ବାପା ଯିବା ପରେ ମା'କୁ ପର କରିଦେଲେ ୩ ପୁଅ, ମାଡ଼ ମାରି ତାଲା ପକାଇଲେ ପୁଅ ବୋହୂ

ଦିଗପହଣ୍ଡି ୨୪/୦୯: ପର ହୋଇଗଲା ଜନ୍ମଦାତ୍ରୀ । ଯାହାକୁ ଦଶମାସ ଦଶଦିନ ଗର୍ଭରେ ରଖିଥିଲେ । ସେ ଆଜି କରିଦେଇଛି ପର । ତେବେ ଗୋଟିଏ ନୁହେଁ ତିନି ତିନି ପୁଅ । ଖାଲି ପୁଅ ନୁହେଁ ତ ୩ ବୋହୂ ବି ଅଛନ୍ତି । ତଥାପି ରଖିବାକୁ କେହି ନାହାଁନ୍ତି । ଏଭଳି ଲଜ୍ଜ୍ୟାଜନକ ଘଟଣା ଦେଖିବାକୁ ମଳିଛି ଦିଗପହଣ୍ଡି ସାନଖେମୁଣ୍ଡି ବ୍ଲକ ଦେଙ୍ଗାଉସ୍ତା ଗ୍ରାମରେ । ଜନ୍ମକଲା ମାଆକୁ ମାଡ଼ ମାରିବା ସହିତ ତାଲା ପକେଇ ରଖିଥିବା ଭିଡିଓ ଏବେ ଭାଇରାଲ । ସୂଚନା ଥାଉକି, ତିନି ପୁଅ ଥାଇ ମଧ୍ୟ ମାଆଙ୍କୁ ରଖିବାକୁ କାହା ପାଖରେ ସମୟ ନାହିଁ କି ଇଛା ନାହିଁ । ମାଆ ଥାନାର ଆଶ୍ରୟ ନେଇଥିଲେ କିନ୍ତୁ ଥାନାରେ ମିଛ ପ୍ରତିଶୃତି ଦେଇ ଘରକୁ ପୁଣି ତାଲା ପକାଇଥିଲା ପୁଅ । ମାଆ ଶଶି ବିଶୟୀ ଏବେ ତାଲା ଖୋଲିବାକୁ କେତେ ପାଟିକରିଲେ ବି ଶୁଣିବାକୁ କିଏ ନାହିଁ । ଶଶି ବିଶୟୀଙ୍କ ୩ ପୁଅ ଜୟରାମ ବିଶୟି, ବାବୁଲା ବିଶୟୀ ,କୈଳାଶ ବିଶୟି । ବାପା ମୃତ୍ୟୁ ପରେ ମାଆଙ୍କୁ ରଖିବାକୁ ଭାଗବଣ୍ଟା ହେଲା । ମାଆ ମଧ୍ୟ ରାଜି ହୋଇ ତିନି ପୁଅ ପାଖରେ ମାସକ ପର୍ଯ୍ୟନ୍ତ ରୁହନ୍ତି । କିନ୍ତୁ ବଡ଼ ପୁଅ ଜୟରାମ ବିଷୟୀଙ୍କ ମୃତ ପରେ ମାଆଙ୍କ ଅବହେଳା ଆରମ୍ଭ ହୋଇଥିଲା । ସ୍ୱାମୀ ମୃତ ପରେ ମାଆକୁ ରଖିବାକୁ ନାରାଜ ହେଲେ ଜୟରାମ ଙ୍କ ସ୍ତ୍ରୀ ଓ ପୁଅ । ଜୟରାମଙ୍କ ସ୍ତ୍ରୀ ପେନସନ ପାଉଥିଲେ ଓ ପୁଅ ସାଗର ଜଣେ ଶିକ୍ଷକ ହେଲେ ମଧ୍ୟ ମାଆକୁ ରଖିବାକୁ ନାରାଜ । ଖାଇବାକୁ ନ ଦେଇ ମାଡ଼ ମାରି ଘରେ

