ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁଇ ମୃତ
ଢେଙ୍କିକୋଟ: ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ । ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଦୁଇ ଯୁବଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥର ଟିକିରା ଭାରତ ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଏଭଳି ଏକ ଦୁର୍ଘଟଣା । ଏକ ବାଇକ୍ ସହ ସ୍କୁଟି ମୁହାଁମୁହିଁ ହେବାରୁ ଘଟଣାସ୍ଥଳରେ ଉଭୟ ସ୍କୁଟି ଓ ବାଇକ୍ ଚାଳକ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ […]

ଢେଙ୍କିକୋଟ: ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ । ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଦୁଇ ଯୁବଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥର ଟିକିରା ଭାରତ ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଏଭଳି ଏକ ଦୁର୍ଘଟଣା । ଏକ ବାଇକ୍ ସହ ସ୍କୁଟି ମୁହାଁମୁହିଁ ହେବାରୁ ଘଟଣାସ୍ଥଳରେ ଉଭୟ ସ୍କୁଟି ଓ ବାଇକ୍ ଚାଳକ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ଦେବ ପ୍ରସାଦ ମାଝୀ (୨୪) ଓ ଶିବ ନନ୍ଦନ ପ୍ରଧାନ (୨୪)।
ମୃତ ଦୁଇଜଣଙ୍କ ମଧ୍ୟରୁ ଜଣେ ଟିକିରା ଗ୍ରାମର ଓ ଅନ୍ୟଜଣେ ସ୍କୁଟି ଚାଳକ ଝାଡ଼ଖଣ୍ଡ ଅଞ୍ଚଳର, ସେ କଲେଜରେ ପାଠ ପଢୁଥିବା ବେଳେ ଗୋଳାବନ୍ଧ ଗ୍ରାମରେ ରୁହନ୍ତି ବୋଲି ସୂଚନା । ଦୁର୍ଘଟଣା ପରେ ୧୦୩୩ ଟୋଲ୍ ଗେଟ୍ ୨୦ର ଆମ୍ବୁଲାନ୍ସ ସହାୟତାରେ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଦୁର୍ଘଟଣାଗ୍ରସ୍ତ ବାଇକ ଓ ସ୍କୁଟିକୁ ଜବତ କରିଛନ୍ତି।