'ଭାରତ ଅଧିକରୁ ଅଧିକ ଶୁଳ୍କ ହ୍ରାସ କରିବାକୁ ଯାଉଛି'; ରେସିପ୍ରୋକାଲ ଟାରିଫ୍ ଲାଗୁ ପୂର୍ବରୁ ଟ୍ରମ୍ପଙ୍କ ଟିପ୍ପଣୀ

ନୂଆଦିଲ୍ଲୀ: ବିଶ୍ବରେ ଶିଳ୍ପ ଯୁଦ୍ଧ । କାଲିଠୁ ଟାରିଫ୍ କଷିବାକୁ ଯାଉଛି ଆମେରିକା । ଏପ୍ରିଲ ୨ ତାରିଖରୁ ୟୁଏସଏ ଅଧିକାଂଶ ଦେଶ ଉପରେ ରେସିପ୍ରୋକାଲ୍ ଟାରିଫ୍ ଲାଗୁ କରିବାକୁ ଯାଉଛି । ଏହାକୁ ନେଇ ବିଶ୍ବ ବଜାରରେ ହାହାକାର ସୃଷ୍ଟି ହୋଇଛି । ଅନେକ ଦେଶ ଟେନସନରେ ରହିଛନ୍ତି । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଣ୍ଡିଆକୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ଭାରତ ଦୁଇ ଏପ୍ରିଲରୁ ଆମଦାନୀ ଶୁଳ୍କ ବହୁତ କମ୍ କରିବ । କାରଣ ବୁଧବାର ଠାରୁ ଅନ୍ୟଦେଶ ଉପରେ ଟାରିଫ୍ ଲାଗୁ ନେଇ ଘୋଷଣା କରିବେ ।   ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଭାଲ ଅଫିସରେ ସାମ୍ବାଦିକମାନଙ୍କୁ ସାକ୍ଷାତକାର ଦେଇଥିଲେ । ଏହି ସମୟରେ ସେ ଟାରିଫ୍ ଲାଗୁ ନେଇ ଏଭଳି କିଛି ଜବାବ ଦେଉଛନ୍ତି । ଟ୍ରମ୍ପ କହିଛନ୍ତି, ତାଙ୍କୁ ଲାଗୁଛି ଅଧିକାଂଶ ଦେଶ ଟାରିଫ୍ କମ୍ କରିବେ । କାରଣ ସେମାନେ ବର୍ଷ ବର୍ଷ ଧରି ସଂଯୁକ୍ତ ରାଜ୍ୟ ଆମେରିକା ଉପରେ ଅନୁଚିତ୍ ଭାବେ ଟାରିଫ୍ ଲାଗାଇଛନ୍ତି । ଯଦି ଅଟୋ-ମୋବାଇଲ ଉପରେ ୟୁରୋପୀୟ ସଂଘ ଦେଖିବା, ତେବେ ୟୁରୋପୀୟ ସଂଘ ପ୍ରଥମେ ନିଜ ଶୁଳ୍କକୁ ହ୍ରାସ କରି ୨.୫ ପ୍ରତିଶତ କରି ଦେଇଛି । ହେଲେ ଯୁକ୍ତରାଷ୍ଟ୍ର ଆମେରିକା ଏମାନଙ୍କ ଉପରେ ସର୍ବନିମ୍ନ ଟାରିଫ୍ ଲାଗୁ କରିଛି । ଡୋନାଲ୍ଡ ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି, କିଛି ଦିନି ପୂର୍ବରୁ ସେ ଶୁଣିଥିଲେ, ଭାରତ ସରକାର ଆମଦାନୀ ଶୁଳ୍କକୁ ଭାରି ହ୍

'ଭାରତ ଅଧିକରୁ ଅଧିକ ଶୁଳ୍କ ହ୍ରାସ କରିବାକୁ ଯାଉଛି'; ରେସିପ୍ରୋକାଲ ଟାରିଫ୍ ଲାଗୁ ପୂର୍ବରୁ ଟ୍ରମ୍ପଙ୍କ ଟିପ୍ପଣୀ

