କୋଟାରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା, ‘ମମି , ପାପା, ମୁଁ ଜେଇଇ ପାରିବିନି’
ନୂଆଦିଲ୍ଲୀ : ରାଜସ୍ଥାନର କୋଟାରେ ଆଜି ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଦେଇଛନ୍ତି। ଜଣେ ୧୮ ବର୍ଷୀୟ ଜେଇଇ ଆଶାୟୀ ପରୀକ୍ଷାର ମାତ୍ର ୨ ଦିନ ପୂର୍ବରୁ ନିଜ ବାପା ମା’ଙ୍କ ପାଇଁ ଚିଠି ଲେଖି ଆତ୍ମହତ୍ୟା କରିଦେଇଛନ୍ତି। ସପ୍ତାହକ ମଧ୍ୟରେ କୋଟାରେ ଏହା ଦ୍ବିତୀୟ ଆତ୍ମହତ୍ୟା। ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣଙ୍କ ଜେଇଇ ମେନ୍ ପାଇଁ ପ୍ରସ୍ତୁତ ହେଉଥିଲେ। ଜାନୁଆରି ୩୧ରେ ଜେଇଇ ମେନ୍ ପରୀକ୍ଷା ଥିଲା। କିନ୍ତୁ ଏହା ପୂର୍ବରୁ ସେ କୋଟାର ଶିକ୍ଷା […]

ନୂଆଦିଲ୍ଲୀ : ରାଜସ୍ଥାନର କୋଟାରେ ଆଜି ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଦେଇଛନ୍ତି। ଜଣେ ୧୮ ବର୍ଷୀୟ ଜେଇଇ ଆଶାୟୀ ପରୀକ୍ଷାର ମାତ୍ର ୨ ଦିନ ପୂର୍ବରୁ ନିଜ ବାପା ମା’ଙ୍କ ପାଇଁ ଚିଠି ଲେଖି ଆତ୍ମହତ୍ୟା କରିଦେଇଛନ୍ତି। ସପ୍ତାହକ ମଧ୍ୟରେ କୋଟାରେ ଏହା ଦ୍ବିତୀୟ ଆତ୍ମହତ୍ୟା। ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣଙ୍କ ଜେଇଇ ମେନ୍ ପାଇଁ ପ୍ରସ୍ତୁତ ହେଉଥିଲେ। ଜାନୁଆରି ୩୧ରେ ଜେଇଇ ମେନ୍ ପରୀକ୍ଷା ଥିଲା। କିନ୍ତୁ ଏହା ପୂର୍ବରୁ ସେ କୋଟାର ଶିକ୍ଷା ନଗରି ଅଞ୍ଚଳ ସ୍ଥିତ ତାଙ୍କ ବାସଭବନରେ ଝୁଲି ପଡ଼ିଛନ୍ତି। ଛାତ୍ରୀଙ୍କ ନାଁ ନିହାରିକା। ନିହାରିକା ସୁଇସାଇଡ ନୋଟ୍ରେ ନିଜକୁ ଦୁନିଆର ସବୁଠାରୁ ଖରାପ ଝିଅ ବୋଲି କହିଛନ୍ତି ଏବଂ ଏହା ତାଙ୍କର ଶେଷ ସୁଯୋଗ ବୋଲି କହିଛନ୍ତି। ଉଲ୍ଳେଖଯୋଗ୍ୟ ଯେ ଗତ ଜାନୁଆରି ୨୩ରେ ନିଟ୍ ପାଇଁ ପ୍ରସ୍ତୁତ ହେଉଥିବା ଉତ୍ତରପ୍ରଦେଶର ଜଣେ ଛାତ୍ର ଆତ୍ମହତ୍ୟା କରିଦେଇଥିଲେ। ମୋରାଦାବାଦର ମହମ୍ମଦ ଜଇଦ କୋଟାର ଏକ ନିଟ୍ କୋଚିଂ ସେଣ୍ଟରର ହଷ୍ଟେଲରେ ରହୁଥିଲେ। ସେ ଆଜି ସକାଳେ ଆତ୍ମହତ୍ୟା କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୨୩ରେ ୨୯ ଜଣ ଛାତ୍ର ଆତ୍ମହତ୍ୟା କରିଦେଇଥିଲେ।