ବିନା ପଦକରେ ଭାରତ ଫେରିଲେ ଭିନେଶ ଫୋଗଟ
ନୂଆଦିଲ୍ଲୀ,୧୩।୮: ପ୍ୟାରିସ ଅଲିମ୍ପିକ୍ସରୁ ଭିନେଶ ଫୋଗଟଙ୍କ ଅଯୋଗ୍ୟତା ଭାରତ ପାଇଁ ଏକ ବଡ ଝଟକା। ଭିନେଶଙ୍କ ଉପରେ CAS ର ନିଷ୍ପତ୍ତି ଏପର୍ଯ୍ୟନ୍ତ ଆସି ନାହିଁ। ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଭିନେଶ ଫୋଗଟ ପ୍ୟାରିସରୁ ବିଦାୟ ନେଉଥିବାର ନଜର ଆସିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅଲିମ୍ପିକ୍ସ ୨୦୨୪ରେ ଭାରତ ପାଇଁ କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଥିବା ଅମନ ସେରାୱତଙ୍କ ସହ ଭିନେଶ ନୂଆଦିଲ୍ଲୀରେ ଅବତରଣ କରିବେ। ନ୍ୟୁଜ ଏଜେନ୍ସି ଏଏନଆଇ ଏକ […] The post ବିନା ପଦକରେ ଭାରତ ଫେରିଲେ ଭିନେଶ ଫୋଗଟ appeared first on Dharitri Odia News.
ନୂଆଦିଲ୍ଲୀ,୧୩।୮: ପ୍ୟାରିସ ଅଲିମ୍ପିକ୍ସରୁ ଭିନେଶ ଫୋଗଟଙ୍କ ଅଯୋଗ୍ୟତା ଭାରତ ପାଇଁ ଏକ ବଡ ଝଟକା। ଭିନେଶଙ୍କ ଉପରେ CAS ର ନିଷ୍ପତ୍ତି ଏପର୍ଯ୍ୟନ୍ତ ଆସି ନାହିଁ। ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଭିନେଶ ଫୋଗଟ ପ୍ୟାରିସରୁ ବିଦାୟ ନେଉଥିବାର ନଜର ଆସିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅଲିମ୍ପିକ୍ସ ୨୦୨୪ରେ ଭାରତ ପାଇଁ କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଥିବା ଅମନ ସେରାୱତଙ୍କ ସହ ଭିନେଶ ନୂଆଦିଲ୍ଲୀରେ ଅବତରଣ କରିବେ।
ନ୍ୟୁଜ ଏଜେନ୍ସି ଏଏନଆଇ ଏକ ଭିଡିଓ ଶେୟାର କରିଛି ଯେଉଁଥିରେ ଭିନେଶ ଫୋଗଟ ସୋମବାର ପ୍ୟାରିସରୁ ଭାରତ ଫେରୁଥିବା ଦେଖିବାକୁ ମିଳିଛି। ଯେହେତୁ CAS ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଦେଇନାହିଁ, ତେଣୁ ଭିନେଶ ବିନା ପଦକରେ ଭାରତକୁ ଫେରୁଛନ୍ତି ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଭିନେଶ ଫୋଗଟଙ୍କ ଉପରେ CAS ନିଷ୍ପତ୍ତି ୧୦ଅଗଷ୍ଟରେ ଆସିବାରଥିଲା, କିନ୍ତୁ ବର୍ତ୍ତମାନ ତାରିଖ ୧୩ ଅଗଷ୍ଟକୁ ବୃଦ୍ଧି କରାଯାଇଛି।
ସୂଚନାଯୋଗ୍ୟ, ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତିରେ ଭିନେଶ ଫୋଗଟ ଅଂଶଗ୍ରହଣ କରିଥିଲେ। ସେ ଲଗାତାର ୩ଟି ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ସେ ଆମେରିକୀୟ ରେସଲରଙ୍କ ସହ ମୁହାଁମୁହିଁ ହୋଇଥିଲେ। ମ୍ୟାଚର କିଛି ଘଣ୍ଟା ପୂର୍ବରୁ ଖବର ଆସିଥିଲା ଯେ ତାଙ୍କ ଓଜନ ୫୦ କିଲୋଗ୍ରାମରୁ ପ୍ରାୟ ୧୦୦ ଗ୍ରାମ ଅଧିକ ଥିଲା ଏବଂ ଏହି କାରଣରୁ ତାଙ୍କୁ ଫାଇନାଲରୁ ବାହାର କରି ଦିଆଯାଇଥିଲା। ଏହି ନିଷ୍ପତ୍ତିରେ ନିରାଶ ହୋଇ ଭିନେସ କୁସ୍ତିରୁ ଅବସର ଘୋଷଣା କରିଛନ୍ତି। ଅଗଷ୍ଟ ୧୩ରେ ଏହି ନିଷ୍ପତ୍ତି ତାଙ୍କ ସପକ୍ଷରେ ଆସିଛି କି ନାହିଁ ତାହା ଦେଖିବାକୁ ବାକି ରହିଲା। ଫାଇନାଲରେ ହାରିଯାଇଥିଲେ ମଧ୍ୟ ତାଙ୍କ ରୌପ୍ୟ ପଦକ ନିଶ୍ଚିତ ହୋଇଥିଲା।
The post ବିନା ପଦକରେ ଭାରତ ଫେରିଲେ ଭିନେଶ ଫୋଗଟ appeared first on Dharitri Odia News.