ଫାଇନାଲ୍ ପାଇଁ ବାର୍ବାଡୋସରେ ପହଞ୍ଚିଲା ଭାରତୀୟ ଟିମ୍, ଶନିବାର ଟାଇଟଲ୍ ମୁକାବିଲା
ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ୨୦୨୪ର ଫାଇନାଲ୍ ମୁକାବିଲା ପାଇଁ ଭାରତୀୟ ଦଳ ବାର୍ବାଡୋସରେ ପହଞ୍ଚିଛି। ଆସନ୍ତାକାଲି ଅର୍ଥାତ ଜୁନ ୨୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟାଇଟଲ୍ ମୁକାବିଲା ଖେଳାଯିବ। ଭାରତୀୟ ଦଳ ପାଇଁ ଗତ କିଛି ଦିନ ହେବ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି। ଦଳ ଗତ ସପ୍ତାହେ ଭିତରେ ୪ଟି ମ୍ୟାଚ୍ ଖେଳି ସାରିଲାଣି। ଆଉ ସବୁ ମ୍ୟାଚ୍ ଜିତିଛି ରୋହିତ ବାହିନୀ। ଗତକାଲି ଭାରତ ଦ୍ଵିତୀୟ ସେମି ଫାଇନାଲ୍ରେ ଇଂଲଣ୍ଡକୁ ୬୮ ରନରେ ହରାଇ ୧୦ ବର୍ଷ ପରେ ଫାଇନାଲ୍ରେ ପ୍ରବେଶ କରିଛି। ଟି-୨୦ ବିଶ୍ଵକପ୍ ୨୦୨୪ରେ ଭାରତୀୟ ଦଳର ପ୍ରଦର୍ଶନ ଚମତ୍କାର ରହିଛି। ଟାଇଟଲ୍ଠୁ ଭାରତ ମାତ୍ର ଗୋଟିଏ ପାଦ ଦୂରରେ ରହିଛି। ଦଳ ଅପରାଜୟ ରହି ଫାଇନାଲ୍ରେ ପହଞ୍ଚିଛି। ୨୦୦୭ ପ୍ରଥମ ସଂସ୍କରଣ ପରେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଦ୍ଵିତୀୟ ଟି-୨୦ ଟ୍ରଫି ଜିତିବାକୁ ଉତ୍ସୁକ। ସେମିତିରେ ଭାରତ ଶେଷ ଥର ୨୦୧୩ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। TEAM INDIA REACHED BARBADOS FOR THE FINAL....!!! ???????????? pic.twitter.com/GTfmI2LVMw— Mufaddal Vohra (@mufaddal_vohra) June 28, 2024ତେବେ ଆସନ୍ତାକାଲି ବାର୍ବାଡୋସରେ ବର୍ଷା ହେବାର ୭୮ ପ୍ରତିଶତ ସମ୍ଭାବନା ରହିଛି। କିନ୍ତୁ ଫାଇନାଲ୍ ପାଇଁ ରିଜର୍ଭ ଡେର ବ୍ୟବସ୍ଥା କରାଯାଇଛି। ବର୍ଷା ଯୋଗୁଁ ଜୁନ ୨୯ରେ ମ୍ୟାଚ୍ ସଂପୂର୍
ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ୨୦୨୪ର ଫାଇନାଲ୍ ମୁକାବିଲା ପାଇଁ ଭାରତୀୟ ଦଳ ବାର୍ବାଡୋସରେ ପହଞ୍ଚିଛି। ଆସନ୍ତାକାଲି ଅର୍ଥାତ ଜୁନ ୨୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟାଇଟଲ୍ ମୁକାବିଲା ଖେଳାଯିବ। ଭାରତୀୟ ଦଳ ପାଇଁ ଗତ କିଛି ଦିନ ହେବ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି। ଦଳ ଗତ ସପ୍ତାହେ ଭିତରେ ୪ଟି ମ୍ୟାଚ୍ ଖେଳି ସାରିଲାଣି। ଆଉ ସବୁ ମ୍ୟାଚ୍ ଜିତିଛି ରୋହିତ ବାହିନୀ। ଗତକାଲି ଭାରତ ଦ୍ଵିତୀୟ ସେମି ଫାଇନାଲ୍ରେ ଇଂଲଣ୍ଡକୁ ୬୮ ରନରେ ହରାଇ ୧୦ ବର୍ଷ ପରେ ଫାଇନାଲ୍ରେ ପ୍ରବେଶ କରିଛି।
ଟି-୨୦ ବିଶ୍ଵକପ୍ ୨୦୨୪ରେ ଭାରତୀୟ ଦଳର ପ୍ରଦର୍ଶନ ଚମତ୍କାର ରହିଛି। ଟାଇଟଲ୍ଠୁ ଭାରତ ମାତ୍ର ଗୋଟିଏ ପାଦ ଦୂରରେ ରହିଛି। ଦଳ ଅପରାଜୟ ରହି ଫାଇନାଲ୍ରେ ପହଞ୍ଚିଛି। ୨୦୦୭ ପ୍ରଥମ ସଂସ୍କରଣ ପରେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଦ୍ଵିତୀୟ ଟି-୨୦ ଟ୍ରଫି ଜିତିବାକୁ ଉତ୍ସୁକ। ସେମିତିରେ ଭାରତ ଶେଷ ଥର ୨୦୧୩ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା।
TEAM INDIA REACHED BARBADOS FOR THE FINAL....!!! ???????????? pic.twitter.com/GTfmI2LVMw— Mufaddal Vohra (@mufaddal_vohra) June 28, 2024
ତେବେ ଆସନ୍ତାକାଲି ବାର୍ବାଡୋସରେ ବର୍ଷା ହେବାର ୭୮ ପ୍ରତିଶତ ସମ୍ଭାବନା ରହିଛି। କିନ୍ତୁ ଫାଇନାଲ୍ ପାଇଁ ରିଜର୍ଭ ଡେର ବ୍ୟବସ୍ଥା କରାଯାଇଛି। ବର୍ଷା ଯୋଗୁଁ ଜୁନ ୨୯ରେ ମ୍ୟାଚ୍ ସଂପୂର୍ଣ୍ଣ ନ ହେଲେ ୩୦ ତାରିଖରେ ରିଜର୍ଭ ଡେରେ ଅବଶିଷ୍ଟ ମ୍ୟାଚ୍ ଖେଳାଯିବ। ଯଦି ରିଜର୍ଭ ଡେରେ ଖେଳ ନ ହୁଏ ତେବେ ଭାରତ ଓ ଦକ୍ଷିଣ ଆଫ୍ରିକାକୁ ଯୁଗ୍ମ ବିଜେତା ଘୋଷିତ କରାଯିବ।