ଠେଙ୍ଗାବାଡ଼ି ଧରି ଦେଶୀ ମଦଭାଟି ଭାଙ୍ଗିଲେ ମହିଳା, ଶୋଇ ରହିଛି ଅବକାରୀ ବିଭାଗ
ଜି.ଉଦୟଗିରି,୮ା୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି କକଟୀ ପଦାସାହିର ଉଦୟଜ୍ୟୋତି ମହିଳା ମହାସଂଘ ତରଫରୁ ତୃତୀୟ ଦିନରେ ମଦ ବିରୋଧୀ ଆନ୍ଦୋଳନକୁ ଉଗ୍ର ରୂପ ସହ ଜୋରଦାର କରାଯାଇଛି। ଶୋଇ ରହିଛି ଅବକାରୀ ବିଭାଗ। ମହାସଂଘ ମହିଳାମାନେ ପୂର୍ବ ଦୁଇ ଦିନରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶୀ ମଦ ପ୍ରସ୍ତୁତ ହେଉଥିବା ସ୍ଥାନରୁ ବ୍ୟାରେଲ୍ ବ୍ୟାରେଲ୍ ପୋଚ୍ ସହ ଲିଟର ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଥିବାବେଳେ ଗୁରୁବାର ସନ୍ଧ୍ୟାରେ ଏକାଧିକ […] The post ଠେଙ୍ଗାବାଡ଼ି ଧରି ଦେଶୀ ମଦଭାଟି ଭାଙ୍ଗିଲେ ମହିଳା, ଶୋଇ ରହିଛି ଅବକାରୀ ବିଭାଗ appeared first on Dharitri Odia News.
ଜି.ଉଦୟଗିରି,୮ା୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି କକଟୀ ପଦାସାହିର ଉଦୟଜ୍ୟୋତି ମହିଳା ମହାସଂଘ ତରଫରୁ ତୃତୀୟ ଦିନରେ ମଦ ବିରୋଧୀ ଆନ୍ଦୋଳନକୁ ଉଗ୍ର ରୂପ ସହ ଜୋରଦାର କରାଯାଇଛି। ଶୋଇ ରହିଛି ଅବକାରୀ ବିଭାଗ। ମହାସଂଘ ମହିଳାମାନେ ପୂର୍ବ ଦୁଇ ଦିନରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶୀ ମଦ ପ୍ରସ୍ତୁତ ହେଉଥିବା ସ୍ଥାନରୁ ବ୍ୟାରେଲ୍ ବ୍ୟାରେଲ୍ ପୋଚ୍ ସହ ଲିଟର ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଥିବାବେଳେ ଗୁରୁବାର ସନ୍ଧ୍ୟାରେ ଏକାଧିକ ମହିଳା ହାତରେ ଠେଙ୍ଗା ବାଡ଼ି ଧରି ମାଲାସୁଙ୍ଗା ଗ୍ରାମକୁ ଯିବା ରାସ୍ତା ପାଶର୍ବରେ ଥିବା ଝାଉଁବଣ ଭିତରେ ମଦ ରନ୍ଧା ହେଉଥିବା ସ୍ଥାନକୁ ଯାଇ ପୋଚ୍, ମଦ ସହ ସମସ୍ତ ମଦ ରନ୍ଧା ପ୍ରସ୍ତୁତି ସମାଗ୍ରୀ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ମହିଳାଙ୍କ ଆକ୍ରମଣ ଦେଖି ମଦ ରନ୍ଧା ଗୋଷ୍ଠୀ ଛତ୍ରଭଙ୍ଗ ଦେଇଛନ୍ତି। ମହିଳାମାନଙ୍କ ଦ୍ୱାରା ତିନି ଦିନରେ ଶହ ଶହ ଲିଟର ପୋଚ୍ ଓ ମଦ ନଷ୍ଟ କରାଯାଇଛି। ମଦ ବିରୋଧୀ ଅଭିଯାନ ବିଷୟରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମଧ୍ୟ ଅବକାରୀ ବିଭାଗ ଶୋଇ ରହିଥିବା ନେଇ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।
The post ଠେଙ୍ଗାବାଡ଼ି ଧରି ଦେଶୀ ମଦଭାଟି ଭାଙ୍ଗିଲେ ମହିଳା, ଶୋଇ ରହିଛି ଅବକାରୀ ବିଭାଗ appeared first on Dharitri Odia News.