ଉଦୟଗିରି ପାହାଡ଼ରେ ମହିଳାଙ୍କ ମୃତ୍ୟୁ, ମେଳା ବୁଲିବାକୁ ଆସିଥିବାବେଳେ ହୃଦଘାତରେ ଚାଲିଗଲା ଜୀବନ

ଭୁବନେଶ୍ବର: ଖଣ୍ଡଗିରି ମେଳା ବୁଲିବାକୁ ଆସିଥିବା ଜଣେ ମହିଳାଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ରବିବାର ସନ୍ଧ୍ୟାରେ ମହିଳା ଜଣକ ମେଳକୁ ଆସିଥିବା ସମୟରେ ଉଦୟଗିରି ପାହାଡ଼କୁ ଯାଇ ବୁଲାବୁଲି କରୁଥିଲେ। ଆଉ ଏହି ସମୟରେ ପାହାଡ଼ର ଗୋଟିଏ ସ୍ଥାନରେ ବସିଥିବାବେଳେ ହଠାତ ଟଳି ପଡ଼ିଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ଏମ୍ସକୁ ପଠାଇଛି। ପ୍ରାଥମିକ ଭାବରେ ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ମହିଳା ଜଣକ ହୃଦଘାତରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତେବେ ପୋଷ୍ଟମର୍ଟମ ଆସିବା ପରେ ହିଁ ମୃତ୍ୟୁ କାରଣ ସ୍ପଷ୍ଟ ହେବ।

ଉଦୟଗିରି ପାହାଡ଼ରେ ମହିଳାଙ୍କ ମୃତ୍ୟୁ, ମେଳା ବୁଲିବାକୁ ଆସିଥିବାବେଳେ ହୃଦଘାତରେ ଚାଲିଗଲା ଜୀବନ

ଭୁବନେଶ୍ବର: ଖଣ୍ଡଗିରି ମେଳା ବୁଲିବାକୁ ଆସିଥିବା ଜଣେ ମହିଳାଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ରବିବାର ସନ୍ଧ୍ୟାରେ ମହିଳା ଜଣକ ମେଳକୁ ଆସିଥିବା ସମୟରେ ଉଦୟଗିରି ପାହାଡ଼କୁ ଯାଇ ବୁଲାବୁଲି କରୁଥିଲେ। ଆଉ ଏହି ସମୟରେ ପାହାଡ଼ର ଗୋଟିଏ ସ୍ଥାନରେ ବସିଥିବାବେଳେ ହଠାତ ଟଳି ପଡ଼ିଥିଲେ। 

ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ଏମ୍ସକୁ ପଠାଇଛି। ପ୍ରାଥମିକ ଭାବରେ ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ମହିଳା ଜଣକ ହୃଦଘାତରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତେବେ ପୋଷ୍ଟମର୍ଟମ ଆସିବା ପରେ ହିଁ ମୃତ୍ୟୁ କାରଣ ସ୍ପଷ୍ଟ ହେବ।