୫ ବର୍ଷରେ ପ୍ରଥମ ସାମ୍ନାକୁ ଆସିଲେ ଇରାନ ଇରାନ ସୁପ୍ରିମ୍ ଲିଡର ଖମେନେଇ; ଇସ୍ରାଏଲକୁ ଦେଲେ ଚେତାବନୀ
ନୂଆଦିଲ୍ଲୀ, ୪।୧୦: ଶୁକ୍ରବାର ତେହେରାନର ଗ୍ରାଣ୍ଡ ମସଜିଦରେ ହଜାର ହଜାର ଲୋକ ଏକତ୍ରିତ ହୋଇ ହିଜବୁଲ ମୁଖ୍ୟ ହାସନ ନାସରାଲ୍ଲାଙ୍କ ସ୍ମୃତିରେ ପ୍ରାର୍ଥନା କରିଛନ୍ତି। ପ୍ରାର୍ଥନା ପରେ ଇରାନର ସର୍ବୋଚ୍ଚ ନେତା ଅଯତୁଲ୍ଲା ଅଲି ଖମେନେଇ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ସମଗ୍ର ବିଶ୍ୱରେ ମୁସଲମାନମାନଙ୍କୁ ଏକଜୁଟ ହେବାକୁ ନିବେଦନ କରିଥିଲେ। ଇରାନବାସୀଙ୍କୁ ସମ୍ବୋଧିତ କରି ଖାମେନେଇ କହିଛନ୍ତି, ‘ଆପଣମାନେ ଆଲ୍ଲାଙ୍କ ଦ୍ୱାରା ପ୍ରଦର୍ଶିତ ପଥରୁ ବିଚ୍ୟୁତ ହେବା ଉଚିତ ନୁହେଁ। ମୁସଲମାନମାନେ ଏକଜୁଟ […] The post ୫ ବର୍ଷରେ ପ୍ରଥମ ସାମ୍ନାକୁ ଆସିଲେ ଇରାନ ଇରାନ ସୁପ୍ରିମ୍ ଲିଡର ଖମେନେଇ; ଇସ୍ରାଏଲକୁ ଦେଲେ ଚେତାବନୀ appeared first on Dharitri Odia News.
ନୂଆଦିଲ୍ଲୀ, ୪।୧୦: ଶୁକ୍ରବାର ତେହେରାନର ଗ୍ରାଣ୍ଡ ମସଜିଦରେ ହଜାର ହଜାର ଲୋକ ଏକତ୍ରିତ ହୋଇ ହିଜବୁଲ ମୁଖ୍ୟ ହାସନ ନାସରାଲ୍ଲାଙ୍କ ସ୍ମୃତିରେ ପ୍ରାର୍ଥନା କରିଛନ୍ତି। ପ୍ରାର୍ଥନା ପରେ ଇରାନର ସର୍ବୋଚ୍ଚ ନେତା ଅଯତୁଲ୍ଲା ଅଲି ଖମେନେଇ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ସମଗ୍ର ବିଶ୍ୱରେ ମୁସଲମାନମାନଙ୍କୁ ଏକଜୁଟ ହେବାକୁ ନିବେଦନ କରିଥିଲେ।
ଇରାନବାସୀଙ୍କୁ ସମ୍ବୋଧିତ କରି ଖାମେନେଇ କହିଛନ୍ତି, ‘ଆପଣମାନେ ଆଲ୍ଲାଙ୍କ ଦ୍ୱାରା ପ୍ରଦର୍ଶିତ ପଥରୁ ବିଚ୍ୟୁତ ହେବା ଉଚିତ ନୁହେଁ। ମୁସଲମାନମାନେ ଏକଜୁଟ ହେବା ଉଚିତ୍। ଆମକୁ ଏକଜୁଟ ରହିବାକୁ ପଡିବ। ଆମକୁ ପ୍ରେମ ସହିତ ବଞ୍ଚିବାକୁ ପଡିବ। ଇସ୍ରାଏଲ ବିରୋଧରେ ନିଜର ଆକ୍ରୋଶ ପ୍ରକାଶ କରି ଖାମେନେଇ କହିଛନ୍ତି, ‘ଇସ୍ରାଏଲ ପାଲେଷ୍ଟାଇନର ଅଂଚଳକୁ ବେଆଇନ ଭାବେ ଦଖଲ କରିଛି।’
