ମାଲ୍ବାହୀ ଲାଇନ୍ଚ୍ୟୁତ, ଟ୍ରାକ୍ରୁ ଖସିଲା ୨୫ ବଗି, ଟନେଲ୍ରେ ଫସି…
କୋରାପୁଟ,୨୮ା୫(ଅମିତାଭ ବେହେରା): ବୁଧବାର ଅପରାହ୍ନରେ ଆନ୍ଧ୍ରର ଚିମିଡ଼ିପାଲି ରେଳ ଷ୍ଟେଶନ ନିକଟରେ ଏକ ଟନେଲ ଭିତରେ ମାଲ୍ବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏଥିରେ ମାଲବାହୀର ୨୫ରୁ ଊଦ୍ଧର୍ବ ବଗି ଲାଇନଚ୍ୟୁତ ହୋଇଛି। ଏହି ଟନେଲ ମଧ୍ୟରେ ରହିଛି ଟ୍ରେନ୍ର ଅଧା ବଗି। କେକେ ଲାଇନରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଆରୁକୁ କୋତଓ୍ବାଲାସା ମଧ୍ୟ ଚିମିଡ଼ିପାଲି ଷ୍ଟେଶନ ନିକଟରେ ଘଟିଛି ଦୁର୍ଘଟଣା। କିରୁଣ୍ଡୁଲରୁ ଲୁହାପଥର ବୋଝେଇ କରି ବିଜୟଓ୍ବାଡ଼ା ଅଭିମୁଖେ ଯାଉଥିଲା ମାଲବାହୀ ଟ୍ରେନ୍। ତେବେ ବିଶାଖାପାଟଣାରୁ […] The post ମାଲ୍ବାହୀ ଲାଇନ୍ଚ୍ୟୁତ, ଟ୍ରାକ୍ରୁ ଖସିଲା ୨୫ ବଗି, ଟନେଲ୍ରେ ଫସି… appeared first on Dharitri Odia News.
କୋରାପୁଟ,୨୮ା୫(ଅମିତାଭ ବେହେରା): ବୁଧବାର ଅପରାହ୍ନରେ ଆନ୍ଧ୍ରର ଚିମିଡ଼ିପାଲି ରେଳ ଷ୍ଟେଶନ ନିକଟରେ ଏକ ଟନେଲ ଭିତରେ ମାଲ୍ବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏଥିରେ ମାଲବାହୀର ୨୫ରୁ ଊଦ୍ଧର୍ବ ବଗି ଲାଇନଚ୍ୟୁତ ହୋଇଛି। ଏହି ଟନେଲ ମଧ୍ୟରେ ରହିଛି ଟ୍ରେନ୍ର ଅଧା ବଗି। କେକେ ଲାଇନରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଆରୁକୁ କୋତଓ୍ବାଲାସା ମଧ୍ୟ ଚିମିଡ଼ିପାଲି ଷ୍ଟେଶନ ନିକଟରେ ଘଟିଛି ଦୁର୍ଘଟଣା। କିରୁଣ୍ଡୁଲରୁ ଲୁହାପଥର ବୋଝେଇ କରି ବିଜୟଓ୍ବାଡ଼ା ଅଭିମୁଖେ ଯାଉଥିଲା ମାଲବାହୀ ଟ୍ରେନ୍। ତେବେ ବିଶାଖାପାଟଣାରୁ କିରୁଣ୍ଡୁଲକୁ ଟ୍ରେନ ଚଳାଚଳ ବନ୍ଦ ରହିଛି। ବିଶାଖାପାଟଣାରୁ କିରୁଣ୍ଡୁଲକୁ ରାୟଗଡ଼ା ଦେଇ ଦିନ ବେଳା ଓ ରାତ୍ରିକାଳୀନ ଗାଡ଼ି ଚଳାଚଳ କରିବ ବୋଲି ରେଳ ବିଭାଗ ସୂତ୍ରରୁ ସୂଚନା ମିଳିଛି। କେଓକେଜି ନାମକ ମାଲ୍ବାହୀ ଟ୍ରେନ୍ଟିରେ ପ୍ରାୟ ୫୯ଟିରୁ ଊଦ୍ଧର୍ବ ବଗି ଲାଗିଥିଲା। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିଯୋଗୁ ଏହି ରୁଟ୍ରେ ସମସ୍ତ ଟ୍ରେନ ଚଳାଚଳଳ ବନ୍ଦ ରହିଛି।
The post ମାଲ୍ବାହୀ ଲାଇନ୍ଚ୍ୟୁତ, ଟ୍ରାକ୍ରୁ ଖସିଲା ୨୫ ବଗି, ଟନେଲ୍ରେ ଫସି… appeared first on Dharitri Odia News.