ରୋହିତଙ୍କଠାରୁ ଅଧିକ ଧନୀ ସେହ୍ବାଗ, ଅବସରକୁ ୧୦ ବର୍ଷ ହୋଇଥିଲେ ହେଁ କୋଟିରେ କରନ୍ତି ରୋଜଗାର

ନୂଆଦିଲ୍ଲୀ,୨୪।୧: ଟିମ୍‌ ଇଣ୍ଡିଆ ଅଧିନାୟକଙ୍କ ଗଣତି କେବଳ ଭାରତ ନୁହେଁ ବରଂ ବିଶ୍ୱର ଭେଟେରାନ କ୍ରିକେଟରଙ୍କ ମଧ୍ୟରେ ହୋଇଥାଏ। ଏହି ଖେଳରୁ ପ୍ରତିଷ୍ଠା ସହ ସେ ଭଲ ରୋଜଗାର ମଧ୍ୟ କରିଥାନ୍ତି। ହେଲେ ଭାରତୀୟ ଟିମ୍‌ର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗଙ୍କ ରୋଜଗାର ଜାଣିଲେ ଆପଣ ଚକିତ ହେବେ। ସେହ୍ବାଗ ୨୦୧୫ରେ କ୍ରିକେଟରୁ ଅବସର ନେଇଥିଲେ। ଏହାକୁ ୧୦ ବର୍ଷ ବିତିଲାଣି। ଏହାସତ୍ତ୍ୱେ ତାଙ୍କ ପାଖରେ ରୋହିତଙ୍କଠାରୁ ଅଧିକ ଟଙ୍କା ରହିଛି। ସେହ୍ବାଗ ବିଶ୍ୱର ଧନୀ କ୍ରିକେଟରଙ୍କ […] The post ରୋହିତଙ୍କଠାରୁ ଅଧିକ ଧନୀ ସେହ୍ବାଗ, ଅବସରକୁ ୧୦ ବର୍ଷ ହୋଇଥିଲେ ହେଁ କୋଟିରେ କରନ୍ତି ରୋଜଗାର appeared first on Dharitri Odia News.

ରୋହିତଙ୍କଠାରୁ ଅଧିକ ଧନୀ ସେହ୍ବାଗ, ଅବସରକୁ ୧୦ ବର୍ଷ ହୋଇଥିଲେ ହେଁ କୋଟିରେ କରନ୍ତି ରୋଜଗାର

ନୂଆଦିଲ୍ଲୀ,୨୪।୧: ଟିମ୍‌ ଇଣ୍ଡିଆ ଅଧିନାୟକଙ୍କ ଗଣତି କେବଳ ଭାରତ ନୁହେଁ ବରଂ ବିଶ୍ୱର ଭେଟେରାନ କ୍ରିକେଟରଙ୍କ ମଧ୍ୟରେ ହୋଇଥାଏ। ଏହି ଖେଳରୁ ପ୍ରତିଷ୍ଠା ସହ ସେ ଭଲ ରୋଜଗାର ମଧ୍ୟ କରିଥାନ୍ତି। ହେଲେ ଭାରତୀୟ ଟିମ୍‌ର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗଙ୍କ ରୋଜଗାର ଜାଣିଲେ ଆପଣ ଚକିତ ହେବେ। ସେହ୍ବାଗ ୨୦୧୫ରେ କ୍ରିକେଟରୁ ଅବସର ନେଇଥିଲେ। ଏହାକୁ ୧୦ ବର୍ଷ ବିତିଲାଣି। ଏହାସତ୍ତ୍ୱେ ତାଙ୍କ ପାଖରେ ରୋହିତଙ୍କଠାରୁ ଅଧିକ ଟଙ୍କା ରହିଛି।

