IND Vs ENG: ଟିମ ଇଣ୍ଡିଆକୁ ବଡ଼ ଝଟକା, ଟେଷ୍ଟ ସିରିଜରେ କୋହଲିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଆସିଲା ଅପଡେଟ୍
ନୂଆଦିଲ୍ଲୀ,୮।୨: ଟିମ ଇଣ୍ଡିଆର ତାରକା ବ୍ୟାଟର୍ ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ଗୋଟିଏ ବି ମ୍ୟାଚ ନ ଖେଳିବାର ସମ୍ଭାବନା ବଢିଛି। ପୂର୍ବରୁ ଏଭଳି ରିପୋର୍ଟ ଆସିଥିଲା ଯେ, ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟରେ ଖେଳିପାରନ୍ତି। କିନ୍ତୁ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ବିରାଟ କୋହଲି ପୂରା ସିରିଜରୁ ବାହାରେ ରହିପାରନ୍ତି। ଫେବୃଆରୀ ୯ରେ ଶେଷ ୩ୟ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ଘୋଷଣା ହେବାର ସମ୍ଭାବନା ରହିଛି। ତେବେ […] The post IND Vs ENG: ଟିମ ଇଣ୍ଡିଆକୁ ବଡ଼ ଝଟକା, ଟେଷ୍ଟ ସିରିଜରେ କୋହଲିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଆସିଲା ଅପଡେଟ୍ appeared first on Dharitri Odia News.
ନୂଆଦିଲ୍ଲୀ,୮।୨: ଟିମ ଇଣ୍ଡିଆର ତାରକା ବ୍ୟାଟର୍ ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ଗୋଟିଏ ବି ମ୍ୟାଚ ନ ଖେଳିବାର ସମ୍ଭାବନା ବଢିଛି। ପୂର୍ବରୁ ଏଭଳି ରିପୋର୍ଟ ଆସିଥିଲା ଯେ, ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟରେ ଖେଳିପାରନ୍ତି। କିନ୍ତୁ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ବିରାଟ କୋହଲି ପୂରା ସିରିଜରୁ ବାହାରେ ରହିପାରନ୍ତି। ଫେବୃଆରୀ ୯ରେ ଶେଷ ୩ୟ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ଘୋଷଣା ହେବାର ସମ୍ଭାବନା ରହିଛି। ତେବେ ବିରାଟ କୋହଲି ମ୍ୟାଚରେ ଉପଲବ୍ଧ ରହିବେ କି ନାହିଁ ବିସିସିଆଇକୁ ଏ ପର୍ଯ୍ୟନ୍ତ ଜଣାଇନାହାଁନ୍ତି।
ସିରିଜର ପ୍ରଥମ ଦୁଇଟି ମ୍ୟାଚ ପାଇଁ ବିରାଟଙ୍କୁ ଟିମ ଇଣ୍ଡିଆରେ ସ୍ଥାନ ମିଳିଥିଲା। କିନ୍ତୁ ବ୍ୟକ୍ତିଗତ କାରଣ ଦର୍ଶାଇ ବିରାଟ ସିରିଜ ଆରମ୍ଭ ପୂର୍ବରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ। ବିରାଟ ପୂର୍ବରୁ ପ୍ରଥମ ଦୁଇଟି ମ୍ୟାଚ ପାଇଁ ନିଜକୁ ଅନୁପଲବ୍ଧ ଘୋଷଣା କରିଥିଲେ। ବର୍ତ୍ତମାନ ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ, ବିରାଟ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟରେ ମଧ୍ୟ ଫେରିବେନାହିଁ।
The post IND Vs ENG: ଟିମ ଇଣ୍ଡିଆକୁ ବଡ଼ ଝଟକା, ଟେଷ୍ଟ ସିରିଜରେ କୋହଲିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଆସିଲା ଅପଡେଟ୍ appeared first on Dharitri Odia News.