ନାସିକ୍ରେ ଭୟଙ୍କର ସଡକ ଦୁର୍ଘଟଣା; ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୧୦ ମୃତ
ନୂଆଦିଲ୍ଲୀ ୦୧।୦୫: ମଙ୍ଗଳବାର ସକାଳେ ମହାରାଷ୍ଟ୍ରର ନାସିକର ମୁମ୍ବାଇ-ଆଗ୍ରା ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ। ସୂଚନାନୁସାରେ, ବସ୍ ନାଶିକରୁ ଜାଲଗାଓଁ ଯାଉଥିବାବେଳେ ସାମ୍ନାରୁ ଆସୁଥିବା ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଯାତ୍ରୀମାନଙ୍କୁ ବାହାରକୁ ଆଣିବା ପାଇଁ ବସକୁ ମଝିରୁ କାଟିବାକୁ ପଡିଥିଲା। ଦୁର୍ଘଟଣା ପରେ ନିକଟସ୍ଥ ଲୋକମାନେ ପୋଲିସକୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ଆହତ ଏବଂ ମୃତ ଲୋକଙ୍କୁ ବସ୍ରୁ ବାହାର କରି ଡାକ୍ତରଖାନା ପଠାଇଥିଲା। ଦୁର୍ଘଟଣା ପରେ ରାଜପଥରେ ଏକ ବଡ଼ ଜାମ ହୋଇଥିଲା। ସୂଚନାନୁସାରେ, ବସ୍ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବସ୍ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ପ୍ରାରମ୍ଭିକ ଅନୁସନ୍ଧାନରେ ଦୁର୍ଘଟଣାର କାରଣ ଟାୟାର ଫାଟିଯାଇଥିବା କୁହାଯାଉଛି। ଟାୟାର ଫାଟିଯିବା ପରେ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲା।
ନୂଆଦିଲ୍ଲୀ ୦୧।୦୫: ମଙ୍ଗଳବାର ସକାଳେ ମହାରାଷ୍ଟ୍ରର ନାସିକର ମୁମ୍ବାଇ-ଆଗ୍ରା ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ। ସୂଚନାନୁସାରେ, ବସ୍ ନାଶିକରୁ ଜାଲଗାଓଁ ଯାଉଥିବାବେଳେ ସାମ୍ନାରୁ ଆସୁଥିବା ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଯାତ୍ରୀମାନଙ୍କୁ ବାହାରକୁ ଆଣିବା ପାଇଁ ବସକୁ ମଝିରୁ କାଟିବାକୁ ପଡିଥିଲା।
ଦୁର୍ଘଟଣା ପରେ ନିକଟସ୍ଥ ଲୋକମାନେ ପୋଲିସକୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ଆହତ ଏବଂ ମୃତ ଲୋକଙ୍କୁ ବସ୍ରୁ ବାହାର କରି ଡାକ୍ତରଖାନା ପଠାଇଥିଲା। ଦୁର୍ଘଟଣା ପରେ ରାଜପଥରେ ଏକ ବଡ଼ ଜାମ ହୋଇଥିଲା। ସୂଚନାନୁସାରେ, ବସ୍ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବସ୍ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ପ୍ରାରମ୍ଭିକ ଅନୁସନ୍ଧାନରେ ଦୁର୍ଘଟଣାର କାରଣ ଟାୟାର ଫାଟିଯାଇଥିବା କୁହାଯାଉଛି। ଟାୟାର ଫାଟିଯିବା ପରେ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲା।