ମହିଳାଙ୍କୁ ଛୁରୀ ଦେଖାଇ ହାତଗୋଡ ବାନ୍ଧି ଦୁଷ୍କର୍ମ ଅଭିଯୋଗ, ଗିରଫ ପରେ ଅଭିଯୁକ୍ତର ସିନ୍ ରିକ୍ରିଏସନ

ଢେଙ୍କାନାଳ : ଢେଙ୍କାନାଳ ଜିଲା ସଦର ଥାନା ଗେଙ୍ଗୁଟିଆ ନିକଟସ୍ଥ ରଣପଶି ଓଭରବ୍ରିଜ୍ ନିକଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମହିଳାଙ୍କୁ ଛୁରୀ ଦେଖାଇ ହାତଗୋଡ ବାନ୍ଧି କରାଯାଇଛି ଦୁଷ୍କର୍ମ । ଅଭିଯୁକ୍ତ ହେଲା ହୃଷିକେଶ ସାହୁ । ଶୁକ୍ରବାର ରାତି ୮ଟାରୁ ୧୧ଟା ପର୍ଯ୍ୟନ୍ତ ଏକ ଘରେ ଏକୁଟିଆ ପାଇ ଏପରି ଘୁର୍ଣ୍ଣ୍ୟ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ହୃଷିକେଶ ସାହୁ(୩୦)କୁ ଗିରଫ କରିଛନ୍ତି । […] The post ମହିଳାଙ୍କୁ ଛୁରୀ ଦେଖାଇ ହାତଗୋଡ ବାନ୍ଧି ଦୁଷ୍କର୍ମ ଅଭିଯୋଗ, ଗିରଫ ପରେ ଅଭିଯୁକ୍ତର ସିନ୍ ରିକ୍ରିଏସନ appeared first on KNews Odisha.

ମହିଳାଙ୍କୁ ଛୁରୀ ଦେଖାଇ ହାତଗୋଡ ବାନ୍ଧି ଦୁଷ୍କର୍ମ ଅଭିଯୋଗ, ଗିରଫ ପରେ ଅଭିଯୁକ୍ତର ସିନ୍ ରିକ୍ରିଏସନ
accused

ଢେଙ୍କାନାଳ : ଢେଙ୍କାନାଳ ଜିଲା ସଦର ଥାନା ଗେଙ୍ଗୁଟିଆ ନିକଟସ୍ଥ ରଣପଶି ଓଭରବ୍ରିଜ୍ ନିକଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମହିଳାଙ୍କୁ ଛୁରୀ ଦେଖାଇ ହାତଗୋଡ ବାନ୍ଧି କରାଯାଇଛି ଦୁଷ୍କର୍ମ । ଅଭିଯୁକ୍ତ ହେଲା ହୃଷିକେଶ ସାହୁ । ଶୁକ୍ରବାର ରାତି ୮ଟାରୁ ୧୧ଟା ପର୍ଯ୍ୟନ୍ତ ଏକ ଘରେ ଏକୁଟିଆ ପାଇ ଏପରି ଘୁର୍ଣ୍ଣ୍ୟ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ହୃଷିକେଶ ସାହୁ(୩୦)କୁ ଗିରଫ କରିଛନ୍ତି ।

ଘଟଣାରୁ ଜଣାପଡିଛି ଯେ, ରଣପଶି ଓଭରବ୍ରିଜ୍ ନିକଟରେ ଜଣେ ମହିଳା ଭଡାରେ ଏକ ଘରେ ଏକୁଟିଆ ରହୁଥିଲେ । ନିକଟରେ ଏକ ସ ମିଲରେ କାରୀଗର ଭାବେ କାମ କରୁଥିଲା ଦେବଗଡ ଜିଲା ଅଂଚଳର ହୃଷିକେଶ ସାହୁ । ଶୁକ୍ରବାର ରାତିରେ ମହିଳା ଜଣକ କୌଣସି କାର୍ଯ୍ୟରେ ଘର ବାହାରକୁ ଆସି ଘର ଭିତରକୁ ଯିବା ପୂର୍ବରୁ ଏହାର ସୁଯୋଗ ପାଇ ଅଭିଯୁକ୍ତ ହୃଷିକେଶ ଘରେ ଭିତରେ ଆଗରୁ ଯାଇ ଲୁଚିଥିଲା ।

ମହିଳା ଜଣକ ଘରକୁ ଆସି ବସିଥିବା ବେଳେ ହଠାତ୍ ହୃଷିକେଶ ତାଙ୍କ ପଛ ପାଖରୁ ଆସି ତାଙ୍କ ମୁହଁରେ ଏକ ଚାଦର ପକାଇ ତାଙ୍କୁ ଧରିନେଇଥିଲା । ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ସେଠାରୁ ପଳାଇ ଯାଇଥିଲା । ମହିଳା ଜଣକ ଶନିବାର ଏ ସଂକ୍ରାନ୍ତରେ ସଦର ଥାନାରେ ଏକ ଅଭିଯୋଗ କରିବା ପରେ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା । ଏସପିଙ୍କ ନିର୍ଦ୍ଦେଶ ପରେ ଅତିରିକ୍ତ ଏସପି ଘଟଣାର ତଦନ୍ତ କରିଥିଲେ ।

ଏହାପରେ ଅଭିଯୁକ୍ତକୁ ସମ୍ପୃକ୍ତ ଅଂଚଳରୁ ଗିରଫ କରି ପଚରାଉଚରା କରାଯାଇଥିଲା । ତା’ ଠାରୁ ଘଟଣାରେ ବ୍ୟବହୃତ ଛୁରୀକୁ ଜବତ କରାଯାଇଛି । ସାଇଂଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଁଚି ପଡିଥିବା ପାଦ ଚିହ୍ନକୁ ନେଇ ତଦନ୍ତ କରିଥିଲେ । ଏହାପରେ ଅଭିଯୁକ୍ତ ପୋଲିସ ଉପସ୍ଥିତିରେ ଘଟଣାସ୍ଥଳରେ ସିନ୍ ରିକ୍ରିଏସନ କରିଥିଲା ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ଅଭିଯୁକ୍ତକୁ ରବିବାର କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । ପୀଡିତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।

The post ମହିଳାଙ୍କୁ ଛୁରୀ ଦେଖାଇ ହାତଗୋଡ ବାନ୍ଧି ଦୁଷ୍କର୍ମ ଅଭିଯୋଗ, ଗିରଫ ପରେ ଅଭିଯୁକ୍ତର ସିନ୍ ରିକ୍ରିଏସନ appeared first on KNews Odisha.