ସୁଭଦ୍ରା ଯୋଜନା ଏସଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଜାରି ହେଲା ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନା ଏସଓପି । ଆଜି ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ମହିଳାଙ୍କୁ ବର୍ଷକୁ ୫ ହଜାର ଟଙ୍କା ଲେଖାଏଁ ୨ ଥର ମିଳିବ ‘ସୁଭଦ୍ରା’ ଯୋଜନା ଟଙ୍କା । ଏହି ଯୋଜନା ଅଧୀନରେ ୨୧ରୁ ୬୦ ବର୍ଷର ମହିଳାଙ୍କୁ ଆର୍ଥିକ ସହାୟତା ମିଳିବ। ଗତକାଲି କ୍ୟାବିନେଟ୍‌ରେ ଏସଓପି ପାରିତ ହୋଇଥିବା ସେ ସୂଚନା ଦେଇଛନ୍ତି। ମହିଳାଙ୍କ ଆକାଉଣ୍ଟକୁ […]

ସୁଭଦ୍ରା ଯୋଜନା ଏସଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସୁଭଦ୍ରା ଯୋଜନା ଏସଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଜାରି ହେଲା ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନା ଏସଓପି । ଆଜି ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ମହିଳାଙ୍କୁ ବର୍ଷକୁ ୫ ହଜାର ଟଙ୍କା ଲେଖାଏଁ ୨ ଥର ମିଳିବ ‘ସୁଭଦ୍ରା’ ଯୋଜନା ଟଙ୍କା । ଏହି ଯୋଜନା ଅଧୀନରେ ୨୧ରୁ ୬୦ ବର୍ଷର ମହିଳାଙ୍କୁ ଆର୍ଥିକ ସହାୟତା ମିଳିବ। ଗତକାଲି କ୍ୟାବିନେଟ୍‌ରେ ଏସଓପି ପାରିତ ହୋଇଥିବା ସେ ସୂଚନା ଦେଇଛନ୍ତି।

ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ୫ ହଜାର ଟଙ୍କା ପ୍ରଦାନ କରାଯିବ। DBT ମାଧ୍ୟମରେ ସିଧାସଳଖ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ଏହି ଟଙ୍କା ପ୍ରଦାନ କରାଯିବ। ଏହାଦ୍ୱାରା ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଯୋଜନା ପାଇଁ ସରକାର ହିତାଧିକାରୀଙ୍କୁ ସୁଭଦ୍ରା ଡେବିଟ୍‌ କାର୍ଡ ପ୍ରଦାନ କରିବେ।

ଏଥିସହିତ ରାଜ୍ୟରେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ପାଇଁ ସରକାର ଅତିରିକ୍ତ ସହାୟତା ପ୍ରଦାନ କରିବେ। ସର୍ବାଧିକ ଡିଜିଟାଲ କାରବାର କରିଥିବା ହିତାଧିକାରୀଙ୍କୁ ଅତିରିକ୍ତ ୫ଶହ ପୁରସ୍କାର ସ୍ୱରୂପ ମିଳିବ। ପ୍ରତି ପଞ୍ଚାୟତର ୧୦୦ ଜଣ ହିତାଧିକାରୀଙ୍କୁ ଏହି ଅତିରିକ୍ତ ୫ଶହ ଟଙ୍କା ପାଇବେ।

ଏହି ଯୋଜନାରେ ସରକାରୀ ଚାକିରିଆ,ଆର୍ଥିକ ସ୍ୱଚ୍ଛଳ ବର୍ଗର ମହିଳା ତଥା ଅନ୍ୟାନ୍ୟ ସରକାରୀ ସୁବିଧା ପାଇଥିବା ମହିଳା ମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେନାହିଁ । ସେହିପରି ଯେଉଁ ମହିଳାମାନେ ଆୟକର ଦାଖଲ କରୁଥିଲେ ସେମାନେ ମଧ୍ୟ ଏହି ଯୋଜନାରୁ ବାଦ ପଡିବେ । ମାସିକ ୧୫ଶହ ବା ବାର୍ଷିକ ୧୮ ହଜାର ପାଉଥିଲେ ବି ମିଳିବନି ‘ସୁଭଦ୍ରା’ ଟଙ୍କା ।

ସୁଭଦ୍ରା ଯୋଜନା ପାଇଁ କିଭଳି ଆବେଦନ କରିବେ କହିଲେ ସରକାର । ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟରେ ଆବେଦନ କରିହେବ । ସେହିପରି ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ରରେ ମଧ୍ୟ ମହିଳାମାନେ ଆବେଦନ କରିପାରିବେ । ଏସବୁ ଜାଗାରେ ମାଗଣାରେ ଫର୍ମ ମିଳିବ। ସୁଭଦ୍ରା ପାଇଁ ଏକ କଲ୍ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହେବ ବୋଲି ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।