ଖାମେନେଇ ତାଙ୍କ ଭାଷଣରେ କହିଛନ୍ତି, ”ହିଜବୁଲ୍ଲା ମୁଖ୍ୟ ହାସନ ନାସରାଲ୍ଲାଙ୍କ ହତ୍ୟା ଆମ ପାଇଁ ଏକ ଅପୂରଣୀୟ କ୍ଷତି। ଇରାନ ଇସ୍ରାଏଲକୁ କ୍ଷେପଣାସ୍ତ୍ରରେ କଡା ଜବାବ ଦେଇଛି। ତେବେ ଆବଶ୍ୟକ ପଡିଲେ ପୁନର୍ବାର ଆକ୍ରମଣ କରିବ। ହିଜବୁଲ୍ଲା ଏବଂ ଲେବାନନର ଲୋକମାନେ ସେମାନଙ୍କର ଅଧିକାର ପାଇଁ ଲଢ଼ୁଛନ୍ତି। ପାଲେଷ୍ଟାଇନ ବର୍ତମାନ ଶତ୍ରୁମାନଙ୍କ ଦ୍ୱାରା ଅଧିକୃତ। ପାଲେଷ୍ଟାଇନର ଏହି ସ୍ଥାନ ଫେରାଇନେବାର ଅଧିକାର ଅଛି। ଇରାନରୁ ଲେବାନନ୍ ପର୍ଯ୍ୟନ୍ତ ମୁସଲମାନମାନେ ଏକଜୁଟ ହେବା ଉଚିତ୍।
ଇସ୍ରାଏଲ୍ ସମସ୍ତ ମୁସଲମାନମାନଙ୍କର ଶତ୍ରୁ। ସେମାନେ କେବଳ ଆମର ଶତ୍ରୁ ନୁହଁନ୍ତି ପାଲେଷ୍ଟାଇନ ଏବଂ ୟେମେନର ଶତ୍ରୁ ମଧ୍ୟ ଅଟନ୍ତି। ଶତ୍ରୁମାନଙ୍କର ଯୋଜନା କେବେ ସଫଳ ହେବ ନାହିଁ। ସେମାନେ ମୁସଲମାନମାନଙ୍କ ପ୍ରତି ଶତ୍ରୁତା ବୃଦ୍ଧି କରିବାକୁ ଚାହୁଁଛନ୍ତି। ଶତ୍ରୁମାନେ ସେମାନଙ୍କର ମନ୍ଦ ରାଜନୀତିକୁ ବଢାଇବାକୁ ଚାହୁଁଛନ୍ତି।
ତେଣୁ ଇସ୍ରାଏଲ ବିରୁଦ୍ଧରେ ଏହି ଯୁଦ୍ଧରେ ଆରବ ମୁସଲମାନମାନେ ମଧ୍ୟ ଆମକୁ ସମର୍ଥନ କରିବା ଉଚିତ୍। ଲିବାନନ୍ ପାଇଁ ଆମେ ସବୁକିଛି କରିବୁ। ଇସ୍ରାଏଲକୁ ଲିବାନନରୁ ବାହାର କରାଯାଇଥିଲା। ଲେବାନନର ମୁସଲମାନମାନେ ସେମାନଙ୍କର ସମ୍ମାନ ରକ୍ଷା କଲେ ଏବଂ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ ତଥାପି ମୁସଲମାନମାନଙ୍କୁ ଅତ୍ୟାଚାର କରାଯାଉଛି। ପାଲେଷ୍ଟାଇନ ମୁସଲମାନଙ୍କ ଅଧିକାର ପାଇଁ ହାମାସ ମଧ୍ୟ ଇସ୍ରାଏଲ ବିରୋଧରେ ଲଢ଼ୁଛି।
ପାଲେଷ୍ଟାଇନକୁ ଦଖଲ କରିବାକୁ ଚାହୁଁଥିବା ଶକ୍ତି ବିରୁଦ୍ଧରେ ଠିଆ ହେବାର ସମ୍ପୂର୍ଣ୍ଣ ଅଧିକାର ସେଠାକାର ଲୋକମାନଙ୍କର ଅଛି। ଗତ ବର୍ଷ ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ହାମାସର ଆକ୍ରମଣ ଯଥାର୍ଥ ଥିଲା।”
The post ୫ ବର୍ଷରେ ପ୍ରଥମ ସାମ୍ନାକୁ ଆସିଲେ ଇରାନ ଇରାନ ସୁପ୍ରିମ୍ ଲିଡର ଖମେନେଇ; ଇସ୍ରାଏଲକୁ ଦେଲେ ଚେତାବନୀ appeared first on Dharitri Odia News.