ସୁନା ଦୋକାନ ସଟର ଭାଙ୍ଗି ପଶିଲେ ଚୋର: ସୁନା ବଦଳରେ ନେଲେ…

ପାଟଣା,୮।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ବଜାରରେ ଥିବା କବିତା ଜୁଏଲରୀ ଦୋକାନର ଶଟର ଚାବି ଭାଙ୍ଗି ଦୁର୍ବୁତ୍ତମାନେ ସୋମବାର ରାତ୍ରି ଦୋକାନ ଭିତରେ ପଶି ଚୋରି କରିଛନ୍ତି। ଦୀର୍ଘ ଦିନ ଧରି ଦୋକାନ ବନ୍ଦ ଥିବା ଯୋଗୁ ଦୋକାନରେ କିଛି ୱାନ ଗ୍ରାମ ଗୋଲଡ଼ ସହ ରୁପା ଥିଲା। ଦୁର୍ବୁତ୍ତମାନେ ସୁନା ଭାବି ୱାନ ଗ୍ରାମ ଗୋଲଡ଼ ନେଇ ଯାଇଥିବା ଦୋକାନ ମାଲିକ ସାଧୁଚରଣ ପରିଡା କହିଛନ୍ତି। ଖବର ପାଇ ତୁରୁମୁଙ୍ଗା […] The post ସୁନା ଦୋକାନ ସଟର ଭାଙ୍ଗି ପଶିଲେ ଚୋର: ସୁନା ବଦଳରେ ନେଲେ… appeared first on Dharitri Odia News.

ସୁନା ଦୋକାନ ସଟର ଭାଙ୍ଗି ପଶିଲେ ଚୋର: ସୁନା ବଦଳରେ ନେଲେ…

ପାଟଣା,୮।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ବଜାରରେ ଥିବା କବିତା ଜୁଏଲରୀ ଦୋକାନର ଶଟର ଚାବି ଭାଙ୍ଗି ଦୁର୍ବୁତ୍ତମାନେ ସୋମବାର ରାତ୍ରି ଦୋକାନ ଭିତରେ ପଶି ଚୋରି କରିଛନ୍ତି। ଦୀର୍ଘ ଦିନ ଧରି ଦୋକାନ ବନ୍ଦ ଥିବା ଯୋଗୁ ଦୋକାନରେ କିଛି ୱାନ ଗ୍ରାମ ଗୋଲଡ଼ ସହ ରୁପା ଥିଲା। ଦୁର୍ବୁତ୍ତମାନେ ସୁନା ଭାବି ୱାନ ଗ୍ରାମ ଗୋଲଡ଼ ନେଇ ଯାଇଥିବା ଦୋକାନ ମାଲିକ ସାଧୁଚରଣ ପରିଡା କହିଛନ୍ତି। ଖବର ପାଇ ତୁରୁମୁଙ୍ଗା ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଚାବି ଭାଙ୍ଗିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ପୋଲିସ ସିସିଟିଭି ଆଧାରରେ ଦୁର୍ବୁତ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନଭିନ୍‌ ଜାରି ରଖିଛି।

The post ସୁନା ଦୋକାନ ସଟର ଭାଙ୍ଗି ପଶିଲେ ଚୋର: ସୁନା ବଦଳରେ ନେଲେ… appeared first on Dharitri Odia News.