ମିଳିଲା ଦନ୍ତାହାତୀର ମୃତଦେହ

ଲାଞ୍ଜିଗଡ,୩୦ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ସୀମାନ୍ତ ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ କମର୍ଦ୍ଦା ସେକ୍ସନ ଭୁର୍ଟିଗଡ଼ ବିଟ ଅନ୍ତର୍ଗତ କୁଟିମସ୍କା ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହକୁ ବନ ବିଭାଗ ଗୁରୁବାର ଠାବ କରିଛି। ତେବେ ସପ୍ତାହେ ହେବ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ପରସ୍ପର ଲଢେଇ ଯୋଗୁ ହାତୀର ମୃତ୍ୟୁ ଘଟିଥିବା ବନ ବିଭାଗ ସନ୍ଦେହ କରୁଛି। ଅନ୍ୟପକ୍ଷେ ଶିକାରୀଙ୍କ ଗୁଳି କିମ୍ବା ବିଦ୍ୟୁତ୍‌ ଆଘାତରେ ହାତୀର ମୃତ୍ୟୁ ହୋଇଥାଇପାରେ ବୋଲି […] The post ମିଳିଲା ଦନ୍ତାହାତୀର ମୃତଦେହ appeared first on Dharitri Odia News.

ମିଳିଲା ଦନ୍ତାହାତୀର ମୃତଦେହ

ଲାଞ୍ଜିଗଡ,୩୦ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ସୀମାନ୍ତ ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ କମର୍ଦ୍ଦା ସେକ୍ସନ ଭୁର୍ଟିଗଡ଼ ବିଟ ଅନ୍ତର୍ଗତ କୁଟିମସ୍କା ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହକୁ ବନ ବିଭାଗ ଗୁରୁବାର ଠାବ କରିଛି। ତେବେ ସପ୍ତାହେ ହେବ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ପରସ୍ପର ଲଢେଇ ଯୋଗୁ ହାତୀର ମୃତ୍ୟୁ ଘଟିଥିବା ବନ ବିଭାଗ ସନ୍ଦେହ କରୁଛି। ଅନ୍ୟପକ୍ଷେ ଶିକାରୀଙ୍କ ଗୁଳି କିମ୍ବା ବିଦ୍ୟୁତ୍‌ ଆଘାତରେ ହାତୀର ମୃତ୍ୟୁ ହୋଇଥାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି।

ତେବେ ହାତୀ ମୃତ୍ୟୁ ସମ୍ପର୍କରେ ଖବର ପାଇ ଉତ୍ତର ବନଖଣ୍ଡର ଏସିଏଫ୍‌, ବିଶ୍ୱନାଥପୁର ଓ ନର୍ଲା ରେଞ୍ଜରଙ୍କ ସମେତ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ପ୍ରାଣୀ ବିଶେଷଜ୍ଞ ଆସି ବ୍ୟବଚ୍ଛେଦ କରିବା ପରେ ଉକ୍ତ ଜଙ୍ଗଲରେ ଗାତଖୋଳି ମୃତ ହାତୀକୁ ପୋତି ଦିଆଯାଇଛି। ଏ ନେଇ ବନ ବିଭାଗର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି I ଏ ସମ୍ପର୍କରେ ନର୍ଲା ରେଞ୍ଜର ଭାରତବନ୍ଧୁ ଶବରଙ୍କୁ ପଚାରିବାରୁ ସେ କହିଲେ, ଦିନେ ଦୁଇଦିନ ହେବ ହାତୀର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସେ କହିଥିଲେ।

The post ମିଳିଲା ଦନ୍ତାହାତୀର ମୃତଦେହ appeared first on Dharitri Odia News.