ଲିଫ୍ଟରେ ଫସିଗଲେ ୩ ଭାଜପା ବିଧାୟକ: ଶ୍ୱାସରୁଦ୍ଧ ହେବାପରେ…
ପୁଣେ,୨୨।୭: ମହାରାଷ୍ଟ୍ରର ସରକାରର ୩ ବିଧାୟକ ଲିଫ୍ଟରେ ଫସିଯାଇଛନ୍ତି। ଭସାଇ ଅଞ୍ଚଳର ଏକ ଲିଫ୍ଟରେ ଫସିଯିବାରୁ ସ୍ଥାନୀୟ ଅଞ୍ଚଳରେ ଉ୍fତ୍ତେଜନା ସୃଷ୍ଟି ହୋଇଛି। ପୋଲିସ ଆଉ ସାଧାରଣ ଲୋକ ଲିଫ୍ଟକୁ ବହୁ କଷ୍ଟରେ ଖୋଲିବା ପରେ ବିଧାୟକମାନଙ୍କୁ ଉଦ୍ଧାର କରାଯାଇଛି। ବିଧୟକଙ୍କ ଉଦ୍ଧାର କରିବା ପାଇଁ ଲିଫ୍ଟ ସଟର ଭଙ୍ଗାଯାଇଛି। ଏହି ଲିଫ୍ଟର କ୍ଷମତା ୧୦ ଜଣ ଥିବାବେଳେ ଏଥିରେ ପ୍ରାୟ ୧୫ ଜଣ ଥିଲେ। ସମସ୍ତେ ପାଖାପାଖି ୨୦ ମିନିଟ ଫସି ରହିଥିଲେ। ଲିଫ୍ଟ ଜାମ୍ […] The post ଲିଫ୍ଟରେ ଫସିଗଲେ ୩ ଭାଜପା ବିଧାୟକ: ଶ୍ୱାସରୁଦ୍ଧ ହେବାପରେ… appeared first on Dharitri Odia News.
ପୁଣେ,୨୨।୭: ମହାରାଷ୍ଟ୍ରର ସରକାରର ୩ ବିଧାୟକ ଲିଫ୍ଟରେ ଫସିଯାଇଛନ୍ତି। ଭସାଇ ଅଞ୍ଚଳର ଏକ ଲିଫ୍ଟରେ ଫସିଯିବାରୁ ସ୍ଥାନୀୟ ଅଞ୍ଚଳରେ ଉ୍fତ୍ତେଜନା ସୃଷ୍ଟି ହୋଇଛି। ପୋଲିସ ଆଉ ସାଧାରଣ ଲୋକ ଲିଫ୍ଟକୁ ବହୁ କଷ୍ଟରେ ଖୋଲିବା ପରେ ବିଧାୟକମାନଙ୍କୁ ଉଦ୍ଧାର କରାଯାଇଛି। ବିଧୟକଙ୍କ ଉଦ୍ଧାର କରିବା ପାଇଁ ଲିଫ୍ଟ ସଟର ଭଙ୍ଗାଯାଇଛି। ଏହି ଲିଫ୍ଟର କ୍ଷମତା ୧୦ ଜଣ ଥିବାବେଳେ ଏଥିରେ ପ୍ରାୟ ୧୫ ଜଣ ଥିଲେ। ସମସ୍ତେ ପାଖାପାଖି ୨୦ ମିନିଟ ଫସି ରହିଥିଲେ। ଲିଫ୍ଟ ଜାମ୍ ଯୋଗୁ ଏଭଳି ଘଟଣା ଘଟିଥିବା କୁହାଯାଉଛି।
ମୁମ୍ବାଇ ନିକଟ ପାଲଘର ଜିଲାର ଭସାଇ ଅଞ୍ଚଳରେ ଭାଜପା ବିଧାୟକ ପ୍ରବୀଣ ଦରେକରଙ୍କ ସହ ଭସାଇ ବିଧାୟିକା ସ୍ନେହା ଦୁବେ ଏବଂ ନାଲାସୋପାରା ବିଧାୟକ ରାଜନ ନାଇକ ଲିଫ୍ଟରେ ଫସିଯାଇଥିଲେ। ଏହା ଜାଣିବା ପରେ ସେଠାରେ କିଛି ଶ୍ରମିକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
The post ଲିଫ୍ଟରେ ଫସିଗଲେ ୩ ଭାଜପା ବିଧାୟକ: ଶ୍ୱାସରୁଦ୍ଧ ହେବାପରେ… appeared first on Dharitri Odia News.