'ମୋ ବ୍ୟାଗରେ ବୋମା ଅଛି କି' ପଚାରି ଏୟାର ଇଣ୍ଡିଆ ଯାତ୍ରୀ ଗିରଫ

କୋଚିନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ଯାତ୍ରୀଙ୍କୁ ଗିରଫ କରିଛି ପୁଲିସ।

'ମୋ ବ୍ୟାଗରେ ବୋମା ଅଛି କି' ପଚାରି ଏୟାର ଇଣ୍ଡିଆ ଯାତ୍ରୀ ଗିରଫ

କୋଚିନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଏକ୍ସ-ରେ ବ୍ୟାଗେଜ ଇନ୍ସପେକ୍ସନ ସିଷ୍ଟମ (XBIS) ଯାଞ୍ଚ ପଏଣ୍ଟରେ ଜଣେ CISF ଅଧିକାରୀଙ୍କୁ ଉଦ୍‌ବେଗଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ କରା ଯାଇଥିବା ଜଣାପଡ଼ିଛି।

ଖବର ଅନୁସାରେ, ଗିରଫ ହୋଇଥିବା ଯାତ୍ରୀ ଜଣକ ହେଉଛନ୍ତି 42 ବର୍ଷୀୟ ମନୋଜ କୁମାର। ସେ ଆଜି ସକାଳେ ଏୟାର ଇଣ୍ଡିଆ ବିମାନ ଯୋଗେ କୋଚିରୁ ମୁମ୍ବାଇ ଅଭିମୁଖେ ଯିବା ସମୟରେ ଗିରଫ ହୋଇଛନ୍ତି। 

କୋଚିନ୍ ବିମାନବନ୍ଦର ଜାରି କରିଥିବା ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ସୁରକ୍ଷା ଯାଞ୍ଚ ସମୟରେ ମନୋଜ କୁମାର ଜଣେ ସିଆଇଏସ୍ଏଫ୍ ଅଧିକାରୀଙ୍କୁ ପଚାରିଥିଲେ, "ମୋ ବ୍ୟାଗରେ ବୋମା ଅଛି କି?"
 
ଏହାପରେ ବିମାନବନ୍ଦରରେ ଥିବା ଅଧିକାରୀମାନେ ବମ୍ବ ଡିଟେକସନ୍ ଆଣ୍ଡ ଡିସପୋଜାଲ୍ ସ୍କ୍ୱାଡ୍ (ବିଡିଡିଏସ୍)କୁ ଡାକି ଯାତ୍ରୀଙ୍କୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ତାଙ୍କ ପ୍ରଶ୍ନ ସନ୍ଦେହଜନକ ମନେ ହେବାରୁ ତାଙ୍କୁ ସ୍ଥାନୀୟ ପୁଲିସକୁ ହସ୍ତାନ୍ତର କରିଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରିଛି।