ଉଲ୍ଲଂଘନ ହେଲା କୋର୍ଟ ରୁମର ମର୍ଯ୍ୟଦା, ଟୟଲେଟ ସିଟରେ ବସି ଜଜ୍ ଙ୍କ ସାମ୍ନାରେ ହାଜର ହେଲେ ଅଭିଯୁକ୍ତ

ଗାନ୍ଧିନଗର ୨୭।୬: ଗୁଜରାଟ ହାଇକୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି, ଯାହା ସମସ୍ତଙ୍କୁ ଚକିତ କରିଛି। କୋର୍ଟର ଭର୍ଚୁଆଲ ଶୁଣାଣିରେ ଅଭିଯୁକ୍ତ ଟୟଲେଟ୍ ସିଟରେ ବସି ଜଜ୍ ଙ୍କ ଆଗରେ ହାଜର ହୋଇଛନ୍ତି। ଏହି ଘଟଣା କୋର୍ଟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଶୁଣାଣିର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ଏହା ଏବେ ଭାଇରାଲ ହୋଇଯାଇଛି। ଏହି ମାମଲା ଜୁନ ୨୦ ତାରିଖର ବୋଲି କୁହାଯାଉଛି। ଜଷ୍ଟିସ୍ ଏନ.ଏସ୍ ଦେଶାୟୀଙ୍କ ବେଞ୍ଚ ଏକ ମାମଲାର ଭର୍ଚୁଆଲ ଶୁଣାଣି କରୁଥିଲେ। ଭିଡିଓ ଆରମ୍ଭରେ ‘ସରମଦ ବ୍ୟାଟରୀ’ ନାମରେ ଲଗଇନ କରିଥିବା ବ୍ୟକ୍ତିଙ୍କ କ୍ଲୋଜ ଅପ ଦେଖାଯାଉଛି। ସେ ନିଜ ଗଳାରେ ବ୍ଲୁଟୁଥ ଇୟରଫୋନ ଲଗାଇଥିଲେ। ସେ ଫୋନକୁ ଟିକେ ଦୂରକୁ କରିବା ବେଳେ ଦେଖା ଯାଉଛି ଯେ ଟୟଲେଟ ସିଟ୍ ରେ ବସିଛି। ଏହା ପର ଭିଡିଓରେ ସେ ଟୟଲେଟରୁ ବାହାରୁଥିବା ଦେଖାଯାଇଛି। କିଛି ସମୟ ପାଇଁ ସେ ସ୍କ୍ରିନରୁ ଦୂରେଇ ଯାଉଥିବା ବେଳେ ତାଙ୍କୁ ପୁଣି ଏକ ରୁମରେ ଦେଖାଯାଉଛି। A video showing a man attending Gujarat High Court virtual proceedings while seated on a toilet and apparently relieving himself has gone viral on the social media.Read full story: https://t.co/FbendKMD2M #GujaratHighCourt #VirtualHearings #VideoConferencehearing… pic.twitter.com/spyxMiptiO— Bar and B

ଉଲ୍ଲଂଘନ ହେଲା କୋର୍ଟ ରୁମର ମର୍ଯ୍ୟଦା, ଟୟଲେଟ ସିଟରେ ବସି ଜଜ୍ ଙ୍କ ସାମ୍ନାରେ ହାଜର ହେଲେ ଅଭିଯୁକ୍ତ

ଗାନ୍ଧିନଗର ୨୭।୬: ଗୁଜରାଟ ହାଇକୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି, ଯାହା ସମସ୍ତଙ୍କୁ ଚକିତ କରିଛି। କୋର୍ଟର ଭର୍ଚୁଆଲ ଶୁଣାଣିରେ ଅଭିଯୁକ୍ତ ଟୟଲେଟ୍ ସିଟରେ ବସି ଜଜ୍ ଙ୍କ ଆଗରେ ହାଜର ହୋଇଛନ୍ତି। ଏହି ଘଟଣା କୋର୍ଟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଶୁଣାଣିର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ଏହା ଏବେ ଭାଇରାଲ ହୋଇଯାଇଛି। 

