ଅରୁଣ ଯୋଗୀରାଜ ତିଆରି କଲେ ରାମଲାଲାଙ୍କ ଆଉ ଏକ ମୂର୍ତ୍ତି, ପସନ୍ଦ କରୁଛନ୍ତି ଲୋକେ

ନୂଆଦିଲ୍ଲୀ: ପ୍ରସିଦ୍ଧ ମୂର୍ତ୍ତିକାର ଅରୁଣ ଯୋଗୀରାଜ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରରେ ରାମଲାଲାଙ୍କ ମୂର୍ତ୍ତି ପ୍ରତିଷ୍ଠା ହୋଇଛି। ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଯେଉଁଥିରେ ପିଏମ ମୋଦୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ଉପସ୍ଥିତ ହୋଇଥିଲେ। ଅରୁଣ ଯୋଗୀରାଜଙ୍କ ଦ୍ବାରା ନିର୍ମିତ ରାମଲାଲାଙ୍କ ମୂର୍ତ୍ତି ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ମନୋମୋହକ ମୂର୍ତ୍ତିକୁ ଦେଖି ବିମୋହିତ ହୋଇଥିଲେ ଭକ୍ତଗଣ।ତେବେ ଏବେ ପୁଣି ଥରେ ଅରୁଣ ରାମଲାଙ୍କ ଆଉ ଏକ ମୂର୍ତ୍ତି ଗଢ଼ିଛନ୍ତି, ଯାହାର ଖୁବ୍‌ ପ୍ରଶଂସା ହେଉଛି। ସୋସିଆଲ ମିଡିଆ ‘ଏକ୍ସ’ରେ ଅରୁଣ ଯୋଗୀରାଜ ରାମଲାଲାଙ୍କ ନୂଆ ମୂର୍ତ୍ତିର ଫଟୋ ଶେୟାର କରିଛନ୍ତି। ଏହି ମୂର୍ତ୍ତି ମଧ୍ୟ ରାମ ମନ୍ଦିରରେ ସ୍ଥାପିତ ରାମଲାଲାଙ୍କ ମୂର୍ତ୍ତି ଭଳି, କିନ୍ତୁ ଆକାରରେ ଏହା ବେଶ୍‌ ଛୋଟ। After the selection of the main Murti of Ram lalla, I carved another small Ram lalla murti (Stone) in my free time at Ayodhya. pic.twitter.com/KBO0rgXVPq— Arun Yogiraj (@yogiraj_arun) March 23, 2024ଏକ୍ସରେ ଅରୁଣ କହିଛନ୍ତି ‘ରାମଲାଲାଙ୍କ ମୂର୍ତ୍ତି ଚୟନ ପରେ ମୁଁ ଅଯୋଧ୍ୟାରେ ଅବକାଶ ସମୟରେ ରାମଲାଲାଙ୍କ ଏକ ଛୋଟ ମୂର୍ତ୍ତି ଗଢ଼ିଥିଲି।’’ ସୋସିଆଲ ମିଡିଆରେ ଏହି ରାମଲାଲାଙ୍କ ମୂର୍ତ୍ତିକୁ ମଧ୍ୟ ଲୋକେ ବେଶ୍ ପସନ୍ଦ

ଅରୁଣ ଯୋଗୀରାଜ ତିଆରି କଲେ ରାମଲାଲାଙ୍କ ଆଉ ଏକ ମୂର୍ତ୍ତି, ପସନ୍ଦ କରୁଛନ୍ତି ଲୋକେ

ନୂଆଦିଲ୍ଲୀ: ପ୍ରସିଦ୍ଧ ମୂର୍ତ୍ତିକାର ଅରୁଣ ଯୋଗୀରାଜ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରରେ ରାମଲାଲାଙ୍କ ମୂର୍ତ୍ତି ପ୍ରତିଷ୍ଠା ହୋଇଛି। ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଯେଉଁଥିରେ ପିଏମ ମୋଦୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ଉପସ୍ଥିତ ହୋଇଥିଲେ। ଅରୁଣ ଯୋଗୀରାଜଙ୍କ ଦ୍ବାରା ନିର୍ମିତ ରାମଲାଲାଙ୍କ ମୂର୍ତ୍ତି ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ମନୋମୋହକ ମୂର୍ତ୍ତିକୁ ଦେଖି ବିମୋହିତ ହୋଇଥିଲେ ଭକ୍ତଗଣ।

ତେବେ ଏବେ ପୁଣି ଥରେ ଅରୁଣ ରାମଲାଙ୍କ ଆଉ ଏକ ମୂର୍ତ୍ତି ଗଢ଼ିଛନ୍ତି, ଯାହାର ଖୁବ୍‌ ପ୍ରଶଂସା ହେଉଛି। ସୋସିଆଲ ମିଡିଆ ‘ଏକ୍ସ’ରେ ଅରୁଣ ଯୋଗୀରାଜ ରାମଲାଲାଙ୍କ ନୂଆ ମୂର୍ତ୍ତିର ଫଟୋ ଶେୟାର କରିଛନ୍ତି। ଏହି ମୂର୍ତ୍ତି ମଧ୍ୟ ରାମ ମନ୍ଦିରରେ ସ୍ଥାପିତ ରାମଲାଲାଙ୍କ ମୂର୍ତ୍ତି ଭଳି, କିନ୍ତୁ ଆକାରରେ ଏହା ବେଶ୍‌ ଛୋଟ। 




ଏକ୍ସରେ ଅରୁଣ କହିଛନ୍ତି ‘ରାମଲାଲାଙ୍କ ମୂର୍ତ୍ତି ଚୟନ ପରେ ମୁଁ ଅଯୋଧ୍ୟାରେ ଅବକାଶ ସମୟରେ ରାମଲାଲାଙ୍କ ଏକ ଛୋଟ ମୂର୍ତ୍ତି ଗଢ଼ିଥିଲି।’’ ସୋସିଆଲ ମିଡିଆରେ ଏହି ରାମଲାଲାଙ୍କ ମୂର୍ତ୍ତିକୁ ମଧ୍ୟ ଲୋକେ ବେଶ୍ ପସନ୍ଦ କରୁଛନ୍ତି।ସୂଚନାଥାଉକି, ରାମ ମନ୍ଦିରରେ ସ୍ଥାପିତ ହୋଇଥିବା ରାମଲାଲାଙ୍କ ମୂର୍ତ୍ତି ଗଢ଼ିବାକୁ ଅରୁଣ ଯୋଗୀରାଜଙ୍କୁ ସାତ ମାସର ସମୟ ଲାଗିଥିଲା।