ଗର୍ଭବତୀ ନାବାଳିକା ଝିଅକୁ ପୋଡି ମାରିବା ଘଟଣାରେ ବାପା-ମାଙ୍କୁ ଆଜୀବନ କାରାଦଣ୍ଡ
ଯାଜପୁର : ବାପା-ମା’ଙ୍କୁ ଆଜୀବନ କାରାଦଣ୍ଡ । ନାବାଳିକା ଗର୍ଭବତୀ ଝିଅକୁ ପୋଡି ମାରିବା ଘଟଣାରେ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଆଡହକ ଫାଷ୍ଟଟ୍ରାକ୍ କୋର୍ଟ । ଏହା ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଜରିମାନା ଅନାଦେୟ ଆଉ ୬ମାସ ଅଧିକ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସୂଚନାନୁସାରେ,ଗତ ୨୦୧୬ ମସିହା ଫେବୃଆରୀ ମାସ ୧୪ ତାରିଖ ଦିନ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଞ୍ଚଳରେ ଘଟିଥିଲା ଏକ ହୃଦୟବିଦାରକ ଘଟଣା […]

ଯାଜପୁର : ବାପା-ମା’ଙ୍କୁ ଆଜୀବନ କାରାଦଣ୍ଡ । ନାବାଳିକା ଗର୍ଭବତୀ ଝିଅକୁ ପୋଡି ମାରିବା ଘଟଣାରେ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଆଡହକ ଫାଷ୍ଟଟ୍ରାକ୍ କୋର୍ଟ । ଏହା ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଜରିମାନା ଅନାଦେୟ ଆଉ ୬ମାସ ଅଧିକ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ସୂଚନାନୁସାରେ,ଗତ ୨୦୧୬ ମସିହା ଫେବୃଆରୀ ମାସ ୧୪ ତାରିଖ ଦିନ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଞ୍ଚଳରେ ଘଟିଥିଲା ଏକ ହୃଦୟବିଦାରକ ଘଟଣା । ଜଣେ ୧୫ ବର୍ଷର ଗର୍ଭବତୀ ଝିଅକୁ ନିଜ ବାପା-ମା’ ପୋଡ଼ି ଦେଇ ଘର ପଛପଟେ ପୋତି ଦେଇଥିଲେ । ପରେ ପ୍ରମାଣ ନଷ୍ଟ କରିବାକୁ ପାଉଁଶକୁ ଖରସ୍ରୋତା ନଦୀ ରେ ଭସାଇ ଦେଇଥିଲେ । ତେବେ ଘଟଣା ଦିନ ଝିଅକୁ ନିସ୍ତୁକ ମାଡ଼ ବେଳେ ସେହି ରାସ୍ତାରେ ଯାଉଥିବା ମାତାଜି ଜେନା ନାମକ ମହିଳା ଝିଅର ଚିତ୍କାର ଶୁଣିଥିଲେ । ପର ଦିନ ଘରେ ଝିଅକୁ ନଦେଖି ମାତାଜି ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ତଦନ୍ତ କରି ବାପା ନକୁଳ ଜେନା ଓ ମା ସଞ୍ଜୁ ଜେନାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ ବିଚାର ଚାଲିଥିବାବେଳେ ଯାଜପୁର ଆଡହକ ଫାଷ୍ଟଟ୍ରାକ୍ କୋର୍ଟ -୨ ୩୦ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଅଭିଯୁକ୍ତ ବାପା ନକୁଳ ଜେନା ଓ ମା’ ସଞ୍ଜୁ ଜେନାଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଆଉ ୬ମାସ ଅଧିକ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ସରକାରୀ ଓକିଲ ସୂଚନା ଦେଇଛନ୍ତି ।