ଇତିହାସ ରଚିଲେ ଜଶସ୍ବୀ ଜୈୟସ୍ବାଲ୍, ଗୋଟିଏ ବଲ୍ରେ ୧୩ ରନ୍, ଏପରି କରିବାରେ ପ୍ରଥମ ବ୍ୟାଟର
ନୂଆଦିଲ୍ଲୀ ୧୫।୦୭: ହାରାରେ ଖେଳାଯାଇଥିଲା ଭାରତ-ଜିମ୍ବାୱେ ଟି-୨୦ ସିରିଜର ଶେଷ ମ୍ୟାଚ୍ । ଏହି ମ୍ୟାଚ୍କୁ ସହଜର ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ । ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ଜିମ୍ବାୱେ ୪-୧ରେ ହାରିଛି ସିରିଜ୍ । ମ୍ୟାଚରେ କେବଳ ଗୋଟିଏ ବଲ ହିଁ ବୋଲିଂ ହୋଇଥିଲା ଆଉ ଭାରତୀୟ ଦଳ ସୃଷ୍ଟି କରିଦେଲେ ବିଶ୍ୱ ରେକର୍ଡ । ଯଶସ୍ୱୀ ଜୈସୱାଲ ଆସିବା ମାତ୍ରେ ହିଁ ଜିମ୍ବାୱେ ବୋଲରଙ୍କ ଉପରେ ବର୍ଷିଥିଲେ। କିନ୍ତୁ ଅଳ୍ପ ସମୟ ପାଇଁ । ଜୈସଓ୍ବାଲ୍ ମାତ୍ର ୫ଟି ବଲ୍ର ସାମ୍ନା କରି କରିଥିଲେ ୧୨ ରନ୍ । ତେବେ ଏହି ଛୋଟ ଇନିଂସ ଖେଳି ଜଶସ୍ବୀ ରଚିଥିଲେ ଇତିହାସ । ଜଶସ୍ବୀ ଏପରି ପ୍ରଥମ ବ୍ୟାଟର ଯିଏକି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚର ପ୍ରଥମ ଲିଗାଲ ବଲରେ କରିଛନ୍ତି ୧୨ ରନ୍ । ବାସ୍ତବରେ ଜିମ୍ବାଓ୍ବେ କ୍ୟାପଟେନ ସିକନ୍ଦର ରଜା ମ୍ୟାଚର ପ୍ରଥମ ବଲ କରିଥିଲେ ବୋଲିଂ । ଯେଉଁଥିରେ ଜୈସଓ୍ବାଲ୍ ମାରିଥିଲେ ଛକ୍କା । ଅମ୍ପାୟାର ଏହି ବଲକୁ ନୋ-ବଲ ଘୋଷଣା କରିଥିଲେ। ଏହାପରେ ଜଶସ୍ବୀ ପୁଣି ଫ୍ରି-ହିଟ୍ ବଲ୍ରୁ ୬ ରନ୍ କରିଥିଲେ । ଅର୍ଥାତ୍ ଗୋଟିଏ ଲିଗଲ୍ ବଲ୍ରେ ମୋଟ ୧୩ ରନ୍ ମିଳିଥିଲା । ସେଥିମଧ୍ୟରୁ ଜୈସଓ୍ବାଲ୍ଙ୍କ ଖାତାକୁ ଯାଇଥିଲା ୧୨ ରନ୍ । ଏହା ହେଉଛି ଟି-୨୦ କ୍ରିକେଟରେ ଗୋଟିଏ ବଲ୍ରେ ସବୁଠାରୁ ଅଧିକ ରନ କରିବାର ଓ୍ବାର୍ଲ୍ଡ ରେକର୍ଡ । ଏହାପରେ କିଛି ଖାସ୍ କରିପାରିନଥିଲେ ଜଶସ୍ବୀ ଜୈସଓ୍ବାଲ୍ । ସେହି ଓଭରରେ ହି
ନୂଆଦିଲ୍ଲୀ ୧୫।୦୭: ହାରାରେ ଖେଳାଯାଇଥିଲା ଭାରତ-ଜିମ୍ବାୱେ ଟି-୨୦ ସିରିଜର ଶେଷ ମ୍ୟାଚ୍ । ଏହି ମ୍ୟାଚ୍କୁ ସହଜର ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ । ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ଜିମ୍ବାୱେ ୪-୧ରେ ହାରିଛି ସିରିଜ୍ । ମ୍ୟାଚରେ କେବଳ ଗୋଟିଏ ବଲ ହିଁ ବୋଲିଂ ହୋଇଥିଲା ଆଉ ଭାରତୀୟ ଦଳ ସୃଷ୍ଟି କରିଦେଲେ ବିଶ୍ୱ ରେକର୍ଡ ।
