ଦେଶର ଉତ୍ତପ୍ତ ସହର ଭୁବନେଶ୍ୱର
ଭୁବନେଶ୍ୱର,୨୩ା୪(ଅସମାପିକା ସାହୁ):ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ କଲବଲ କରୁଛି। ଗରମ ପବନ ବା ଝାଞ୍ଜିରେ ଦେହମୁଣ୍ଡ ପୋଡ଼ିଗଲା ଭଳି ଲାଗୁଛି। ଏପରିସ୍ଥିତିରେ ସୋମବାର ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ଦିନ ତାପମାତ୍ରା ୪୩.୮ ଡିଗ୍ରୀ ସେଲସିୟସ୍ ଛୁଇଁଛି। ଏଥିସହ ଭୁବନେଶ୍ୱର ରାଜ୍ୟ ତଥା ଦେଶର ଉତ୍ତପ୍ତ ସହର ପାଲଟିଛି। ଭାରତୀୟ ପାଣିପାଗ ବିଭାଗର ସୂଚନାନୁସାରେ, ସୋମବାର ଭୁବନେଶ୍ୱର ସହ ଆନ୍ଧ୍ରପ୍ରଦେଶର କଡ୍ଡପା ଦେଶର ଉତ୍ତପ୍ତ ସହର ରହିଥିଲା। ସେହିଭଳି ସୋମବାର ରାଜ୍ୟର ୧୭ ସହରରେ ଦିନ ତାପମାତ୍ରା ୪୦ […] The post ଦେଶର ଉତ୍ତପ୍ତ ସହର ଭୁବନେଶ୍ୱର appeared first on Dharitri Odia News.
ଭୁବନେଶ୍ୱର,୨୩ା୪(ଅସମାପିକା ସାହୁ):ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ କଲବଲ କରୁଛି। ଗରମ ପବନ ବା ଝାଞ୍ଜିରେ ଦେହମୁଣ୍ଡ ପୋଡ଼ିଗଲା ଭଳି ଲାଗୁଛି। ଏପରିସ୍ଥିତିରେ ସୋମବାର ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ଦିନ ତାପମାତ୍ରା ୪୩.୮ ଡିଗ୍ରୀ ସେଲସିୟସ୍ ଛୁଇଁଛି। ଏଥିସହ ଭୁବନେଶ୍ୱର ରାଜ୍ୟ ତଥା ଦେଶର ଉତ୍ତପ୍ତ ସହର ପାଲଟିଛି। ଭାରତୀୟ ପାଣିପାଗ ବିଭାଗର ସୂଚନାନୁସାରେ, ସୋମବାର ଭୁବନେଶ୍ୱର ସହ ଆନ୍ଧ୍ରପ୍ରଦେଶର କଡ୍ଡପା ଦେଶର ଉତ୍ତପ୍ତ ସହର ରହିଥିଲା। ସେହିଭଳି ସୋମବାର ରାଜ୍ୟର ୧୭ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ପାରଳାଖେମୁଣ୍ଡିରେ ୪୨.୯, ବାରିପଦା ୪୨.୬, ନୂଆପଡ଼ା ୪୨.୪, କେନ୍ଦ୍ରାପଡ଼ା ୪୧.୮, ଜଗତ୍ସିଂହପୁର ୪୧.୬, ଭଦ୍ରକ ଓ ଯାଜପୁରରେ ୪୧, ବୌଦ୍ଧ ୪୦.୮, ବାଲେଶ୍ୱର ଓ ଅନୁଗୋଳରେ ୪୦.୭, ଚାନ୍ଦବାଲି ଓ ତାଳଚେରରେ ୪୦.୪, କଟକ ୪୦.୨, ମାଲକାନଗିରି ଓ ଢେଙ୍କାନାଳରେ ୪୦.୧ ଏବଂ ନୟାଗଡ଼ରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି।
ଅପରପକ୍ଷେ କାଳବୈଶାଖୀ ବର୍ଷା ପାଇଁ ଦୁଇଦିନ ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇବାର ସମ୍ଭାବନା ଥିଲେ ମଧ୍ୟ ୨୫ ତାରିଖଠାରୁ ତାପମାତ୍ରା ପୁଣି ବୃଦ୍ଧି ପାଇବ। ସ୍ଥାନେ ସ୍ଥାନେ ୪୬ ଡିଗ୍ରୀ ଡେଇଁଯିବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢ଼ିବ। ଉଷ୍ମ ଆର୍ଦ୍ର ଜଳବାୟୁ ସ୍ଥିତି ଲାଗିରହିବ। ଯଦିଓ କାଳବୈଶାଖୀ ବର୍ଷା ପ୍ରଭାବରେ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ, କିନ୍ତୁ ସେତେ ପରିମାଣରେ ଆଶ୍ୱସ୍ତି ମିଳିବ ନାହିଁ। କାରଣ ତାପମାତ୍ରା ୪୫ ପର୍ଯ୍ୟନ୍ତ ଯାଇଥିବା କାରଣରୁ ୨-୩ ଡିଗ୍ରୀ କମିଲେ ବି ୪୦ ଉପରେ ରହିବ। ତେବେ ୨୬ ତାରିଖରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହିତ ବିଭିନ୍ନ ଜିଲାକୁ ଏଥିପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।
The post ଦେଶର ଉତ୍ତପ୍ତ ସହର ଭୁବନେଶ୍ୱର appeared first on Dharitri Odia News.