁରାଟର ଦିସାରେ ଥିବା ଏକ ବାଣ କାରଖାନା ଓ ଗୋଦାମରେ ବିସ୍ଫୋରଣ ଘଟି ୧୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଜିଲ୍ଲାପାଳ ମିହିର ପଟେଲଙ୍କ ସୂଚନା ଅନୁଯାୟୀ, ଦୀପକ ଟ୍ରେଡର୍ସରେ ଅଗ୍ନିକାଣ୍ଡ ଘଟିବା ପରେ କାରଖାନାର ସ୍ଲାବ୍ ଭୁଶୁଡ଼ି ପଡ଼ିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ୧୦୮ ଆମ୍ବୁଲାନ୍ସ ଟିମ୍ ସହ ଦିସା ମ୍ୟୁନିସିପାଲିଟିର ଅଗ୍ନିଶମ କର୍ମଚାରୀଘଟଣାସ୍ଥଳରେ ପହଞ୍ଚିଥିଲେ। ପଟେଲ ପ୍ରଥମେ ୬ ଜଣଙ୍କ ମୃତ୍ୟୁ ଖବର ଦେଇଥିଲେ ମଧ୍ୟ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରି ଭଗ୍ନାବଶେଷ ଖୋଜିବା ପରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା।ବଏଲର ବିସ୍ଫୋରଣ ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବିସ୍ଫୋରଣର ତୀବ୍ରତା ଓ ନିଆଁ ଏତେ ଭୟଙ୍କର ଥିଲା ଯେ କୋଠାର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା।
ନିଆଁକୁ ଆୟତ୍ତ କରିବା ସହ କୁଲିଂ ଅପରେସନ ଜାରି ରହିଛି। ଏହାକୁ ସଫା କରିବା ପାଇଁ କର୍ମଚାରୀମାନେ କାମ କରୁଛନ୍ତି। ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏସଡିଆରଏଫ)ର ଏକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।