ଧନୀ ହେବାକୁ ଚାହୁଁଥିଲେ, ଆପଣାନ୍ତୁ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ‘ନୀତିଶାସ୍ତ୍ର’ରେ ମନୁଷ୍ୟଜୀବନ ସହ ଜଡ଼ିତ ଅନେକ ସମସ୍ୟା ଏବଂ ତାର ସମାଧାନ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରୁ କିଛି ଉପାୟ ସଫଳ ଏବଂ ଧନୀ ହେବାକୁ ନେଇ ରହିଛି। ପରିଶ୍ରମ ଏବଂ ପ୍ରତିଭା ଥିଲେ ଜଣେ ଧନୀ ହୋଇଥାଏ ବୋଲି ଚାଣକ୍ୟ କହିଛନ୍ତି। -ପରିଶ୍ରମ ବହୁତ ଜରୁରୀ: ଚାଣକ୍ୟ କୁହନ୍ତି ମନୁଷ୍ୟକୁ ନିଜ ଲକ୍ଷ୍ୟ ପ୍ରାପ୍ତ କରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଧନୀ ହେବା ଲାଗି ପରିଶ୍ରମ ବହୁତ ଗୁରୁତ୍ୱପୂର୍ଣ୍ଣ। […] The post ଧନୀ ହେବାକୁ ଚାହୁଁଥିଲେ, ଆପଣାନ୍ତୁ… appeared first on Dharitri Odia News.

ଧନୀ ହେବାକୁ ଚାହୁଁଥିଲେ, ଆପଣାନ୍ତୁ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ‘ନୀତିଶାସ୍ତ୍ର’ରେ ମନୁଷ୍ୟଜୀବନ ସହ ଜଡ଼ିତ ଅନେକ ସମସ୍ୟା ଏବଂ ତାର ସମାଧାନ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରୁ କିଛି ଉପାୟ ସଫଳ ଏବଂ ଧନୀ ହେବାକୁ ନେଇ ରହିଛି। ପରିଶ୍ରମ ଏବଂ ପ୍ରତିଭା ଥିଲେ ଜଣେ ଧନୀ ହୋଇଥାଏ ବୋଲି ଚାଣକ୍ୟ କହିଛନ୍ତି।

-ପରିଶ୍ରମ ବହୁତ ଜରୁରୀ: ଚାଣକ୍ୟ କୁହନ୍ତି ମନୁଷ୍ୟକୁ ନିଜ ଲକ୍ଷ୍ୟ ପ୍ରାପ୍ତ କରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଧନୀ ହେବା ଲାଗି ପରିଶ୍ରମ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଘରେ ବସି କେହି ରୋଜଗାର କରିପାରିବ ନାହିଁ।

-ଶୃଙ୍ଖଳିତ ଜୀବନଶୈଳୀ: ଚାଣକ୍ୟ କୁହନ୍ତି ଯଦି ଜଣେ ବ୍ୟକ୍ତି ଜୀବନରେ ସଫଳତା ସହ ଧନ ପ୍ରାପ୍ତ କରିବାକୁ ଚାହୁଁଥାନ୍ତି ତେବେ ତାଙ୍କୁ ଶୁଙ୍ଖଳିତ ହେବାକୁ ପଡ଼ିବ। ସଫଳତା କେବଳ ତାଙ୍କୁ ମିଳେ ଯିଏ ପ୍ରତିଟି କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶୃଙ୍ଖଳିତ ଭାବେ ପୂରଣ କରିଥାଏ। ଯିଏ ସମୟକୁ ଗୁରୁତ୍ୱ ଦେଇଥାଏ।

-ଆହ୍ବାନକୁ ନେଇ ବିଚଳିତ ହୁଅନ୍ତୁ ନାହିଁ: ଚାଣକ୍ୟ ନୀତିରେ ଉଲ୍ଲେଖ ରହିଛି ଯେ ସଫଳତା ପ୍ରାପ୍ତ କରିବା ପୂର୍ବରୁ ବ୍ୟକ୍ତିଙ୍କୁ ସବୁ ପ୍ରକାର ଚ୍ୟାଲେଞ୍ଜକୁ ସାମ୍ନା କରିବା ଉଚିତ। ଯିଏ ଆହ୍ବାନକୁ ସ୍ବିକାର କରି ତାର ସାମ୍ନା କରେ, ସେ ସଫଳ ହେବା ସହ ଧନୀ ହୋଇଥାଏ। ଯିଏ ଡରିଯାଏ ସେ ଅସଫଳ ହୋଇଯାଏ।

-ସମସ୍ତଙ୍କ ଭଲ ପାଇଁ ଚିନ୍ତା କରନ୍ତୁ: ଚାଣକ୍ୟ କୁହନ୍ତି ଯେଉଁ ବ୍ୟକ୍ତି ସମସ୍ତଙ୍କର ଭଲ ବିଷୟରେ ଚିନ୍ତା କରେ, ସମସ୍ତଙ୍କୁ ସାଙ୍ଗରେ ନେଇ ଜୀବନରେ ଆଗକୁ ବଢ଼ିଥାଏ, ତାଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ। ଏଭଳି ଲୋକ ନିଜ ଜୀବନରେ ବହୁତ ଉପରକୁ ଉଠନ୍ତି। ଧନୀ ହୁଅନ୍ତି।

The post ଧନୀ ହେବାକୁ ଚାହୁଁଥିଲେ, ଆପଣାନ୍ତୁ… appeared first on Dharitri Odia News.