ଧର୍ମଶାଳା ଟେଷ୍ଟରେ ଇତିହାସ ରଚିବେ ଅଶ୍ୱିନ
ଧର୍ମଶାଳା,୨୯।୨: ଭାରତ ବନାମ ଇଂଲଣ୍ଡ ସିରିଜର ଶେଷ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ଅଛନ୍ତି। ମାର୍ଚ୍ଚ ୯ରେ ଭେଟେରାନ ସ୍ପିନର ଧର୍ମଶାଳାରେ ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବେ। ଏହା ସହ ସେ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ କ୍ଲବରେ ଯୋଗଦେବେ। ଭାରତ ପାଇଁ ୯୯ ଟେଷ୍ଟ ମ୍ୟାଚ ରେ ୫୦୭ ଉଇକେଟ ନେଇଥିବା ଅଶ୍ୱିନ ତାଙ୍କର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିଥିବା ୧୪ତମ ଭାରତୀୟ ଖେଳାଳି ହେବେ। ‘ଗଡ […] The post ଧର୍ମଶାଳା ଟେଷ୍ଟରେ ଇତିହାସ ରଚିବେ ଅଶ୍ୱିନ appeared first on Dharitri Odia News.
ଧର୍ମଶାଳା,୨୯।୨: ଭାରତ ବନାମ ଇଂଲଣ୍ଡ ସିରିଜର ଶେଷ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ଅଛନ୍ତି। ମାର୍ଚ୍ଚ ୯ରେ ଭେଟେରାନ ସ୍ପିନର ଧର୍ମଶାଳାରେ ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବେ। ଏହା ସହ ସେ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ କ୍ଲବରେ ଯୋଗଦେବେ।
ଭାରତ ପାଇଁ ୯୯ ଟେଷ୍ଟ ମ୍ୟାଚ ରେ ୫୦୭ ଉଇକେଟ ନେଇଥିବା ଅଶ୍ୱିନ ତାଙ୍କର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିଥିବା ୧୪ତମ ଭାରତୀୟ ଖେଳାଳି ହେବେ। ‘ଗଡ ଅଫ କ୍ରିକେଟ’ ସଚିନ ତେନ୍ଦୁଲକର ଭାରତ ପାଇଁ ସର୍ବାଧିକ ଟେଷ୍ଟ ମ୍ୟାଚ ଖେଳିଛନ୍ତି। ସେ ୨୦୦ଟି ମ୍ୟାଚରେ ୧୫୯୨୧ ରନ ସ୍କୋର କରିଥିଲେ।
ଇଂଲଣ୍ଡ ବିପକ୍ଷରେ ରାଜକୋଟ ଟେଷ୍ଟରେ ଅଶ୍ୱିନ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲେ। ସେ ଅନିଲ କୁମ୍ବଲେଙ୍କ ପରେ ଭାରତ ପାଇଁ ୫୦୦ ଟେଷ୍ଟ ଉଇକେଟ ନେଇ ଦ୍ୱିତୀୟ ବୋଲର ହୋଇଥିଲେ। ଏବେ ସେ ତାଙ୍କ କ୍ୟାରିୟରର ୧୦୦ ତମ ମ୍ୟାଚ ଖେଳି ଏକ ନୂଆ ରେକର୍ଡ ସ୍ଥାପନ କରିବେ। ଅଶ୍ୱିନଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ଭିଭିଏସ ଲକ୍ଷ୍ମଣ, ଅନିଲ କୁମ୍ବଲେ, କପିଲ ଦେବ, ସୁନୀଲ ଗାଭାସ୍କର, ଦିଲୀପ ଭେଙ୍ଗସରକର, ସୌରଭ ଗାଙ୍ଗୁଲି, ବିରାଟ କୋହଲି, ଇଶାନ୍ତ ଶର୍ମା, ହରଭଜନ ସିଂ, ଚେତେଶ୍ୱର ପୂଜାରା ଏବଂ ବୀରେନ୍ଦ୍ର ସେହ୍ବାଗ ଭାରତ ପାଇଁ ୧୦୦ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି।
The post ଧର୍ମଶାଳା ଟେଷ୍ଟରେ ଇତିହାସ ରଚିବେ ଅଶ୍ୱିନ appeared first on Dharitri Odia News.