ବାରୁଦ ସୁଡ଼ଙ୍ଗରେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଚାଲିଗଲା ୩ ଶିଶୁଙ୍କ ନିରୀହ ଜୀବନ
ଇସଲାମାବାଦ,୧୩ା୪: ପାକିସ୍ତାନର ଅଶାନ୍ତ ପ୍ରଦେଶ ଖାଇବର ପାଖତୁଖନ୍ଓ୍ବାଠାରେ ପୁଣି ଥରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୩ ଶିଶୁ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ପୋଲିସର ସୂଚନାନୁସାରେ, ଏହି ଘଟଣା ଆଦିବାସୀ ଦକ୍ଷିଣ ଓ୍ବାଜିରିସ୍ତାନ ଜିଲାର ଓ୍ବାନା ସହରରେ ଘଟିଥିଲା। ଯେତେବେଳେ ପିଲାମାନେ ମାଣ୍ଡୋକାଇ ଅଞ୍ଚଳରେ ଭଲିବଲ୍ ମ୍ୟାଚ୍ ଦେଖିବାକୁ ଯାଉଥିଲେ। ଜିଲା ପୋଲିସ ଅଧିକାରୀ କହିଛନ୍ତି, ପିଲାମାନେ ମାଣ୍ଡୋକାଇ ଅଞ୍ଚଳରେ ଦୁଇଟି ସ୍ଥାନୀୟ ଦଳ ମଧ୍ୟରେ ଭଲିବଲ୍ ମ୍ୟାଚ୍ ଦେଖିବାକୁ […] The post ବାରୁଦ ସୁଡ଼ଙ୍ଗରେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଚାଲିଗଲା ୩ ଶିଶୁଙ୍କ ନିରୀହ ଜୀବନ appeared first on Dharitri Odia News.
ଇସଲାମାବାଦ,୧୩ା୪: ପାକିସ୍ତାନର ଅଶାନ୍ତ ପ୍ରଦେଶ ଖାଇବର ପାଖତୁଖନ୍ଓ୍ବାଠାରେ ପୁଣି ଥରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୩ ଶିଶୁ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।
ପୋଲିସର ସୂଚନାନୁସାରେ, ଏହି ଘଟଣା ଆଦିବାସୀ ଦକ୍ଷିଣ ଓ୍ବାଜିରିସ୍ତାନ ଜିଲାର ଓ୍ବାନା ସହରରେ ଘଟିଥିଲା। ଯେତେବେଳେ ପିଲାମାନେ ମାଣ୍ଡୋକାଇ ଅଞ୍ଚଳରେ ଭଲିବଲ୍ ମ୍ୟାଚ୍ ଦେଖିବାକୁ ଯାଉଥିଲେ।
ଜିଲା ପୋଲିସ ଅଧିକାରୀ କହିଛନ୍ତି, ପିଲାମାନେ ମାଣ୍ଡୋକାଇ ଅଞ୍ଚଳରେ ଦୁଇଟି ସ୍ଥାନୀୟ ଦଳ ମଧ୍ୟରେ ଭଲିବଲ୍ ମ୍ୟାଚ୍ ଦେଖିବାକୁ ଯାଉଥିଲେ। ଏହି ସମୟରେ ପିଲାମାନଙ୍କ ମଧ୍ୟରୁ ଜଣେ ଲ୍ୟାଣ୍ଡମାଇନ ଉପରେ ପାଦ ଦେଇଥିଲେ, ଯେଉଁଥିପାଇଁ ବିସ୍ଫୋରଣ ଘଟିଥିଲା। ସେ କହିଛନ୍ତି, ଏହି ଦୁର୍ଘଟଣାରେ ତିନି ଶିଶୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଜଣେ ଗୁରୁତର ହୋଇଛନ୍ତି। ତାଙ୍କ ନାମ ଇସ୍ମାଇଲ ଖାନ୍। ତାଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
The post ବାରୁଦ ସୁଡ଼ଙ୍ଗରେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଚାଲିଗଲା ୩ ଶିଶୁଙ୍କ ନିରୀହ ଜୀବନ appeared first on Dharitri Odia News.