ଭାରତ ମହାସାଗରରେ ଚାଇନାର ବ୍ୟାଣ୍ଡ ବଜାଇବେ INS ଜଟାୟୁ ଓ ରୋମିଓ

ନୂଆଦିଲ୍ଲୀ : ସ୍ଥଳଭାଗ ପରେ ଏବେ ଜଳଭାଗକୁ ଟାର୍ଗେଟ୍‌ କରିଛି ଚାଇନା। ଭାରତ ମହାସାଗର ଉପରେ ପଡ଼ୋଶୀ ରାଷ୍ଟ୍ର ଚାଇନା ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ବାରମ୍ବାର ପ୍ରୟାସ କରୁଛି। ଆଉ ଏହାରି ମଧ୍ୟରେ ଚାଇନାର ବ୍ୟାଣ୍ଡ ବଜାଇବା ପାଇଁ ଭାରତ ମଧ୍ୟ ପ୍ରସ୍ତୁତ ହୋଇଯାଇଛି। ଆସନ୍ତା ସପ୍ତାହରେ ଲାକ୍ଷାଦ୍ବୀପର ମିନିକଏ ଆଇଲ୍ୟାଣ୍ଡରେ ଏକ ନୂତନ ସେନା ବେସ୍‌ ଉଦ୍‌ଘାଟନ ହେବ। ମିନିକଏରେ ଆଇଏନ୍‌ଏସ୍‌ ଜଟାୟୁର ସେନାରେ ଯୋଗଦେବ।ମିନିକଏର ନାଭାଲ୍ ବେସ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ […]

ଭାରତ ମହାସାଗରରେ ଚାଇନାର ବ୍ୟାଣ୍ଡ ବଜାଇବେ INS ଜଟାୟୁ ଓ ରୋମିଓ
INS Jatayu: Indian Navy to commission new base in Lakshadweep next week

ନୂଆଦିଲ୍ଲୀ : ସ୍ଥଳଭାଗ ପରେ ଏବେ ଜଳଭାଗକୁ ଟାର୍ଗେଟ୍‌ କରିଛି ଚାଇନା। ଭାରତ ମହାସାଗର ଉପରେ ପଡ଼ୋଶୀ ରାଷ୍ଟ୍ର ଚାଇନା ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ବାରମ୍ବାର ପ୍ରୟାସ କରୁଛି। ଆଉ ଏହାରି ମଧ୍ୟରେ ଚାଇନାର ବ୍ୟାଣ୍ଡ ବଜାଇବା ପାଇଁ ଭାରତ ମଧ୍ୟ ପ୍ରସ୍ତୁତ ହୋଇଯାଇଛି।

ଆସନ୍ତା ସପ୍ତାହରେ ଲାକ୍ଷାଦ୍ବୀପର ମିନିକଏ ଆଇଲ୍ୟାଣ୍ଡରେ ଏକ ନୂତନ ସେନା ବେସ୍‌ ଉଦ୍‌ଘାଟନ ହେବ। ମିନିକଏରେ ଆଇଏନ୍‌ଏସ୍‌ ଜଟାୟୁର ସେନାରେ ଯୋଗଦେବ।ମିନିକଏର ନାଭାଲ୍ ବେସ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଦେଶର ସେବା ପାଇଁ ଉତ୍ସର୍ଗୀକୃତ ହେବ INS Jatayu। ଏହି ଅବସରରେ  MH 60R ‘ରୋମିଓ’ ହେଲିକପ୍ଟରର ଏକ କଣ୍ଟିଜେଣ୍ଟ୍ ମଧ୍ୟ ନୌସେନାରେ ସାମିଲ ହେବ। ଆଇଏନ୍‌ଏସ୍‌ ଜଟାୟୁ ଓ ରୋମିଓ ମିଳିତ ଭାବେ ଭାରତ ମହାସାଗର ଅଞ୍ଚଳ (IOR)ରେ ଚୀନ ଉପରେ ନଜର ରଖିବେ। ଆଇଏନ୍‌ଏସ୍‌ ଜଟାୟୁ ଆଣ୍ଡାମାନ ନିକୋବରର ସେନା ବେସ୍‌ ଆଇଏନ୍‌ଏସ୍‌ ବାଜ୍‌ ପରି ହେବ। ଯେଉଁଠାରୁ ସମସ୍ତ ପ୍ରକାରର ଯୁଦ୍ଧ ବିମାନ ଏବଂ ଏୟାରକ୍ରାଫ୍ଟକୁ ପରିଚାଳନା କରିଯାଇପାରିବ।

