ପୃଥିବୀଆଡକୁ ମାଡିଆସୁଛି ଭୟଙ୍କର ଆଷ୍ଟ୍ରଏଡ, ଜାଣନ୍ତୁ ଗୋଟିଏ ଝଟ୍କାରେ କେଉଁ ସହର ହେବ ଧ୍ୱଂସ!
ପୁରା ବ୍ରହ୍ମାଣ୍ଡ ରହସ୍ୟରେ ପରିପୂର୍ଣ୍ଣ। କେତେବେଳେ କ’ଣ ହେବ ଏବଂ କେବେ ହେବ ତାହା ଜାଣିବା କଷ୍ଟକର। ତଥାପି, ଅନେକ ବୈଜ୍ଞାନିକ ଏହା ଉପରେ ଗବେଷଣା ଜାରି ରଖିଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ କହିବାକୁ ଯାଉଛୁ ଯାହା ଧୀରେ ଧୀରେ ପୃଥିବୀ ଆଡକୁ ମାଡ଼ି ଆସୁଛି। ଆଜ୍ଞା ହଁ, ବୈଜ୍ଞାନିକମାନେ ଆଶଙ୍କା କରିଛନ୍ତି ଯେ ଆଗାମୀ ସମୟରେ ଏହା ପୃଥିବୀରେ ବିନାଶ ରଚିପାରେ। କହିରଖୁଛୁ କି, ୧୯୦୮ରେ, ସୋଭିଏତ […] The post ପୃଥିବୀଆଡକୁ ମାଡିଆସୁଛି ଭୟଙ୍କର ଆଷ୍ଟ୍ରଏଡ, ଜାଣନ୍ତୁ ଗୋଟିଏ ଝଟ୍କାରେ କେଉଁ ସହର ହେବ ଧ୍ୱଂସ! appeared first on Dharitri Odia News.
ପୁରା ବ୍ରହ୍ମାଣ୍ଡ ରହସ୍ୟରେ ପରିପୂର୍ଣ୍ଣ। କେତେବେଳେ କ’ଣ ହେବ ଏବଂ କେବେ ହେବ ତାହା ଜାଣିବା କଷ୍ଟକର। ତଥାପି, ଅନେକ ବୈଜ୍ଞାନିକ ଏହା ଉପରେ ଗବେଷଣା ଜାରି ରଖିଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ କହିବାକୁ ଯାଉଛୁ ଯାହା ଧୀରେ ଧୀରେ ପୃଥିବୀ ଆଡକୁ ମାଡ଼ି ଆସୁଛି। ଆଜ୍ଞା ହଁ, ବୈଜ୍ଞାନିକମାନେ ଆଶଙ୍କା କରିଛନ୍ତି ଯେ ଆଗାମୀ ସମୟରେ ଏହା ପୃଥିବୀରେ ବିନାଶ ରଚିପାରେ।
କହିରଖୁଛୁ କି, ୧୯୦୮ରେ, ସୋଭିଏତ ୟୁନିଅନର ସାଇବେରିଆନ ଅଞ୍ଚଳରେ ଏକ ଆଷ୍ଟ୍ରଏଡ ପଡ଼ିଥିଲା, ଯାହା ୨୦୦୦ ବର୍ଗ କିଲୋମିଟର ଅଞ୍ଚଳରେ ଧ୍ୱଂସ ସୃଷ୍ଟି କରିଥିଲା। କିନ୍ତୁ ସବୁଠାରୁ ବଡ଼କଥା ହେଉଛି ଯେ ସାଇବେରିଆର ସେହି ଅଞ୍ଚଳ ଅତ୍ୟନ୍ତ ର୍ନିଜନ ଥିଲା। ଯାହା ଯୋଗୁଁ ଧ୍ୱଂସାବଶେଷରେ ବିଶେଷ ଫରକ ପଡ଼ିଲା ନାହିଁ। କିନ୍ତୁ ଏବେ ପୁଣିଥରେ ବୈଜ୍ଞାନିକମାନେ ଏହାକୁ ନେଇ ସର୍ତକ କରାଇଛନ୍ତି।
ବର୍ତ୍ତମାନ ପୁଣି ଏକ ଆଷ୍ଟ୍ରଏଡ ପୃଥିବୀଆଡକୁ ମାଡି ଆସୁଛି। ବୈଜ୍ଞାନିକମାନେ ଏହାର ନାଁ 2024 YR4 ନାମ ଦେଇଛନ୍ତି। କୁହାଯାଉଛି ଯେ, ୨୦୩୨ରେ ଏହି ଆଷ୍ଟ୍ରଏଡ ପୃଥିବୀ ସହିତ ଧକ୍କା ହେବାର ସମ୍ଭାବନା ରହିଛି। ସଂଯୁକ୍ତ ଆରବ ଏମିରେଟ୍ସର ଜଣେ ଜ୍ୟୋର୍ତିବିଜ୍ଞାନୀ ମଧ୍ୟ ଏହି ଆଷ୍ଟ୍ରଏଡକୁ ପୃଥିବୀ ଆଡକୁ ଗତି କରୁଥିବାର ଦେଖିଛନ୍ତି। 2024 YR4 କୋଡ ନାମ ଥିବା ଏହି ଆଷ୍ଟ୍ରଏଡକୁ ପ୍ରଥମେ ୟୁରୋପୀୟ ମହାକାଶ ଏଜେନ୍ସି (ESA)ର ପ୍ଲାନେଟାରୀ ପ୍ରତିରକ୍ଷା କାର୍ଯ୍ୟାଳୟ ଦ୍ୱାରା ଆବିଷ୍କାର କରାଯାଇଥିଲା।
ମହାକାଶ ସଂସ୍ଥାର ରିପୋର୍ଟ ଅନୁସାରେ, ଏହି ଆଷ୍ଟ୍ରଏଡ ପୃଥିବୀକୁ ଅତିକ୍ରମ କରିବାବେଳେ କେଉଁ ସ୍ଥାନରେ ଅଧିକ ପ୍ରଭାବ ପକାଇବ ତାହା କହିବା କଷ୍ଟକର। ଏହା ପଶ୍ଚିମ-ମଧ୍ୟ ଆମେରିକାରୁ ଉତ୍ତର-ଦକ୍ଷିଣ ଆମେରିକା ପର୍ଯ୍ୟନ୍ତ ଏକ ସଂକୀର୍ଣ୍ଣ ଷ୍ଟ୍ରିପରେ କିମ୍ବା କେନ୍ଦ୍ରୀୟ ଆଟଲାଣ୍ଟିକ ମହାସାଗର ଏବଂ ଆଫ୍ରିକାର କିଛି ଅଂଶ ଦେଇ ପୃଥିବୀକୁ ମାଡ ହୋଇପାରେ।
The post ପୃଥିବୀଆଡକୁ ମାଡିଆସୁଛି ଭୟଙ୍କର ଆଷ୍ଟ୍ରଏଡ, ଜାଣନ୍ତୁ ଗୋଟିଏ ଝଟ୍କାରେ କେଉଁ ସହର ହେବ ଧ୍ୱଂସ! appeared first on Dharitri Odia News.