୨ଲକ୍ଷ କୋଟି ଉପରେ ଜେଏଫ୍ଏସ୍ଏଲ୍ର ବଜାର ମୂଲ୍ୟ
ଭୁବନେଶ୍ୱର,୨୪।୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ଜିଓ ଫାଇନାନ୍ସିଆଲ ସର୍ଭିସେସ୍ ଲିମିଟେଡ୍(ଜେଏଫ୍ଏସ୍ଏଲ୍) ର ବଜାର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚତ୍ଛି। ଏପରିକି ୨ଲକ୍ଷ କୋଟି ଟଙ୍କା ଉପରେ ଜେଏଫ୍ଏସ୍ଏଲ୍ର ବଜାର ମୂଲ୍ୟ ହୋଇଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଶେୟାର ବଜାର କାରବାର ସମୟରେ କମ୍ପାନୀର ମାର୍କେଟ କ୍ୟାପ୍ ୧୭% ବୃଦ୍ଧି ଘଟି ୨.୦୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ସେହିଭଳି ଶୁକ୍ରବାର କାରବାର ଶେଷ ସୁଦ୍ଧା ଜେଏଫ୍ଏସ୍ଏଲ୍ର ଶେୟାର […] The post ୨ଲକ୍ଷ କୋଟି ଉପରେ ଜେଏଫ୍ଏସ୍ଏଲ୍ର ବଜାର ମୂଲ୍ୟ appeared first on Dharitri Odia News.
ଭୁବନେଶ୍ୱର,୨୪।୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ଜିଓ ଫାଇନାନ୍ସିଆଲ ସର୍ଭିସେସ୍ ଲିମିଟେଡ୍(ଜେଏଫ୍ଏସ୍ଏଲ୍) ର ବଜାର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚତ୍ଛି। ଏପରିକି ୨ଲକ୍ଷ କୋଟି ଟଙ୍କା ଉପରେ ଜେଏଫ୍ଏସ୍ଏଲ୍ର ବଜାର ମୂଲ୍ୟ ହୋଇଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଶେୟାର ବଜାର କାରବାର ସମୟରେ କମ୍ପାନୀର ମାର୍କେଟ କ୍ୟାପ୍ ୧୭% ବୃଦ୍ଧି ଘଟି ୨.୦୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ସେହିଭଳି ଶୁକ୍ରବାର କାରବାର ଶେଷ ସୁଦ୍ଧା ଜେଏଫ୍ଏସ୍ଏଲ୍ର ଶେୟାର ମୂଲ୍ୟ ୩୩୫ ପଏଣ୍ଟରେ ବନ୍ଦ ହୋଇଛି। ଏ ପର୍ଯ୍ୟନ୍ତ ଶେୟାର ବଜାରରେ ଏଭଳି ୩୯ କମ୍ପାନୀ ରହିଛନ୍ତି, ଯେଉଁମାନଙ୍କର ବଜାର ମୂଲ୍ୟ ୨ ଲକ୍ଷ କୋଟିରୁ ଅଧିକ ମାର୍କେଟ କ୍ୟାପ୍ ସହ କାରବାର କରୁଛନ୍ତି। ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୨୦.୦୫ ଲକ୍ଷ କୋଟି ମାର୍କେଟ କ୍ୟାପ୍ ସହ ସବୁଠୁ ମୂଲ୍ୟବାନ ଭାରତୀୟ କମ୍ପାନୀ ଭାବେ ସଫଳତା ଲାଭ କରିଛି। ଅପରପକ୍ଷରେ ଜେଏଫ୍ଏସ୍ଏଲ୍ର ପ୍ୟାରେଣ୍ଟ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଶେୟାର ଫେବୃଆରୀ ମାସରେ ରେକର୍ଡ ବୃଦ୍ଧି ଘଟିଛି। ଏପରିକି ୨୦୨୪ ଫେବୃଆରୀ ୨୩ ମଧ୍ୟରେ କମ୍ପାନୀ ଶେୟାରରେ ପ୍ରାୟ ୩୫% ବୃଦ୍ଧି ରେକର୍ଡ ହୋଇଛି।
The post ୨ଲକ୍ଷ କୋଟି ଉପରେ ଜେଏଫ୍ଏସ୍ଏଲ୍ର ବଜାର ମୂଲ୍ୟ appeared first on Dharitri Odia News.