କେଜରିଓ୍ବାଲ-ସୋରେନଙ୍କୁ କରିଥିଲେ ଗିରଫ, ଏବେ ଓଡ଼ିଶାରେ ଖୋଳତାଡ କରିବେ ଇଡି ନିର୍ଦ୍ଦେଶକ

ଭୁବନେଶ୍ୱର,୨୭।୮: ଓଡ଼ିଶାରେ ପହଞ୍ଚିଛନ୍ତି ଇଡି ନିର୍ଦ୍ଦେଶକ ରାହୁଲ ନବୀନ । ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ରାହୁଲ। ସେ ଗସ୍ତ ସମୟରେ ଅନେକ ଗରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବା ନେଇ କାର୍ଯ୍ୟକ୍ରମ ରହିଛି । ତେବେ ଇଡ଼ି ମୁଖ୍ୟଙ୍କ ଓଡି଼ଶା ଗସ୍ତର କାରଣ ଏବେବି ଅସ୍ପଷ୍ଟ ରହିଛି। ତାଙ୍କ ଗସ୍ତ ସମୟରେ ଓଡ଼ିଶାରେ କିଛି ପୁରୁଣା ଫାଇଲ ଉପରେ ବଡ଼ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି। ୧୯୯୩ବ୍ୟାଚର ଆଇଆରଏସ ନବୀନ ନିଜ […] The post କେଜରିଓ୍ବାଲ-ସୋରେନଙ୍କୁ କରିଥିଲେ ଗିରଫ, ଏବେ ଓଡ଼ିଶାରେ ଖୋଳତାଡ କରିବେ ଇଡି ନିର୍ଦ୍ଦେଶକ appeared first on Dharitri Odia News.

କେଜରିଓ୍ବାଲ-ସୋରେନଙ୍କୁ କରିଥିଲେ ଗିରଫ, ଏବେ ଓଡ଼ିଶାରେ ଖୋଳତାଡ କରିବେ ଇଡି ନିର୍ଦ୍ଦେଶକ

ଭୁବନେଶ୍ୱର,୨୭।୮: ଓଡ଼ିଶାରେ ପହଞ୍ଚିଛନ୍ତି ଇଡି ନିର୍ଦ୍ଦେଶକ ରାହୁଲ ନବୀନ । ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ରାହୁଲ। ସେ ଗସ୍ତ ସମୟରେ ଅନେକ ଗରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବା ନେଇ କାର୍ଯ୍ୟକ୍ରମ ରହିଛି । ତେବେ ଇଡ଼ି ମୁଖ୍ୟଙ୍କ ଓଡି଼ଶା ଗସ୍ତର କାରଣ ଏବେବି ଅସ୍ପଷ୍ଟ ରହିଛି। ତାଙ୍କ ଗସ୍ତ ସମୟରେ ଓଡ଼ିଶାରେ କିଛି ପୁରୁଣା ଫାଇଲ ଉପରେ ବଡ଼ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି।

୧୯୯୩ବ୍ୟାଚର ଆଇଆରଏସ ନବୀନ ନିଜ କାର୍ଯ୍ୟକାଳରେ ବହୁ ବଡ଼ ବଡ ମାମଲାର ତଦନ୍ତ କରିଛନ୍ତି । ୨୦୧୯ ନଭେମ୍ବରରେ ସେ ଇଡିର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ନେଇଥିଲେ। ଇଡି ମୁଖ୍ୟ ଭାବେ ସେ ତାଙ୍କ କାର୍ଯ୍ୟକାଳରେ ବହୁ ବଡ଼ ବଡ଼ ଲୋକଙ୍କୁ ଗିରଫ କରିଛନ୍ତି। ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ବ୍ୟତୀତ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲାର ତଦନ୍ତ କରିଛନ୍ତି। ଏହି ହାଇପ୍ରୋଫାଇଲ କାର୍ଯ୍ୟାନୁଷ୍ଠାନ ପାଇଁ ସେ ସବୁଠି ଚର୍ଚ୍ଚିତ ଚେହେରା ଅଟନ୍ତି।

ତେବେ ଇଡି ନିର୍ଦ୍ଦେଶକଙ୍କ ଓଡ଼ିଶା ଆସିବା ଏହାକୁ ନେଇ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ପରବର୍ତ୍ତୀ ପାଳି ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ପଡିବ ନାହିଁ ତ? ଏନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ଭାଜପା ସରକାର ଏନେଇ ପୂର୍ବ ସଙ୍କେତ ଦେଇ ସାରିଲେଣି। ଭାଜପା ସରକାରର ମନ୍ତ୍ରୀମାନେ କହିଛନ୍ତି ଯେ, ପୂର୍ବ ସରକାରରେ ହୋଇଥିବା ସମସ୍ତ ଦୂର୍ନୀତିର ପର୍ଦ୍ଦାଫାଶ ହେବ। ସରକାର କେଉଁ ଯୋଜନାରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାହାର ଗୋଟିଏ ଗୋଟିଏ ଫାଇଲ ଖୋଲିବ। ରାହୁଲ ନବୀନଙ୍କ ରାଡାରରେ ଏବେ ବିଜେଡିର କେଉଁ ନେତାଙ୍କ ପାଳି ପଡିବ ତାକୁ ନେଇ ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।

The post କେଜରିଓ୍ବାଲ-ସୋରେନଙ୍କୁ କରିଥିଲେ ଗିରଫ, ଏବେ ଓଡ଼ିଶାରେ ଖୋଳତାଡ କରିବେ ଇଡି ନିର୍ଦ୍ଦେଶକ appeared first on Dharitri Odia News.