ମରାଠା ସଂରକ୍ଷଣ: ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ଉପସ୍ଥିତିରେ ଅନଶନ ଭାଙ୍ଗିଲେ ମନୋଜ ଜରାଙ୍ଗେ
ମୁମ୍ବାଇ,୨୭।୧: ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ସମସ୍ତ ଦାବି ଗ୍ରହଣ କରାଯିବା ପରେ ସମର୍ଥକଙ୍କ ଭିଡ ମଧ୍ୟରେ ମରାଠା ସଂରକ୍ଷଣ କାର୍ଯ୍ୟକର୍ତ୍ତା ମନୋଜ ଜରାଙ୍ଗେ ପାଟିଲ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ଅନଶନ ଶେଷ କରିଛନ୍ତି। ମରାଠା ସମ୍ପ୍ରଦାୟର ଲୋକଙ୍କ ପାଇଁ ସଂରକ୍ଷଣ ଦାବିରେ ଆନ୍ଦୋଳନ କରୁଥିବା କାର୍ଯ୍ୟକର୍ତ୍ତା ମନୋଜ ଜରାଙ୍ଗେ ଶନିବାର ନିଜର ପ୍ରଦର୍ଶନ ବନ୍ଦ କରିବାକୁ ଘୋଷଣା କରିଛନ୍ତି ଏବଂ ମହାରାଷ୍ଟ୍ର ସରକାର ତାଙ୍କର ସମସ୍ତ ଦାବିକୁ ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି। […] The post ମରାଠା ସଂରକ୍ଷଣ: ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ଉପସ୍ଥିତିରେ ଅନଶନ ଭାଙ୍ଗିଲେ ମନୋଜ ଜରାଙ୍ଗେ appeared first on Dharitri Odia News.
ମୁମ୍ବାଇ,୨୭।୧: ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ସମସ୍ତ ଦାବି ଗ୍ରହଣ କରାଯିବା ପରେ ସମର୍ଥକଙ୍କ ଭିଡ ମଧ୍ୟରେ ମରାଠା ସଂରକ୍ଷଣ କାର୍ଯ୍ୟକର୍ତ୍ତା ମନୋଜ ଜରାଙ୍ଗେ ପାଟିଲ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ଅନଶନ ଶେଷ କରିଛନ୍ତି। ମରାଠା ସମ୍ପ୍ରଦାୟର ଲୋକଙ୍କ ପାଇଁ ସଂରକ୍ଷଣ ଦାବିରେ ଆନ୍ଦୋଳନ କରୁଥିବା କାର୍ଯ୍ୟକର୍ତ୍ତା ମନୋଜ ଜରାଙ୍ଗେ ଶନିବାର ନିଜର ପ୍ରଦର୍ଶନ ବନ୍ଦ କରିବାକୁ ଘୋଷଣା କରିଛନ୍ତି ଏବଂ ମହାରାଷ୍ଟ୍ର ସରକାର ତାଙ୍କର ସମସ୍ତ ଦାବିକୁ ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି।
ମନୋଜ ଜରାଙ୍ଗେ ମୁଖ୍ୟମନ୍ତ୍ରୀଙ୍କ ହାତରୁ ଫଳରସ ପିଇ ନିଜର ନିଜର ଅନଶନ ଭଙ୍ଗ କରିଛନ୍ତି। ନାଭି ମୁମ୍ବାଇରେ ମରାଠାମାନଙ୍କର ଆଧିପତ୍ୟ ବୃଦ୍ଧି ପାଇଛି । ପରିଶେଷରେ ଜରାଙ୍ଗେ ଏବଂ ମରାଠା ସମ୍ପ୍ରଦାୟର ଆନ୍ଦୋଳନ ସଫଳ ହୋଇଛି । ସଂରକ୍ଷଣ ସମ୍ବନ୍ଧୀୟ ଦାବି ସମ୍ପର୍କରେ ଏକ ନିର୍ଦ୍ଦେଶନାମା ରାଜ୍ୟ ସରକାରଙ୍କ ଠାରୁ ଜରାଙ୍ଗେଙ୍କ ନିକଟରେ ଦାଖଲ କରାଯାଇଛି। ଏଥିସହ ଜରାଙ୍ଗେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ହାତରୁ ଫଳରସ ପିଇବା ପରେ ଉପବାସ ପ୍ରତ୍ୟାହାର କରିଛନ୍ତି। ଜରାଙ୍ଗେଙ୍କ ବିଜୟ ରାଲି ଖୁବଶୀଘ୍ର ନାଭି ମୁମ୍ବାଇରେ ଅନୁଷ୍ଠିତ ହେବ।
The post ମରାଠା ସଂରକ୍ଷଣ: ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ଉପସ୍ଥିତିରେ ଅନଶନ ଭାଙ୍ଗିଲେ ମନୋଜ ଜରାଙ୍ଗେ appeared first on Dharitri Odia News.