ବାପା ଯିବା ପରେ ମା'କୁ ପର କରିଦେଲେ ୩ ପୁଅ, ମାଡ଼ ମାରି ତାଲା ପକାଇଲେ ପୁଅ ବୋହୂ

ଦିଗପହଣ୍ଡି ୨୪/୦୯: ପର ହୋଇଗଲା ଜନ୍ମଦାତ୍ରୀ । ଯାହାକୁ ଦଶମାସ ଦଶଦିନ ଗର୍ଭରେ ରଖିଥିଲେ । ସେ ଆଜି କରିଦେଇଛି ପର । ତେବେ ଗୋଟିଏ ନୁହେଁ ତିନି ତିନି ପୁଅ । ଖାଲି ପୁଅ ନୁହେଁ ତ ୩ ବୋହୂ ବି ଅଛନ୍ତି । ତଥାପି ରଖିବାକୁ କେହି ନାହାଁନ୍ତି । ଏଭଳି ଲଜ୍ଜ୍ୟାଜନକ ଘଟଣା ଦେଖିବାକୁ ମଳିଛି ଦିଗପହଣ୍ଡି ସାନଖେମୁଣ୍ଡି ବ୍ଲକ ଦେଙ୍ଗାଉସ୍ତା ଗ୍ରାମରେ । ଜନ୍ମକଲା ମାଆକୁ ମାଡ଼ ମାରିବା ସହିତ ତାଲା ପକେଇ ରଖିଥିବା ଭିଡିଓ ଏବେ ଭାଇରାଲ । 

ସୂଚନା ଥାଉକି, ତିନି ପୁଅ ଥାଇ ମଧ୍ୟ ମାଆଙ୍କୁ ରଖିବାକୁ କାହା ପାଖରେ ସମୟ ନାହିଁ କି ଇଛା ନାହିଁ । ମାଆ ଥାନାର ଆଶ୍ରୟ ନେଇଥିଲେ କିନ୍ତୁ ଥାନାରେ ମିଛ ପ୍ରତିଶୃତି ଦେଇ ଘରକୁ ପୁଣି ତାଲା ପକାଇଥିଲା ପୁଅ । ମାଆ ଶଶି ବିଶୟୀ ଏବେ ତାଲା ଖୋଲିବାକୁ କେତେ ପାଟିକରିଲେ ବି ଶୁଣିବାକୁ କିଏ ନାହିଁ । ଶଶି ବିଶୟୀଙ୍କ ୩ ପୁଅ ଜୟରାମ ବିଶୟି, ବାବୁଲା ବିଶୟୀ ,କୈଳାଶ ବିଶୟି । ବାପା ମୃତ୍ୟୁ ପରେ ମାଆଙ୍କୁ ରଖିବାକୁ ଭାଗବଣ୍ଟା ହେଲା । 

ମାଆ ମଧ୍ୟ ରାଜି ହୋଇ ତିନି ପୁଅ ପାଖରେ ମାସକ ପର୍ଯ୍ୟନ୍ତ ରୁହନ୍ତି । କିନ୍ତୁ ବଡ଼ ପୁଅ ଜୟରାମ ବିଷୟୀଙ୍କ ମୃତ ପରେ ମାଆଙ୍କ ଅବହେଳା ଆରମ୍ଭ ହୋଇଥିଲା । ସ୍ୱାମୀ ମୃତ ପରେ ମାଆକୁ ରଖିବାକୁ ନାରାଜ ହେଲେ ଜୟରାମ ଙ୍କ ସ୍ତ୍ରୀ ଓ ପୁଅ । ଜୟରାମଙ୍କ ସ୍ତ୍ରୀ ପେନସନ ପାଉଥିଲେ ଓ ପୁଅ ସାଗର ଜଣେ ଶିକ୍ଷକ ହେଲେ ମଧ୍ୟ ମାଆକୁ ରଖିବାକୁ ନାରାଜ । ଖାଇବାକୁ ନ ଦେଇ ମାଡ଼ ମାରି ଘରେ ତାଲା ପକାଇ ରଖିଥିବା ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।