ମୋଦି-ଶାହାଙ୍କୁ ଚ୍ୟାଲେଞ୍ଜ ଦେଲେ ସଞ୍ଜୟ

ନୂଆଦିଲ୍ଲୀ,୪।୪:ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟଙ୍କ ଜାମିନ ପାଇ ଜେଲ୍‌ରୁ ମୁକ୍ତ ହେବା ପରେ ଆମ ଆଦମୀ ପାର୍ଟୀ ଏମ୍‌ପି ସଞ୍ଜୟ ସିଂ ଭାଜପାକୁ କଡ଼ା ଟାର୍ଗେଟ କରିଛନ୍ତି। ତିହାର ଜେଲରୁ ବାହାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ସଞ୍ଜୟ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଶାହା, ଖୋଲା କାନରେ ଶୁଣନ୍ତୁ। ଦଳର ପ୍ରତ୍ୟେକ ନେତା, ବିଧାୟକ ତଥା କର୍ମୀ […] The post ମୋଦି-ଶାହାଙ୍କୁ ଚ୍ୟାଲେଞ୍ଜ ଦେଲେ ସଞ୍ଜୟ appeared first on Dharitri Odia News.

ମୋଦି-ଶାହାଙ୍କୁ ଚ୍ୟାଲେଞ୍ଜ ଦେଲେ ସଞ୍ଜୟ

ନୂଆଦିଲ୍ଲୀ,୪।୪:ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟଙ୍କ ଜାମିନ ପାଇ ଜେଲ୍‌ରୁ ମୁକ୍ତ ହେବା ପରେ ଆମ ଆଦମୀ ପାର୍ଟୀ ଏମ୍‌ପି ସଞ୍ଜୟ ସିଂ ଭାଜପାକୁ କଡ଼ା ଟାର୍ଗେଟ କରିଛନ୍ତି। ତିହାର ଜେଲରୁ ବାହାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି।
ସଞ୍ଜୟ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଶାହା, ଖୋଲା କାନରେ ଶୁଣନ୍ତୁ। ଦଳର ପ୍ରତ୍ୟେକ ନେତା, ବିଧାୟକ ତଥା କର୍ମୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ସହ ଛିଡା ହୋଇଛନ୍ତି। ଦିଲ୍ଲୀ ଯେଉଁଭଳି ମଡେଲ ସ୍କୁଲ ନିର୍ମାଣ କରାଯାଇଛି ସେମିତି ଗୁଜରାଟରେ କରି ଦେଖାଅ।
ସଞ୍ଜୟ ସିଂ କହିଛନ୍ତି , ଆମେ ଆନ୍ଦୋଳନରୁ ବାହାରୁଥିବା ଏକ ଦଳ, ଆମେ କାହାକୁ ଭୟ କରୁନାହୁଁ। ଦିଲ୍ଲୀର ମହିଳାମାନଙ୍କୁ ଭଲ ଶିକ୍ଷା, ସ୍ବାସ୍ଥ୍ୟ ସୁବିଧା, ମାଗଣା ବସ ଯାତ୍ରା ଏବଂ ଏକ ହଜାର ଟଙ୍କା ଦେବାକୁ ଚାହୁଁଥିବାରୁ ଏଏପି ମୁଖ୍ୟ କେଜ୍‌ରିୱାଲ, ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲକୁ ପଠାଯାଇଛି। ଆସନ୍ତାକାଲି ସେମାନେ ଭାଗବନ୍ତ ମାନଙ୍କୁ ଗିରଫ କରିବେ ଏବଂ ତାଙ୍କୁ ଇସ୍ତଫା ଦେବାକୁ କହିବେ। କିନ୍ତୁ ଆମେ ଏସବୁ ଡରିନାହୁଁ।

The post ମୋଦି-ଶାହାଙ୍କୁ ଚ୍ୟାଲେଞ୍ଜ ଦେଲେ ସଞ୍ଜୟ appeared first on Dharitri Odia News.