ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ସ୍ଥାନରେ ଦାୟିତ୍ୱ ନେଲେ ରାଜେଶ ପାଟିଲ

ଭୁବନେଶ୍ୱର, ୨୪।୨ (ବନ୍ଦନା ସେଠୀ ): ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ ଅଚାନକ ଛୁଟିରେ ଯାଇଛନ୍ତି। ତାଙ୍କ ବଦଳରେ ରାଜେଶ ପାଟିଲଙ୍କୁ ବିଏମ୍‌ସି  କମିଶନର ଦାୟିତ୍ୱ ଦିଆଯାଇଛି । ଏକ ମାସ ପାଇଁ ଛୁଟିରେ ଯାଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଜୟ ଅମୃତ କୁଲାଙ୍ଗେ। ଖବର ଅନୁଯାୟୀ, ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତ କୁଲାଙ୍ଗେ ଏକ ମାସର ଛୁଟିରେ ଯିବା ପାଇଁ ଆବେଦନ କରିଥିଲେ। ଯାହାକୁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ତାଙ୍କ […] The post ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ସ୍ଥାନରେ ଦାୟିତ୍ୱ ନେଲେ ରାଜେଶ ପାଟିଲ appeared first on Dharitri Odia News.

ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ସ୍ଥାନରେ ଦାୟିତ୍ୱ ନେଲେ ରାଜେଶ ପାଟିଲ
ଭୁବନେଶ୍ୱର, ୨୪।୨ (ବନ୍ଦନା ସେଠୀ ): ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ ଅଚାନକ ଛୁଟିରେ ଯାଇଛନ୍ତି। ତାଙ୍କ ବଦଳରେ ରାଜେଶ ପାଟିଲଙ୍କୁ ବିଏମ୍‌ସି  କମିଶନର ଦାୟିତ୍ୱ ଦିଆଯାଇଛି । ଏକ ମାସ ପାଇଁ ଛୁଟିରେ ଯାଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଜୟ ଅମୃତ କୁଲାଙ୍ଗେ।
ଖବର ଅନୁଯାୟୀ, ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତ କୁଲାଙ୍ଗେ ଏକ ମାସର ଛୁଟିରେ ଯିବା ପାଇଁ ଆବେଦନ କରିଥିଲେ। ଯାହାକୁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ତାଙ୍କ ବଦଳରେ ଆଉ ଜଣେ ପ୍ରଶାସନିକ ଅଧିକାରୀ ରାଜେଶ ପାଟିଲଙ୍କୁ ବିଏମ୍‌ସିର ନୂତନ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୦୫ ବ୍ୟାଚର ଏହି ଆଇଏଏସ ଅଫିସର ରାଜେଶ ପାଟିଲ ଅନେକ ଜିଲାରେ ଜିଲାପାଳ ଭାବେ କାମ କରି ଆସିଛନ୍ତି । କୋରାପୁଟ, କନ୍ଧମାଳ, ମୟୁରଭଞ୍ଜ ଜିଲାରେ ଜିଲାପାଳ ଭାବେ କାର୍ଯ୍ୟ କରିସାରିଛନ୍ତି ।

The post ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ସ୍ଥାନରେ ଦାୟିତ୍ୱ ନେଲେ ରାଜେଶ ପାଟିଲ appeared first on Dharitri Odia News.