ଏପିକ୍ ନ୍ୟୁ ସ୍ବିଫ୍ଟର ପ୍ରି-ବୁକିଂ ଆରମ୍ଭ
ଭୁବନେଶ୍ୱର,୭।୫: ମାରୁତି ସୁଜୁକୀ ଇଣ୍ଡିଆ ଲିମିଟେଡ୍ ବା ଏମ୍ଏସ୍ଆଇଏଲ୍ର ବହୁ ପ୍ରତୀକ୍ଷିତ ତଥା ୪ର୍ଥ ପିଢ଼ିର ନୂତନ ମଡେଲ ‘ଏପିକ୍ ନ୍ୟୁ ସ୍ବିଫ୍ଟ’ର ଓ୍ବାର୍ଲଡ ପ୍ରିମିୟର (ଟ୍ରିଜର) ରିଲିଜ ନିକଟରେ ହୋଇଯାଇଛି। ଏପରିକି ଏହାର ପ୍ରି-ବୁକିଂ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଏପିକ୍ ନ୍ୟୁ ସ୍ବିଫ୍ଟର ପ୍ରି-ବୁକିଂ ମାତ୍ର ୧୧,୦୦୦ ଟଙ୍କା ରହିଥିଲାବେଳେ କମ୍ପାନୀର ଲକ୍ଷ ଲକ୍ଷ ଗ୍ରାହକ ଓ ଆଶାୟୀ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିବା ଏମ୍ଏସ୍ଆଇଏଲ୍ ପକ୍ଷରୁ କୁହାଯାଇଛି। ସେହିଭଳି ଏପିକ୍ ନ୍ୟୁ […] The post ଏପିକ୍ ନ୍ୟୁ ସ୍ବିଫ୍ଟର ପ୍ରି-ବୁକିଂ ଆରମ୍ଭ appeared first on Dharitri Odia News.
ଭୁବନେଶ୍ୱର,୭।୫: ମାରୁତି ସୁଜୁକୀ ଇଣ୍ଡିଆ ଲିମିଟେଡ୍ ବା ଏମ୍ଏସ୍ଆଇଏଲ୍ର ବହୁ ପ୍ରତୀକ୍ଷିତ ତଥା ୪ର୍ଥ ପିଢ଼ିର ନୂତନ ମଡେଲ ‘ଏପିକ୍ ନ୍ୟୁ ସ୍ବିଫ୍ଟ’ର ଓ୍ବାର୍ଲଡ ପ୍ରିମିୟର (ଟ୍ରିଜର) ରିଲିଜ ନିକଟରେ ହୋଇଯାଇଛି। ଏପରିକି ଏହାର ପ୍ରି-ବୁକିଂ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଏପିକ୍ ନ୍ୟୁ ସ୍ବିଫ୍ଟର ପ୍ରି-ବୁକିଂ ମାତ୍ର ୧୧,୦୦୦ ଟଙ୍କା ରହିଥିଲାବେଳେ କମ୍ପାନୀର ଲକ୍ଷ ଲକ୍ଷ ଗ୍ରାହକ ଓ ଆଶାୟୀ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିବା ଏମ୍ଏସ୍ଆଇଏଲ୍ ପକ୍ଷରୁ କୁହାଯାଇଛି। ସେହିଭଳି ଏପିକ୍ ନ୍ୟୁ ସ୍ବିଫ୍ଟ ବ୍ରାଣ୍ଡ୍ର ସିଗ୍ନେଚର ସ୍ପୋର୍ଟି ଡିଜାଇନ୍ ଉପରେ ନିର୍ମିତ ହୋଇଥିବା ବେଳେ ଏହାର ଗତିଶୀଳତା ଏବଂ ଫନ୍-ଟୁ-ଡ୍ରାଇଭ୍ ଅନୁଭବକୁ ବଢ଼ାଇଥାଏ।
ଏ ସମ୍ପର୍କରେ ଏମ୍ଏସ୍ଆଇଏଲ୍ର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ (ମାର୍କେଟିଂ ଆଣ୍ଡ ସେଲ୍ସ) ପାର୍ଥୋ ବାନାର୍ଜୀ କହିଛନ୍ତି, ଆମେ ଆମର ଏପିକ୍ ନ୍ୟୁ ସ୍ବିଫ୍ଟର ପ୍ରି-ବୁକିଂର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରି ବେଶ୍ ଉତ୍ସାହିତ ଅଛୁ। ଏପରିକି ଗ୍ରାହକଙ୍କ ଆଶାକୁ ପୁନଃ ନିର୍ଦ୍ଧାରଣ କରିବା ପାଇଁ ପରିବର୍ତ୍ତିତ ସମୟ ସହିତ ବିକଶିତ ହୋଇଥିବା ଏହି ନୂତନ ମଡେଲ ମାରୁତି ସୁଜୁକୀ ପାଇଁ ସ୍ବିଫ୍ଟ ଏକ ଆଇକନିକ୍ ବ୍ରାଣ୍ଡ୍ ହୋଇଛି। ସେହିଭଳି ବ୍ରାଣ୍ଡ୍ର ୨୯ ଲକ୍ଷ ଶକ୍ତିଶାଳୀ ଗ୍ରାହକ ଭିତ୍ତିଭୂମି, ଅନେକ ପୁରସ୍କାର ଏବଂ ପ୍ରଶଂସା ପ୍ରମାଣ କରୁଛି ଯେ ଆଇକନିକ୍ ସ୍ବିଫ୍ଟ କିପରି ଶକ୍ତିଶାଳୀ ହୋଇପାରିଛି। ସେହିପରି ଏପିକ୍ ନ୍ୟୁ ସ୍ବିଫ୍ଟ ବ୍ରାଣ୍ଡ୍ର ଲୋକପ୍ରିୟ ସ୍ପୋର୍ଟି ଡିଏନ୍ଏ ପ୍ରତି ସଚ୍ଚୋଟ ରହୁଥିବା ବେଳେ ପରିବେଶ ଅନୁକୂଳତାର ନୂତନ ଯୁଗର ଆଶାକୁ ଅତ୍ୟଧିକ ନିମ୍ନ ନିର୍ଗମନ ସହିତ ସନ୍ତୁଳିତ କରିଥାଏ।
The post ଏପିକ୍ ନ୍ୟୁ ସ୍ବିଫ୍ଟର ପ୍ରି-ବୁକିଂ ଆରମ୍ଭ appeared first on Dharitri Odia News.