ଲାକ୍ଷାଦ୍ବୀପର ମିନିକଏ ଏକ ସାମରିକ ହବରେ ପରିଣତ ହେବ 

ଆଗାମୀ କିଛି ବର୍ଷ ମଧ୍ୟରେ ମିନିକଏ ଦ୍ୱୀପକୁ ଏକ ବଡ଼ ସାମରିକ ହବ୍ କରିବା ପାଇଁ ଯୋଜନା ଅଛି । ଏହାକୁ ଏକ ସେନା ବେସ୍‌ରେ ପରିଣତ କରାଯିବ। ଯେଉଁଠାରୁ ବଡ ବଡ଼ ଯୁଦ୍ଧ ବିମାନ କାର୍ଯ୍ୟ କରିପାରିବ। ମିନିକଏରେ ଏକ ନୂତନ ଏୟାରଫିଲ୍ଡ ନିର୍ମାଣ ଯୋଜନା ମଧ୍ୟ ଗତିଶୀଳ ହୋଇଛି। ସାମରିକ ବିମାନ ସହିତ ବାଣିଜ୍ୟିକ ବିମାନ ମଧ୍ୟ ନୂତନ ଏୟାରଫିଲ୍ଡରେ ଉଡାଣ ଓ ଅବତରଣ କରିବାରେ ସକ୍ଷମ ହେବ। ଏହା କେବଳ ଭାରତର ସାମରିକ ସାମର୍ଥ୍ୟକୁ ମଜବୁତ କରିବ ନାହିଁ ବରଂ ପର୍ଯ୍ୟଟନକୁ ମଧ୍ୟ ବୃଦ୍ଧି କରିବ। ଏଥି ସହିତ ଅଗାତି ଦ୍ୱୀପରେ ଥିବା ଲାକ୍ଷାଦ୍ବୀପରେ ଥିବା ଏକମାତ୍ର ଏୟାରଫିଲ୍ଡକୁ ବିସ୍ତାର କରିବାକୁ ଯୋଜନା ମଧ୍ୟ କରାଯାଉଛି। ଯାହା ପରେ ଏଠାରୁ ସୁଖୋଇ -30 ଏବଂ ରାଫେଲ ଭଳି ଯୁଦ୍ଧ ବିମାନ କାର୍ଯ୍ୟ କରିବାକୁ ସକ୍ଷମ ହେବ।

ଭାରତ ମହାସାଗରରେ ଚୀନ୍ ନିଜର ଉପସ୍ଥିତି ବଢାଉଛି

ଚାଇନା ନିଟକରେ ବିଶ୍ୱର ସବୁଠୁ ବଡ ନୌସେନା ରହିଛି। ଚୀନ ନିକଟରେ  ୩୬୦ରୁ ଅଧିକ ଯୁଦ୍ଧ ଜାହାଜ ଏବଂ ବୁଡ଼ାଜାହାଜ ଅଛି । ଗତ କିଛି ବର୍ଷ ମଧ୍ୟରେ ଚୀନ୍ ଭାରତ ମହାସାଗରରେ ପ୍ରବେଶକୁ ବୃଦ୍ଧି କରିଛି। ଭାରତୀୟ ନୌସେନାର ମୁଖ୍ୟ ଜେନେରାଲ ଆର.ହରି କୁମାର ଗତବର୍ଷ କହିଥିଲେ ଯେ ଯେକୌଣସି ସମୟରେ IOR ରେ ଅତି କମରେ ଛଅରୁ ଆଠଟି ଚୀନ୍ ଯୁଦ୍ଧ ଜାହାଜ ଉପସ୍ଥିତ ରହୁଛି। ଏହା ବ୍ୟତୀତ ଚୀନ୍ ଅନେକ ଗବେଷଣା ଏବଂ ଗୁପ୍ତଚର ଜାହାଜ ମାଧ୍ୟମରେ ଭାରତ ମହାସାଗରରେ ଏକ ‘ସ୍ଥିର ଉପସ୍ଥିତି’ ବଜାୟ ରଖିଛି। ଆଫ୍ରିକା ଠାରୁ ମାଲାକା ଷ୍ଟ୍ରାଇଟ୍ ପର୍ଯ୍ୟନ୍ତ ଚୀନ୍ ମଧ୍ୟ ଏକ ଲଜିଷ୍ଟିକ୍ ବେସ୍‌ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛି।

