ପଶ୍ଚିମବଙ୍ଗରେ ହେରଫେର, ଭୁବନେଶ୍ୱରରେ ବଡ଼ ସିବିଆଇ ଚଢ଼ାଉ
ଭୁବନେଶ୍ୱର,୮ା୧୨(ସୂର୍ଯ୍ୟକାନ୍ତ ବେହେରା): ପଶ୍ଚିମବଙ୍ଗର ଏକ ନିର୍ମାଣ କାର୍ଯ୍ୟରେ ହେରଫେର ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଟିମ୍ ଭୁବନେଶ୍ୱରରେ ଚଢ଼ାଉ କରିଛି। ସ୍ଥାନୀୟ ମେ’ ଫେୟାର ହୋଟେଲ ସମ୍ମୁଖ ରାସ୍ତାରେ ଶନିବାର ରାତିରେ ସିବିଆଇ ଟିମ୍ ଚଢ଼ାଉକରି ଏକ ଦାମୀ ଗାଡ଼ିରୁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଛି। ଏଥିସହ ପୋଲିସ ସହଯୋଗରେ ୪ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି। ଅଟକ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଓଡ଼ିଶାର ବିଲ୍ଡର ହୋଇଥିବାବେଳେ ଆଉ ଜଣେ କେନ୍ଦ୍ରୀୟ ଅବସରପ୍ରାପ୍ତ ଅଧିକାରୀ […] The post ପଶ୍ଚିମବଙ୍ଗରେ ହେରଫେର, ଭୁବନେଶ୍ୱରରେ ବଡ଼ ସିବିଆଇ ଚଢ଼ାଉ appeared first on Dharitri Odia News.
ଭୁବନେଶ୍ୱର,୮ା୧୨(ସୂର୍ଯ୍ୟକାନ୍ତ ବେହେରା): ପଶ୍ଚିମବଙ୍ଗର ଏକ ନିର୍ମାଣ କାର୍ଯ୍ୟରେ ହେରଫେର ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଟିମ୍ ଭୁବନେଶ୍ୱରରେ ଚଢ଼ାଉ କରିଛି। ସ୍ଥାନୀୟ ମେ’ ଫେୟାର ହୋଟେଲ ସମ୍ମୁଖ ରାସ୍ତାରେ ଶନିବାର ରାତିରେ ସିବିଆଇ ଟିମ୍ ଚଢ଼ାଉକରି ଏକ ଦାମୀ ଗାଡ଼ିରୁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଛି। ଏଥିସହ ପୋଲିସ ସହଯୋଗରେ ୪ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି। ଅଟକ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଓଡ଼ିଶାର ବିଲ୍ଡର ହୋଇଥିବାବେଳେ ଆଉ ଜଣେ କେନ୍ଦ୍ରୀୟ ଅବସରପ୍ରାପ୍ତ ଅଧିକାରୀ ବୋଲି ଜଣାପଡ଼ିଛି। ଅନ୍ୟ ୨ଜଣ କିଏ ସେ ସମ୍ପର୍କରେ ପୋଲିସ କିମ୍ବା ସିବିଆଇ ଅଧିକାରୀଙ୍କ ନିକଟରୁ କୌଣସି ସୂଚନା ମିଳିପାରି ନାହିଁ।
ସୂଚନାନୁସାର ଶନିବାର ରାତି ପ୍ରାୟ ୯ଟା ୧୦ରେ ଉକ୍ତ ହୋଟେଲ ସମ୍ମୁଖ ରାସ୍ତାରେ ଓଡି-୦୫-୯୯୯୯ ନମ୍ବର ବିଶିଷ୍ଟ ମର୍ସିଡିଜ୍ କାର୍ରେ ୪ଜଣ ବ୍ୟକ୍ତି ଯାଉଥିବାବେଳେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ଏକ ସିବିଆଇ ଟିମ୍ ଚଢ଼ାଉ କରିଥିଲା। ଏହାପରେ ଗାଡ଼ିକୁ ଯାଞ୍ଚ କରିବାରୁ ଏକ ବ୍ୟାଗ୍ରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବାହାରିଥିଲା। ଏହି ସମୟରେ କାର୍ରେ ଥିବା ବ୍ୟକ୍ତିଙ୍କ ସହ ସିବିଆଇ ଅଧିକାରୀଙ୍କ ଯୁକ୍ତିତର୍କ ହୋଇଥିଲା। ଏନେଇ ସିବିଆଇ ଟିମ୍ ସ୍ଥାନୀୟ ପୋଲିସକୁ ସୂଚନା ଦେବା ପରେ ନୟାପଲ୍ଲୀ ଓ ମୈତ୍ରୀ ବିହାର ପୋଲିସ ପହଞ୍ଚତ୍ ପଶ୍ଚିମବଙ୍ଗରେ ହେରଫେର ଉକ୍ତ ମର୍ସିଡିଜ୍ ଗାଡ଼ିକୁ ଜବତ କରିବା ସହ ଗାଡ଼ିରେ ଥିବା ଲୋକମାନଙ୍କୁ ଥାନାକୁ ନେଇଥିଲା। ସେଠାରୁ ସିବିଆଇ ଅଧିକାରୀମାନେ ସେମାନଙ୍କୁ ଅନ୍ୟ ସ୍ଥାନକୁ ନେଇ ପଚରାଉଚରା କରୁଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଧରାପଡ଼ିଥିବା ଓଡ଼ିଶାର ବିଲ୍ଡର ଜଣକ ପଶ୍ଚିମବଙ୍ଗରେ ଏକ ନିର୍ମାଣ କାମ ଆଣିଥିଲେ। ସେହି କାମରେ ହେରଫେର ନେଇ ୧୫ଦିନ ତଳେ ସିବିଆଇରେ ଅଭିଯୋଗ ହୋଇଥିଲା। ତାଙ୍କୁ ଧରିବା ପାଇଁ ସିବିଆଇ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିଲା।
The post ପଶ୍ଚିମବଙ୍ଗରେ ହେରଫେର, ଭୁବନେଶ୍ୱରରେ ବଡ଼ ସିବିଆଇ ଚଢ଼ାଉ appeared first on Dharitri Odia News.