ବ୍ଲକ ଅଧ୍ୟକ୍ଷ ପଦବୀରୁ ଦୈତାରୀ ବେହେରାଙ୍କ ଇସ୍ତଫା

ଖଲ୍ଲିକୋଟ,୨୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି ବିଧାୟିକାଙ୍କ ସ୍ବାମୀ ଦୈତାରୀ ବେହେରା। ବ୍ୟକ୍ତିଗତ କାରଣରୁ ସେ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଉଥିବା ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ସ୍ତ୍ରୀ ସୂର୍ଯ୍ୟମଣି ବୈଦ୍ୟଙ୍କୁ ବିଜେଡି ବିଧାୟିକା ପ୍ରାର୍ଥୀ ଭାବେ ଟିକେଟ୍‌ ଦେବା ପରେ ଅଧ୍ୟକ୍ଷ ପଦରୁ ସେ ସୋମବାର ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଖଲ୍ଲିକୋଟ ବିଡିଓଙ୍କୁ ପଠାଇଛନ୍ତି। ଦୈତାରୀ ଖଲ୍ଲିକୋଟ ବ୍ଲକର ଦାନପୁର ପଞ୍ଚାୟତରୁ ସମିତିସଭ୍ୟ ଭାବେ […] The post ବ୍ଲକ ଅଧ୍ୟକ୍ଷ ପଦବୀରୁ ଦୈତାରୀ ବେହେରାଙ୍କ ଇସ୍ତଫା appeared first on Dharitri Odia News.

ବ୍ଲକ ଅଧ୍ୟକ୍ଷ ପଦବୀରୁ ଦୈତାରୀ ବେହେରାଙ୍କ ଇସ୍ତଫା

ଖଲ୍ଲିକୋଟ,୨୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି ବିଧାୟିକାଙ୍କ ସ୍ବାମୀ ଦୈତାରୀ ବେହେରା। ବ୍ୟକ୍ତିଗତ କାରଣରୁ ସେ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଉଥିବା ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ସ୍ତ୍ରୀ ସୂର୍ଯ୍ୟମଣି ବୈଦ୍ୟଙ୍କୁ ବିଜେଡି ବିଧାୟିକା ପ୍ରାର୍ଥୀ ଭାବେ ଟିକେଟ୍‌ ଦେବା ପରେ ଅଧ୍ୟକ୍ଷ ପଦରୁ ସେ ସୋମବାର ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଖଲ୍ଲିକୋଟ ବିଡିଓଙ୍କୁ ପଠାଇଛନ୍ତି।
ଦୈତାରୀ ଖଲ୍ଲିକୋଟ ବ୍ଲକର ଦାନପୁର ପଞ୍ଚାୟତରୁ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ସ୍ତ୍ରୀ ସୂର୍ଯ୍ୟମଣି ବୈଦ୍ୟ ବିଧାୟିକା ଥିବା ବେଳେ ସେ ବ୍ଲକ ଅଧ୍ୟକ୍ଷ ପଦବୀରେ ରହିଥଲେ। ତାଙ୍କ ପ୍ରତିକ୍ରିୟାରେ ସେ ଅଧ୍ୟକ୍ଷ ପଦବୀରେ ରହିଥିବାରୁ ଦଳ ପାଇଁ ସମୟ ଦେଇ ପାରୁ ନ ଥିଲି, ତେଣୁ ଇସ୍ତଫା ଦେଲି, ବର୍ତ୍ତମାନ ମୁଁ ଦଳର ସଂଗଠନ ପାଇଁ ସମୟ ଦେବି ବୋଲି ଦୈତାରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

The post ବ୍ଲକ ଅଧ୍ୟକ୍ଷ ପଦବୀରୁ ଦୈତାରୀ ବେହେରାଙ୍କ ଇସ୍ତଫା appeared first on Dharitri Odia News.