ସଡ଼କ ଦୁର୍ଘଟଣାରେ ଗଲା କଲେଜ ଅଧ୍ୟକ୍ଷଙ୍କ ଜୀବନ

ବରଗଡ଼,୨୪ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭଟଲି ଛକ ନିକଟ ସାଇମନ୍ଦିର ବ୍ରିଜ୍‌ ପାଖରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବରଗଡ଼ ବ୍ଲକ ଖୁଣ୍ଟପାଲି କଲେଜ ଅଧ୍ୟକ୍ଷ ମନୋଜ ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଛି। ସେ ଏକ କାର୍‌ ଯୋଗେ ଯାଉଥିବା ବେଳେ ପ୍ରଥମେ ଏକ ବାଇକ୍‌ ସହିତ ଧକ୍କା ହୋଇଥିଲା। ଏହାପରେ ସେହି କାର୍‌ ସହିତ ଅନ୍ୟ ଏକ ଟ୍ରକର ଧକ୍କା ହୋଇଥିଲା। ଫଳରେ କାର୍‌ରେ ବସିଥିବା କଲେଜ ଅଧ୍ୟକ୍ଷଙ୍କ ମୃତ୍ୟୁ ହୋଇଥିଲା। ବାଇକ୍‌ ଚାଳକ  ଗୁରୁତର […] The post ସଡ଼କ ଦୁର୍ଘଟଣାରେ ଗଲା କଲେଜ ଅଧ୍ୟକ୍ଷଙ୍କ ଜୀବନ appeared first on Dharitri Odia News.

ସଡ଼କ ଦୁର୍ଘଟଣାରେ ଗଲା କଲେଜ ଅଧ୍ୟକ୍ଷଙ୍କ ଜୀବନ

ବରଗଡ଼,୨୪ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭଟଲି ଛକ ନିକଟ ସାଇମନ୍ଦିର ବ୍ରିଜ୍‌ ପାଖରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବରଗଡ଼ ବ୍ଲକ ଖୁଣ୍ଟପାଲି କଲେଜ ଅଧ୍ୟକ୍ଷ ମନୋଜ ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଛି। ସେ ଏକ କାର୍‌ ଯୋଗେ ଯାଉଥିବା ବେଳେ ପ୍ରଥମେ ଏକ ବାଇକ୍‌ ସହିତ ଧକ୍କା ହୋଇଥିଲା। ଏହାପରେ ସେହି କାର୍‌ ସହିତ ଅନ୍ୟ ଏକ ଟ୍ରକର ଧକ୍କା ହୋଇଥିଲା। ଫଳରେ କାର୍‌ରେ ବସିଥିବା କଲେଜ ଅଧ୍ୟକ୍ଷଙ୍କ ମୃତ୍ୟୁ ହୋଇଥିଲା। ବାଇକ୍‌ ଚାଳକ  ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। କଲେଜ ଅଧ୍ୟକ୍ଷ ଆଚାର୍ଯ୍ୟଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ ପାଇଛି।

The post ସଡ଼କ ଦୁର୍ଘଟଣାରେ ଗଲା କଲେଜ ଅଧ୍ୟକ୍ଷଙ୍କ ଜୀବନ appeared first on Dharitri Odia News.