ମଝି ରାସ୍ତାରେ  ଚଳନ୍ତା କାର ଉପକରକୁ ଦୁର୍ବୃତ୍ତ ଚଳାଇଲେ ଗୁଳି, ପରେ କାର ଭିତରେ ପଶି… 

 ପାଟଣା,୧୮।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା   ପାଟଣା ବ୍ଲକ ୪୯ ନମ୍ବର  ମୁମ୍ବାଇ କଲିକତା ଜାତୀୟ ରାଜପଥ ଖିରେଇଟାଙ୍ଗିରି ଟୋଲ ଗେଟ୍‌ ନିକଟରେ ରବିବାର ଗୁଳିମାଡ଼ ହୋଇଛି। ସକାଳୁ ଏକ  ଚଳନ୍ତା କାର ଉପରକୁ ଦୁର୍ବୃତ୍ତ ଗୁଳିମାଡ଼ କରି ଟଙ୍କା ଲୁଟିନେଇଛନ୍ତି। ଏହି ଘଟଣା ସ୍ଥାନୀୟଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଏକ ବୋଲେରୋ କ୍ୟାମ୍ପର, ଡିଜେଆର, ଓ ବାଇକରେ ୧୩  ଦୁର୍ବୃତ୍ତ ଆସି ଚଳନ୍ତା କାର ଉପରକୁ ଗୁଳିମାଡ଼  କରିଥିଲେ। ପରେ  ୧୭ ହଜାର ଟଙ୍କା […] The post ମଝି ରାସ୍ତାରେ  ଚଳନ୍ତା କାର ଉପକରକୁ ଦୁର୍ବୃତ୍ତ ଚଳାଇଲେ ଗୁଳି, ପରେ କାର ଭିତରେ ପଶି…  appeared first on Dharitri Odia News.

ମଝି ରାସ୍ତାରେ  ଚଳନ୍ତା କାର ଉପକରକୁ ଦୁର୍ବୃତ୍ତ ଚଳାଇଲେ ଗୁଳି, ପରେ କାର ଭିତରେ ପଶି… 
 ପାଟଣା,୧୮।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା   ପାଟଣା ବ୍ଲକ ୪୯ ନମ୍ବର  ମୁମ୍ବାଇ କଲିକତା ଜାତୀୟ ରାଜପଥ ଖିରେଇଟାଙ୍ଗିରି ଟୋଲ ଗେଟ୍‌ ନିକଟରେ ରବିବାର ଗୁଳିମାଡ଼ ହୋଇଛି। ସକାଳୁ ଏକ  ଚଳନ୍ତା କାର ଉପରକୁ ଦୁର୍ବୃତ୍ତ ଗୁଳିମାଡ଼ କରି ଟଙ୍କା ଲୁଟିନେଇଛନ୍ତି। ଏହି ଘଟଣା ସ୍ଥାନୀୟଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ଏକ ବୋଲେରୋ କ୍ୟାମ୍ପର, ଡିଜେଆର, ଓ ବାଇକରେ ୧୩  ଦୁର୍ବୃତ୍ତ ଆସି ଚଳନ୍ତା କାର ଉପରକୁ ଗୁଳିମାଡ଼  କରିଥିଲେ। ପରେ  ୧୭ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇଛନ୍ତି । ଲୁଟର ଶିକାର ହୋଇଥିବା ବ୍ୟକ୍ତି  ଜଣକ ହେଉଛନ୍ତି  ରାଇରଙ୍ଗପୁର ବାଦଳା ଅଞ୍ଚଳର  ଏସ୍‌ କେ ଅହମ୍ମଦ। ସେ ଅନୁଗୋଳରୁ ଜଣେ ବନ୍ଧୁଙ୍କ ଘରୁ କାର ଯୋଗେ ଡ୍ରାଇଭର ସହ ଫେରୁଥିବା ସମୟରେ  କେନ୍ଦୁଝର ପାର୍ଶ୍ୱରୁ ତାଙ୍କ କାରକୁ ପିଛାକରି  ଖିରେଇଟାଙ୍ଗିରି  ଟୋଲଗେଟ୍‌ ନିକଟରେ ଦୁର୍ବୃତ୍ତମାନେ ତାଙ୍କ କାର ଉପରକୁ ଗୁଳିକରି ଟଙ୍କା ଲୁଟିନେଇଛନ୍ତି । ଖବରପାଇ ତୁରୁମୁଙ୍ଗା ପୋଲିସ ଦୁବୃର୍ତ୍ତଙ୍କୁ ଧରିବା ପାଇଁ ଛାନଭିନ୍‌  ଜାରି ରଖିଛି।

The post ମଝି ରାସ୍ତାରେ  ଚଳନ୍ତା କାର ଉପକରକୁ ଦୁର୍ବୃତ୍ତ ଚଳାଇଲେ ଗୁଳି, ପରେ କାର ଭିତରେ ପଶି…  appeared first on Dharitri Odia News.