ଭାରତ ମହାସାଗରରେ ନିଜର ଉପସ୍ଥିତ ବଢାଇବା ପାଇଁ  ବେଜିଂ ହାଇବ୍ରିଡ୍ ରଣନୀତି ଆପଣେଇଛି। ଚୀନ୍ ପାକିସ୍ତାନ ଏବଂ ଅନ୍ୟ ଦକ୍ଷିଣ ଏସୀୟ ଦେଶଗୁଡ଼ିକୁ ଏଥି ପାଇଁ ହାତରେ ରଖିଛି। ଭାରତ ମହାସାଗରରେ ନିଜର ରାଜନୈତିକ ଉଦ୍ଦେଶ୍ୟ ପୂରଣ କରିବାକୁ ଚୀନ ପଡୋଶୀ ଦେଶମାନଙ୍କ ଆର୍ଥିକ ସହାୟତା ଦେଇ ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଉଛି। ମାଲଦ୍ୱୀପ ଏହାର ସର୍ବଶେଷ ଉଦାହରଣ । ବଡ ଦେଶମାନଙ୍କ ମଧ୍ୟରେ ଚୀନ୍ ହେଉଛି ଏକମାତ୍ର ଯେଉଁଠି ଭାରତ ମହାସାଗରର ପ୍ରତ୍ୟେକ ଦ୍ୱୀପ ଦେଶର ଦୂତାବାସ ରହିଛି (ଶ୍ରୀଲଙ୍କା, ମାଲଦ୍ୱୀପ, ମରିସସ୍, ସେଚେଲସ୍, ମାଡାଗାସ୍କର ଏବଂ କୋମୋରୋସ୍)। ଚୀନ୍‌ର PLA ନୌସେନା କ୍ରମାଗତ ଭାବରେ ବିଦେଶରେ ନୂତନ ବେସ ଖୋଜୁଛି । ଚୀନ୍ ଆଫ୍ରିକାର ଜିବୁଟି ଠାରୁ କରାଚି ଏବଂ ପାକିସ୍ଥାନର ଗ୍ୱାଦର ପର୍ଯ୍ୟନ୍ତ ଏହାର ପ୍ରସାର କରୁଛି।

ଚୀନ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାରତୀୟ ନୌସେନା ପ୍ରସ୍ତୁତ

ଭାରତୀୟ ନୌସେନା ଚୀନ୍‌ର ବିପଦ ବିଷୟରେ ଭଲଭାବେ ଜାଣିଛି। ନୌସେନା ସେନାରେ ବର୍ତ୍ତମାନ ୧୩୨ ଯୁଦ୍ଧ ଜାହାଜ,୧୪୩ ବିମାନ ଏବଂ ୧୩୦ ହେଲିକପ୍ଟର ଅଛି। ସେପ୍ଟେମ୍ବର ୨୦୨୩ରେ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ୨ ଲକ୍ଷ କୋଟି ଟଙ୍କା ବ୍ୟୟରେ ୬୮ ଟି ଯୁଦ୍ଧ ଜାହାଜ ଏବଂ ଜାହାଜ ଅର୍ଡର କରାଯାଇଛି। ଆକଳନ କରାଯାଇଛି ଯେ ୨୦୩୦ ସୁଦ୍ଧା ୧୫୫-୧୬୦ ଯୁଦ୍ଧ ଜାହାଜ ହେବ। ଏହାର ତୁଳନାରେ ଚୀନ୍ ଅତି ଦ୍ରୁତ ଗତିରେ ନିଜର ନୌସେନାକୁ ବିସ୍ତାର କରୁଛି। ପରବର୍ତ୍ତୀ ପାଞ୍ଚ-ଛଅ ବର୍ଷ ମଧ୍ୟରେ ଏହାର ଯୁଦ୍ଧ ଜାହାଜ ସଂଖ୍ୟା ୫୫୦ ରୁ ଅଧିକ ହୋଇପାରେ ।