ନୂଆଦିଲ୍ଲୀ: ବିଶ୍ବରେ ଶିଳ୍ପ ଯୁଦ୍ଧ । କାଲିଠୁ ଟାରିଫ୍ କଷିବାକୁ ଯାଉଛି ଆମେରିକା । ଏପ୍ରିଲ ୨ ତାରିଖରୁ ୟୁଏସଏ ଅଧିକାଂଶ ଦେଶ ଉପରେ ରେସିପ୍ରୋକାଲ୍ ଟାରିଫ୍ ଲାଗୁ କରିବାକୁ ଯାଉଛି । ଏହାକୁ ନେଇ ବିଶ୍ବ ବଜାରରେ ହାହାକାର ସୃଷ୍ଟି ହୋଇଛି । ଅନେକ ଦେଶ ଟେନସନରେ ରହିଛନ୍ତି । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଣ୍ଡିଆକୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ଭାରତ ଦୁଇ ଏପ୍ରିଲରୁ ଆମଦାନୀ ଶୁଳ୍କ ବହୁତ କମ୍ କରିବ । କାରଣ ବୁଧବାର ଠାରୁ ଅନ୍ୟଦେଶ ଉପରେ ଟାରିଫ୍ ଲାଗୁ ନେଇ ଘୋଷଣା କରିବେ ।   

ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଭାଲ ଅଫିସରେ ସାମ୍ବାଦିକମାନଙ୍କୁ ସାକ୍ଷାତକାର ଦେଇଥିଲେ । ଏହି ସମୟରେ ସେ ଟାରିଫ୍ ଲାଗୁ ନେଇ ଏଭଳି କିଛି ଜବାବ ଦେଉଛନ୍ତି । ଟ୍ରମ୍ପ କହିଛନ୍ତି, ତାଙ୍କୁ ଲାଗୁଛି ଅଧିକାଂଶ ଦେଶ ଟାରିଫ୍ କମ୍ କରିବେ । କାରଣ ସେମାନେ ବର୍ଷ ବର୍ଷ ଧରି ସଂଯୁକ୍ତ ରାଜ୍ୟ ଆମେରିକା ଉପରେ ଅନୁଚିତ୍ ଭାବେ ଟାରିଫ୍ ଲାଗାଇଛନ୍ତି । ଯଦି ଅଟୋ-ମୋବାଇଲ ଉପରେ ୟୁରୋପୀୟ ସଂଘ ଦେଖିବା, ତେବେ ୟୁରୋପୀୟ ସଂଘ ପ୍ରଥମେ ନିଜ ଶୁଳ୍କକୁ ହ୍ରାସ କରି ୨.୫ ପ୍ରତିଶତ କରି ଦେଇଛି । ହେଲେ ଯୁକ୍ତରାଷ୍ଟ୍ର ଆମେରିକା ଏମାନଙ୍କ ଉପରେ ସର୍ବନିମ୍ନ ଟାରିଫ୍ ଲାଗୁ କରିଛି । 

ଡୋନାଲ୍ଡ ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି, କିଛି ଦିନି ପୂର୍ବରୁ ସେ ଶୁଣିଥିଲେ, ଭାରତ ସରକାର ଆମଦାନୀ ଶୁଳ୍କକୁ ଭାରି ହ୍ରାସ କରିବାକୁ ଯାଉଛନ୍ତି । କେବଳ ଭାରତ ନୁହେଁ ବହୁତ ଦେଶ ମଧ୍ୟ ଟାରିଫ କମ୍ କରିବାକୁ ଯାଉଛନ୍ତି । ଟ୍ରମ୍ପଙ୍କ ଏହି ଟିପ୍ପଣୀର କିଛି ଘଣ୍ଟା ପୂର୍ବରୁ ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଥିଲା କି, ଭାରତ ଆମେରିକାର କୃଷି ଉତ୍ପାଦ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଉଛି  । ଫଳରେ ଆମେରିକୀୟ ସମଗ୍ରୀର ଆମଦାନୀ ହ୍ରାସ ପାଇବାରେ ଲାଗିଛି । ତେଣୁ ଆମେରିକା ଆସନ୍ତାକାଲିଠୁ ଏହି ସବୁ ଦେଶ ଉପରେ ରେସିପ୍ରୋକାଲ ଟାରିଫ୍ ଅର୍ଥାତ୍ ଯେସାକୁ ତେସା ଶୁଳ୍କ ଲାଗୁ କରିବାକୁ ଯାଉଛି ।