ଯଶସ୍ୱୀ ଜୈସୱାଲ ଆସିବା ମାତ୍ରେ ହିଁ ଜିମ୍ବାୱେ ବୋଲରଙ୍କ ଉପରେ ବର୍ଷିଥିଲେ। କିନ୍ତୁ ଅଳ୍ପ ସମୟ ପାଇଁ । ଜୈସଓ୍ବାଲ୍ ମାତ୍ର ୫ଟି ବଲ୍ର ସାମ୍ନା କରି କରିଥିଲେ ୧୨ ରନ୍ । ତେବେ ଏହି ଛୋଟ ଇନିଂସ ଖେଳି ଜଶସ୍ବୀ ରଚିଥିଲେ ଇତିହାସ । ଜଶସ୍ବୀ ଏପରି ପ୍ରଥମ ବ୍ୟାଟର ଯିଏକି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚର ପ୍ରଥମ ଲିଗାଲ ବଲରେ କରିଛନ୍ତି ୧୨ ରନ୍ ।
ବାସ୍ତବରେ ଜିମ୍ବାଓ୍ବେ କ୍ୟାପଟେନ ସିକନ୍ଦର ରଜା ମ୍ୟାଚର ପ୍ରଥମ ବଲ କରିଥିଲେ ବୋଲିଂ । ଯେଉଁଥିରେ ଜୈସଓ୍ବାଲ୍ ମାରିଥିଲେ ଛକ୍କା । ଅମ୍ପାୟାର ଏହି ବଲକୁ ନୋ-ବଲ ଘୋଷଣା କରିଥିଲେ। ଏହାପରେ ଜଶସ୍ବୀ ପୁଣି ଫ୍ରି-ହିଟ୍ ବଲ୍ରୁ ୬ ରନ୍ କରିଥିଲେ । ଅର୍ଥାତ୍ ଗୋଟିଏ ଲିଗଲ୍ ବଲ୍ରେ ମୋଟ ୧୩ ରନ୍ ମିଳିଥିଲା । ସେଥିମଧ୍ୟରୁ ଜୈସଓ୍ବାଲ୍ଙ୍କ ଖାତାକୁ ଯାଇଥିଲା ୧୨ ରନ୍ ।
ଏହା ହେଉଛି ଟି-୨୦ କ୍ରିକେଟରେ ଗୋଟିଏ ବଲ୍ରେ ସବୁଠାରୁ ଅଧିକ ରନ କରିବାର ଓ୍ବାର୍ଲ୍ଡ ରେକର୍ଡ । ଏହାପରେ କିଛି ଖାସ୍ କରିପାରିନଥିଲେ ଜଶସ୍ବୀ ଜୈସଓ୍ବାଲ୍ । ସେହି ଓଭରରେ ହିଁ ସିକନ୍ଦର ରଜା ତାଙ୍କୁ କ୍ଲିନ୍ ବୋଲ୍ଟ କରିଥିଲେ । ତେବେ ଏହାପୂର୍ବରୁ ଗୋଟିଏ ବଲରେ ଅଧିକ ରନ୍ କରିବାର ରେକର୍ଡ ପାକିସ୍ତାନ ନାଁରେ ରହିଥିଲା । ଏସିଆ କପ୍ ୨୦୨୨ର ଅନ୍ତିମ ମ୍ୟାଚ୍ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା । ଗୋଟିଏ ବଲରେ ପାକିସ୍ତାନ କରିଥିଲା ୧୦ ରନ୍ ସ୍କୋର୍ ।
ତେବେ ଏଥିରେ ମିଳିଥିଲା ୯ ଅତିରିକ୍ତ ରନ୍ । ଏତେ ପରେ ମଧ୍ୟ ପାକିସ୍ତାନ ସେହି ମ୍ୟାଚରେ ହାରିଥିଲା। ତେବେ ଟି-୨୦ ଇନିଂସର ପ୍ରଥମ ବଲରେ ଅଧିକ ରନ୍ ସ୍କୋର କରିବାରେ ପାକିସ୍ତାନ ପଛରେ ରହିଥିଲା ୨୦୨୩ର ନ୍ୟୁଜିଲ୍ୟାଣ୍ଡ ବନାମ ପାକିସ୍ଥାନ ମ୍ୟାଚ୍ । ଏଥିରେ ସର୍ବାଧିକ ହୋଇଥିଲା ୯ରନ୍ । ସେହିପରି ୨୦୧୯ରେ ନେପାଳ-ଭୁଟାନ ମ୍ୟାଚ୍ରେ ଗୋଟିଏ ବଲ୍ ସର୍ବାଧିକ ମିଳିଥିଲା ୯ ରନ୍ । ସେହିବର୍ଷ ହିଁ ଗୋଟିଏ ବଲରୁ ୮ ରନ୍ ହୋଇଥିଲା କେନିଆ-ଉଗାଣ୍ଡା ମ୍ୟାଚ୍ରେ ।