ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜିଲା ଖାଉଟି ଯୋଗାଣ ବିଭାଗ ସରକାରଙ୍କ ଏହି ନିର୍ଦ୍ଦେଶକୁ ଅବମାନନା କରି ଟାଣ ଖରାରେ ଶ୍ରମିକମାନଙ୍କୁ କାର୍ଯ୍ୟରେ ଲଗାଇବା ଭଳି ଘଟଣା ପଦାକୁ ଆସିଛି। ଏନେଇ ଅଧିକାରୀମାନେ ମୁହଁ ଖୋଲୁ ନ ଥିବା ବେଳେ ଶ୍ରମିକମାନେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିବେ ବୋଲି ପ୍ରକାଶ […] The post ଖରାରେ ଖଟୁଛନ୍ତି ଶ୍ରମିକ appeared first on Dharitri Odia News.

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜିଲା ଖାଉଟି ଯୋଗାଣ ବିଭାଗ ସରକାରଙ୍କ ଏହି ନିର୍ଦ୍ଦେଶକୁ ଅବମାନନା କରି ଟାଣ ଖରାରେ ଶ୍ରମିକମାନଙ୍କୁ କାର୍ଯ୍ୟରେ ଲଗାଇବା ଭଳି ଘଟଣା ପଦାକୁ ଆସିଛି। ଏନେଇ ଅଧିକାରୀମାନେ ମୁହଁ ଖୋଲୁ ନ ଥିବା ବେଳେ ଶ୍ରମିକମାନେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି।

ରାଜ୍ୟରେ ପାରଦ ଉପର ମୁହଁା ହୋଇଛି। ଜିଲାରେ ତାପମାତ୍ରା ୪୪ଡିଗ୍ରୀ ପାର ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏହାକୁ ନେଇ ଓଡ଼ିଶା ଷ୍ଟେଟ ସିଭିଲ ସପ୍ଲାଇ କର୍ପୋରେଶନ ଲି. ମୟୂରଭଞ୍ଜ ବାରିପଦାର ଚିଠି ନଂ. ୮୮୫ କ୍ରମେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥାରେ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବ ନାହିଁ। ମାତ୍ର ନିର୍ଦ୍ଦେଶକୁ ଅବମାନନା କରି ଜିଲାର ବାରିପଦା ଷ୍ଟେଶନ ବଜାରସ୍ଥିତ ଓଏସ୍‌ଡବ୍ଳ୍ୟୁସି ଗୋଦାମରୁ ଗୁରୁବାର ମଧ୍ୟାହ୍ନ ସମୟରେ ଏକ ଟ୍ରକରେ କେତେଜଣ ଶ୍ରମିକ ଚାଉଳ ମୁଣ୍ଡରେ ବୋହି ବୋଝେଇ କରୁଥିବା ଦେଖିବାକୁ ମିଳିଥିଲା। ଶ୍ରମିକମାନଙ୍କୁ ଜୋର ଜବରଦସ୍ତ କାର୍ଯ୍ୟ କରିବାକୁ ଚାପ ସୃଷ୍ଟି କରାଯାଇ ଚାଉଳ ବୋହିବାକୁ କୁହାଯାଉଥିବା ଅଭିଯୋଗ ହୋଇଛି। ନିର୍ବାଚନ ପୂର୍ବରୁ ହିତାଧିକାରୀଙ୍କୁ ଅଧିକ ୪ ମାସର ଚାଉଳ ଯୋଗାଇବାକୁ ନିର୍ଦ୍ଦେଶ ରହିଥିବାରୁ ଜିଲାରେ ଥିବା ବାରିପଦା ଏଫ୍‌ଆଇସି, ରାଇରଙ୍ଗପୁର ଓ କରଞ୍ଜିଆ ଓଏସ୍‌ଡବ୍ଳ୍ୟୁସି, ବାଦାମପାହାଡ ଆର୍‌ଆର୍‌ସି, ଉଦଳା ଓ ବେତନଟୀ ପିଜି ଗୋଦାମଗୁଡ଼ିକରେ ତାତିକୁ ବେଖାତିର କରି ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଜଣାପଡ଼ିଛି। ସେହିପରି ବିଭାଗୀୟ ଚିଠିି ନଂ. ୮୮୨ କ୍ରମେ ଖାଦ୍ୟ ଯୋଗାଣ ବିଭାଗର ଜିଲା ମୁଖ୍ୟ ଖାଦ୍ୟ ଯୋଗାଣ ଅଧିକାରୀ ସରକାରୀ ଛୁଟିକୁ ବାତିଲ କରି ଶ୍ରମିକମାନଙ୍କୁ ବେଆଇନ ଭାବେ କାର୍ଯ୍ୟରେ ଲଗାଇଥିବା ଅଭିଯୋଗରୁ ଜଣାପଡ଼ିଛି। ଅଧିକାରୀଙ୍କ ଏଭଳି ଖାମଖିଆଲି ନୀତିକୁ ସାଧାରଣରେ ନାପସନ୍ଦ କରାଯାଇଛି। ତେବେ ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀମାନଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

The post ଖରାରେ ଖଟୁଛନ୍ତି ଶ୍ରମିକ appeared first on Dharitri Odia News.