ଏହି ମାମଲା ଜୁନ ୨୦ ତାରିଖର ବୋଲି କୁହାଯାଉଛି। ଜଷ୍ଟିସ୍ ଏନ.ଏସ୍ ଦେଶାୟୀଙ୍କ ବେଞ୍ଚ ଏକ ମାମଲାର ଭର୍ଚୁଆଲ ଶୁଣାଣି କରୁଥିଲେ। ଭିଡିଓ ଆରମ୍ଭରେ ‘ସରମଦ ବ୍ୟାଟରୀ’ ନାମରେ ଲଗଇନ କରିଥିବା ବ୍ୟକ୍ତିଙ୍କ କ୍ଲୋଜ ଅପ ଦେଖାଯାଉଛି। ସେ ନିଜ ଗଳାରେ ବ୍ଲୁଟୁଥ ଇୟରଫୋନ ଲଗାଇଥିଲେ। ସେ ଫୋନକୁ ଟିକେ ଦୂରକୁ କରିବା ବେଳେ ଦେଖା ଯାଉଛି ଯେ ଟୟଲେଟ ସିଟ୍ ରେ ବସିଛି। ଏହା ପର ଭିଡିଓରେ ସେ ଟୟଲେଟରୁ ବାହାରୁଥିବା ଦେଖାଯାଇଛି। କିଛି ସମୟ ପାଇଁ ସେ ସ୍କ୍ରିନରୁ ଦୂରେଇ ଯାଉଥିବା ବେଳେ ତାଙ୍କୁ ପୁଣି ଏକ ରୁମରେ ଦେଖାଯାଉଛି। 


ଗୁଜରାଟ ହାଇକୋର୍ଟ ରେକର୍ଡ ମୁତାବକ ଏହି ବ୍ୟକ୍ତି ଏକ ଏଫଆଇଆର ରଦ୍ଦ କରିବା ପାଇଁ ନିବେଦନରେ ରୁଜୁ ହୋଇଥିବା ମାମଲାର ପ୍ରତିବାଦୀ ଭାବେ କୋର୍ଟରେ ହାଜର ହୋଇଥିଲା। ସେ କ୍ରିମନାଲ କେସରେ ଅଭିଯୋଗକାରୀ ମଧ୍ୟ। ମାମଲାରେ ଉଭୟପକ୍ଷଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ରୂପେ କୋର୍ଟ ଏଫଆଇର ରଦ୍ଦ କରିଦେଇଛନ୍ତି। ତେବେ ଭର୍ଚୁଆଲ କୋର୍ଟରେ ଶୁଣାଣି କାଳରେ ଅନୁଚିତ ବ୍ୟବହାରର ଏହା ପ୍ରଥମ ମାମଲା ନୁହେଁ। ଏହା ପୂର୍ବରୁ ଏପ୍ରିଲ ୨୦୨୫ରେ ଜନୈକ ବ୍ୟକ୍ତି ଭର୍ଚୁଆଲ ଶୁଣାଣି କାଳରେ ସିଗାରେଟ ଟାଣୁଥିବା ଦେଖାଯାଇଥିଲା। ଗୁଜରାଟ ହାଇକୋର୍ଟ ସେହି ବ୍ୟକ୍ତିଙ୍କ ଉପରେ ୫୦ ହଜାର ଟଙ୍କାର ଜରିମାନା କରିଥିଲେ। 


ସେହିପରି ମାର୍ଚ୍ଚ ୨୦୨୫ରେ ଧବଲ ପଟେଲ ନାମକ ଜନୈକ ବ୍ୟକ୍ତି ଟୟଲେଟରୁ ଗୁଜରାଟ ହାଇକୋର୍ଟଙ୍କ ଭର୍ଚୁଆଲ ଶୁଣାଣିରେ ହାଜର ହୋଇଥିଲେ। ଧବଲଙ୍କ ବ୍ୟବହାରରେ ଅସନ୍ତୁଷ୍ଟ କୋର୍ଟ ମାର୍ଚ୍ଚ ୫ ତାରିଖରେ ଏକ ଆଦେଶ ଗୃହୀତ କରିଥିଲେ। ଏହି ଆଦେଶରେ କୋର୍ଟ ଏପରି ବ୍ୟବହାର କୌଣସିକ୍ଷେତ୍ରରେ ମଧ୍ୟ ଗ୍ରହଣୀୟ ନୁହେଁ ଓ ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଥିଲେ। ଏପରି ଲୋକଙ୍କ ବିରୋଧରେ କୋର୍ଟ କଡ଼ା ବ୍ୟବହାର ନ କଲେ ଲୋକଙ୍କ ମନରେ ସଂସ୍ଥାର ଗାରିମା ହ୍ରାସ ହୋଇ ପାରେ। ଏଣୁ ଜଷ୍ଟିସ୍ ଏମ.ଠକ୍କରଙ୍କ ବେଞ୍ଚ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୨ଲକ୍ଷ ଟଙ୍କା ଜରିମନା ନିର୍ଦ୍ଦେଶ ଦେଇଥିଲେ।