ବିପଦ ସଙ୍କୁଳ ଘାଟ, ଜୀବନକୁ ବାଜି ଲଗାଇ ଯାତ୍ରୀଙ୍କ ଯାତ୍ରା । ନିୟମର ଖୋଲାଖୋଲି ଉଲ୍ଲଂଘନ ।

କନକ ବ୍ୟୁରୋ: ଦିନ ଦିପହରରେ ନିୟମର ଖୋଲାଖୋଲି ଉଲ୍ଲଂଘନ କରାଯାଉଛି । ବିପଦସଙ୍କୁଳ ଅବସ୍ଥାରେ ଲୋକ ନଦୀ ପାର ହେଉଛନ୍ତି । ଏ ହେଉଛି ପାରାଦୀପର ମୂଷାଡିଆ ଘାଟର ଚିତ୍ର । ନିୟମ ନମାନିବାରୁ ଘଟିଥିଲା ଦୁର୍ଘଟଣା । ହେଲେ ତାପରେ ବି ପଦକ୍ଷେପ ଶୂନ୍ । ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଘାଟ ଆଉ ଡଙ୍ଗାରେ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ଯାତ୍ରୀମାନେ । ଭରାନଦୀ ପାରି ହେଉଥିବା ଯାତ୍ରୀଙ୍କ ଜ୍ୟାକେଟ୍ ନାହିଁ । କ୍ଷମତା ଠାରୁ ଅଧିକ ଲୋକଙ୍କୁ ବସାଇ ଡଙ୍ଗା ବାହି ନେଉଛନ୍ତି ଚାଳକ । ଡଙ୍ଗାରେ ଗଲାବେଳେ କଡା ନିୟମ ରହିଛି । ହେଲେ ସବୁ ନିୟମକୁ ଫୁ’କରି ଚାଲିଛନ୍ତି ଡଙ୍ଗା ଚାଳକ ।  ପାରାଦୀପରେ ରହିଥିବା ବିଭିନ୍ନ ଶିଳ୍ପସଂସ୍ଥା ମାନଙ୍କୁ ପ୍ରତିଦିନ ଶହଶହ ଲୋକ କାମ କରିବାକୁ ଆସିଥାନ୍ତି ।  ସକାଳୁ ଆସିବା ସହିତ ସନ୍ଧ୍ୟାରେ ଏହି ଡ଼ଙ୍ଗା ଦ୍ୱାରା ଯା’ ଆସ କରିଥାନ୍ତି । ହେଲେ ସରକାରଙ୍କ ତରଫରୁ କରାଯାଇଥିବା ଗାଇଡ଼ ଲାଇନକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବାନେଇ ଅଭିଯୋଗ କରିଛନ୍ତି ଯାତ୍ରୀ । ଏହିଭଳି ବ୍ୟବସ୍ଥା ଜାରି ରହିଲେ କୌଣସି ସମୟରେ ବଡ଼ ଦୁର୍ଘଟଣାକୁ ଏଡାଇ ଦେଇ ହେବନି । ନୌଯାତ୍ରା ସମୟରେ ସମସ୍ତ ନିୟମ ପାଳନ ସହିତ ଲାଇଫ୍ ଜ୍ୟାକେଟ ପିନ୍ଧିବା ଜରୁରୀ ହୋଇଛି । ଏହା ସହିତ ନୌଯାତ୍ରା ସମୟରେ ଚାଳକ ସତର୍କ ରହିଲେ ଯାତ୍ରା ସୁରକ୍ଷିତ ଭାବରେ ହୋଇପାରିବ  । 

ବିପଦ ସଙ୍କୁଳ ଘାଟ, ଜୀବନକୁ ବାଜି ଲଗାଇ ଯାତ୍ରୀଙ୍କ ଯାତ୍ରା । ନିୟମର ଖୋଲାଖୋଲି ଉଲ୍ଲଂଘନ ।

କନକ ବ୍ୟୁରୋ: ଦିନ ଦିପହରରେ ନିୟମର ଖୋଲାଖୋଲି ଉଲ୍ଲଂଘନ କରାଯାଉଛି । ବିପଦସଙ୍କୁଳ ଅବସ୍ଥାରେ ଲୋକ ନଦୀ ପାର ହେଉଛନ୍ତି । ଏ ହେଉଛି ପାରାଦୀପର ମୂଷାଡିଆ ଘାଟର ଚିତ୍ର । ନିୟମ ନମାନିବାରୁ ଘଟିଥିଲା ଦୁର୍ଘଟଣା । ହେଲେ ତାପରେ ବି ପଦକ୍ଷେପ ଶୂନ୍ । ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଘାଟ ଆଉ ଡଙ୍ଗାରେ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ଯାତ୍ରୀମାନେ । ଭରାନଦୀ ପାରି ହେଉଥିବା ଯାତ୍ରୀଙ୍କ ଜ୍ୟାକେଟ୍ ନାହିଁ । କ୍ଷମତା ଠାରୁ ଅଧିକ ଲୋକଙ୍କୁ ବସାଇ ଡଙ୍ଗା ବାହି ନେଉଛନ୍ତି ଚାଳକ । ଡଙ୍ଗାରେ ଗଲାବେଳେ କଡା ନିୟମ ରହିଛି । ହେଲେ ସବୁ ନିୟମକୁ ଫୁ’କରି ଚାଲିଛନ୍ତି ଡଙ୍ଗା ଚାଳକ । 
 
ପାରାଦୀପରେ ରହିଥିବା ବିଭିନ୍ନ ଶିଳ୍ପସଂସ୍ଥା ମାନଙ୍କୁ ପ୍ରତିଦିନ ଶହଶହ ଲୋକ କାମ କରିବାକୁ ଆସିଥାନ୍ତି ।  ସକାଳୁ ଆସିବା ସହିତ ସନ୍ଧ୍ୟାରେ ଏହି ଡ଼ଙ୍ଗା ଦ୍ୱାରା ଯା’ ଆସ କରିଥାନ୍ତି । ହେଲେ ସରକାରଙ୍କ ତରଫରୁ କରାଯାଇଥିବା ଗାଇଡ଼ ଲାଇନକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବାନେଇ ଅଭିଯୋଗ କରିଛନ୍ତି ଯାତ୍ରୀ । ଏହିଭଳି ବ୍ୟବସ୍ଥା ଜାରି ରହିଲେ କୌଣସି ସମୟରେ ବଡ଼ ଦୁର୍ଘଟଣାକୁ ଏଡାଇ ଦେଇ ହେବନି । ନୌଯାତ୍ରା ସମୟରେ ସମସ୍ତ ନିୟମ ପାଳନ ସହିତ ଲାଇଫ୍ ଜ୍ୟାକେଟ ପିନ୍ଧିବା ଜରୁରୀ ହୋଇଛି । ଏହା ସହିତ ନୌଯାତ୍ରା ସମୟରେ ଚାଳକ ସତର୍କ ରହିଲେ ଯାତ୍ରା ସୁରକ୍ଷିତ ଭାବରେ ହୋଇପାରିବ  ।