ଭାରତୀୟ ଶେୟାର ବଜାରରେ ଲାଗି ରହିଛି ଉତ୍ସାହ; ସେବିକୁ ସତର୍କ କରାଇଲେ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ,୪ା୭: ଗଲା କିଛି ଦିନ ହେବ ଭାରତୀୟ ଶେୟାର ବଜାରରେ ଉତ୍ସାହ ଲାଗି ରହିଥିଲା ବେଳେ ସେନସେକ୍ସ ପ୍ରଥମ ଥର ପାଇଁ ୮୦,୦୦୦ ହଜାର ପଏଣ୍ଟ ଅତିକ୍ରମ କରିଛି। ନିଫ୍ଟି ୫୦ ମଧ୍ୟ ଐତିହାସିକ ୨୪,୦୦୦ ପଏଣ୍ଟ ଅତିକ୍ରମ କରିଛି। ଏହାରି ମଧ୍ୟରେ ଭାରତର ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼ ସେବି;କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ନୂତନ ସିକ୍ୟୁରିଟି ଏପିଲେଟ ଟ୍ରବ୍ୟୁନାଲ(ଏସଏଟି) ପରିସରକୁ ଉଦ୍ଘାଟନ କରି, ପ୍ରଧାନ ବିଚାରପତି ଅଧିକ ପରିମାଣର କାରବାର ଏବଂ ନୂତନ […] The post ଭାରତୀୟ ଶେୟାର ବଜାରରେ ଲାଗି ରହିଛି ଉତ୍ସାହ; ସେବିକୁ ସତର୍କ କରାଇଲେ ପ୍ରଧାନ ବିଚାରପତି appeared first on Dharitri Odia News.
ନୂଆଦିଲ୍ଲୀ,୪ା୭: ଗଲା କିଛି ଦିନ ହେବ ଭାରତୀୟ ଶେୟାର ବଜାରରେ ଉତ୍ସାହ ଲାଗି ରହିଥିଲା ବେଳେ ସେନସେକ୍ସ ପ୍ରଥମ ଥର ପାଇଁ ୮୦,୦୦୦ ହଜାର ପଏଣ୍ଟ ଅତିକ୍ରମ କରିଛି। ନିଫ୍ଟି ୫୦ ମଧ୍ୟ ଐତିହାସିକ ୨୪,୦୦୦ ପଏଣ୍ଟ ଅତିକ୍ରମ କରିଛି। ଏହାରି ମଧ୍ୟରେ ଭାରତର ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼ ସେବି;କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
ନୂତନ ସିକ୍ୟୁରିଟି ଏପିଲେଟ ଟ୍ରବ୍ୟୁନାଲ(ଏସଏଟି) ପରିସରକୁ ଉଦ୍ଘାଟନ କରି, ପ୍ରଧାନ ବିଚାରପତି ଅଧିକ ପରିମାଣର କାରବାର ଏବଂ ନୂତନ ନିୟମାବଳୀ ହେତୁ ଅଧିକ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ଏସଏଟି ର ନୂତନ ବେଞ୍ଚ ଖୋଲିବାକୁ ଅଧିକାରୀଙ୍କ ଉପରେ ବିଚାର କରିଥିଲେ।
ବମ୍ବେ ଷ୍ଟକ୍ ସେନସେକ୍ସ ପ୍ରଥମ ଥର ପାଇଁ ୮୦,୦୦୦ ହଜାର ପଏଣ୍ଟ ଅତିକ୍ରମ କରିବାକୁ ଖବରକୁ ଉଲ୍ଲେଖ କରି ସେ କହିଛନ୍ତି, ଯେଉଁଠାରେ ଭାରତ ଏକ “ଷ୍ଟ୍ରାଟୋସଫେରିକ୍ ଡୋମେନ୍” ପ୍ରବେଶ କରୁଛି, ଏପରି ସ୍ଥଳେ ନିୟାମକ କର୍ତ୍ତୃପକ୍ଷଙ୍କ ଆବଶ୍ୟକ ସତର୍କତା ଉପରେ ଗୁରୁତ୍ୱାରୋପ କରିଛି।
“ଆପଣ ଯେତେ ଅଧିକ ଷ୍ଟକ୍ ମାର୍କେଟରେ ବୃଦ୍ଧି ଦେଖୁଛନ୍ତି, ସେବି ଏବଂ ଏସଏଟି ପାଇଁ ଦାୟିତ୍ୱ ସେତେ ବଢ଼ିଯିବ ଏବଂ ସେତେ ଅଧିକ ସତର୍କତା ଅବଲମ୍ବନ କରିବେ ବୋଲି ମୁଁ ବିଶ୍ୱାସ କରୁଛି। ତେଣୁ ସଫଳତାକୁ ପାଳନ କରନ୍ତୁ କିନ୍ତୁ ସେହି ସମୟରେ ନିଶ୍ଚିତ ହୁଅନ୍ତୁ ଯେ ମେରୁଦଣ୍ଡ ସ୍ଥିର ଅଛି।”
The post ଭାରତୀୟ ଶେୟାର ବଜାରରେ ଲାଗି ରହିଛି ଉତ୍ସାହ; ସେବିକୁ ସତର୍କ କରାଇଲେ ପ୍ରଧାନ ବିଚାରପତି appeared first on Dharitri Odia News.