ସେହ୍ବାଗ ବିଶ୍ୱର ଧନୀ କ୍ରିକେଟରଙ୍କ ମଧ୍ୟରୁ ଜଣେ। ଏକ ରିପୋର୍ଟ ମୁତାବକ ୨୦୨୪ରେ ତାଙ୍କ ଆୟ ପ୍ରାୟ ୩୦ କୋଟିରୁ ଅଧିକ ଥିଲା। ଅର୍ଥାତ ପ୍ରତି ମାସରେ ତାଙ୍କ ଦରମା ପ୍ରାୟ ୨ କୋଟି ରହିଥିଲା। ସେହିଭଳି ରୋହିତଙ୍କ ବିଷୟରେ କହିଲେ ତାଙ୍କୁ ଆଇପିଏଲ୍‌ ୨୦୨୫ ଲାଗି ୧୬.୩୦ କୋଟି ଏବଂ ବିସିସିଆଇରୁ ୭ କୋଯି ଦରମା ମିଳିଥିଲା।

ରୋହିତଙ୍କ ପ୍ରତି ଟେଷ୍ଟ ଲାଗି ୧୫ ଲକ୍ଷ, ଦିନିକିଆ ଲାଗି ୬ ଲକ୍ଷ ଏବଂ ଟି୨୦ ଲାଗି ୩ ଲକ୍ଷ ଟଙ୍କା ଦରମା ମିଳିଥିଲା। ଏହାଛଡ଼ା ସେ ବିଜ୍ଞାପନ ମାଧ୍ୟମରେ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରିଥିଲେ। ଏହିଭଳି ଭାବେ ସେ ଆନୁମାନିକ ୩୫ରୁ ୪୦ କୋଟି ରୋଜଗାର କରିଥିଲେ। ରୋହିତ ରୋଜଗାରରେ ସେହ୍ବାଗଙ୍କଠାରୁ ଆଗରେ ଥିଲେ ହେଁ ମୋଟ ସମ୍ପତ୍ତି ମାମଲାରେ ପଛରେ ରହିବେ। କାରଣ ସେ ମୋଟ ୨୧୪ କୋଟି ସମ୍ପତ୍ତିର ମାଲିକ ହୋଇଥିବା ବେଳେ ସେହ୍ବାଗଙ୍କ ମୋଟ ସମ୍ପତ୍ତି ୩୭୦ କୋଟି। ଅର୍ଥାତ ସେହ୍ବାଗଙ୍କ ନିକଟରେ ରୋହିତଙ୍କଠାରୁ ଅଧିକ ଟଙ୍କା ରହିଛି।

ସେହ୍ବାଗ କ୍ରିକେଟ ଖେଳିବା ଛାନି ଦେଇଥିଲେ ହେଁ କମେଣ୍ଟ୍ରି, କ୍ରିକେଟ ବିଶେଷଜ୍ଞ ଭାବେ ନଜରଆସୁଛନ୍ତି। ଏହାଛଡ଼ା ଟେଲିଭିଜନ ଶୋ’ରୁ ତାଙ୍କ ରୋଜଗାର ହେଉଛି। ସୋସିଆଲ ମିଡିଆ ଏବଂ ବିଜ୍ଞାପନ ଜରିଆରେ ସେ ରୋଜଗାର କରୁଛନ୍ତି। କ୍ରିକେଟର ୟୁଟ୍ୟୁବ୍‌, ଇନ୍‌ଷ୍ଟାଗ୍ରାମ ଏବଂ ଟୁଇଟର ଜରିଆରେ ପ୍ରତି ବର୍ଷ ପ୍ରାୟ ୨୬ କୋଟି ଟଙ୍କା ରୋଜଗାର କରୁଛନ୍ତି।

The post ରୋହିତଙ୍କଠାରୁ ଅଧିକ ଧନୀ ସେହ୍ବାଗ, ଅବସରକୁ ୧୦ ବର୍ଷ ହୋଇଥିଲେ ହେଁ କୋଟିରେ କରନ୍ତି ରୋଜଗାର appeared first on Dharitri Odia News.